ଅମିତ ଆକ୍ରାନ୍ତ ଅମିତାଭ ସୁସ୍ଥ…

ମହାମାରୀ କରୋନା କାହାକୁ ଛାଡୁନି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତା ଅଭିନେତା ଯାଏଁ, ସମସ୍ତଙ୍କୁ କଲବଲ କରୁଛି କରୋନା । ଆଜି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କରୋନାରେ ସଂକ୍ରମିତ ହୋଇଛନ୍ତି । ।ା ଅମିତ ଶାହା ସଂକ୍ରମିତ ହୋଇଥିବା ନେଇ ଟୁଇଟରରେ ନିଜେ ସୂଚନା ଦେଇଛନ୍ତି । ପ୍ରାଥମିକ ଲକ୍ଷଣ ଦେଖାଦେବାରୁ କରୋନା ଟେଷ୍ଟ କରିଥିଲେ ଶାହା . କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ମେଡିକାଲରେ ଭର୍ତି ହେଇଛନ୍ତି । ଯେଉଁମାନେ ତାଙ୍କ ସଂପ୍ପର୍ଶରେ ଆସିଛନ୍ତି ସଙ୍ଗରୋଧରେ ରହିବାକୁ ଶାହା ଅନୁରୋଧ କରିଛନ୍ତି । ଅମିତାଭଙ୍କର ଆଜି ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଅଭିନେତା ବିଗ୍ ବି ଅମିତାଭ୍ ବଚ୍ଚନ କରୋନାରୁ ସ୍‌ୁସ୍ଥ ହୋଇଥିବା ନେଇ ପୁଅ ଅଭିଷେକ ବଚ୍ଚନ ଟୁଇଟ୍ କରି ସୂଚନା ଦେଇଛନ୍ତି .. ସୂଚନା ଥାଉକି ଜୁଲାଇ ୧୧ରେ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ ଅମିତାଭ ବଚ୍ଚନ । ପରେ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାରେ ପରିବାରରେ ପ୍ରଥମେ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ପରେ ତାଙ୍କ ବୋହୂ ଐଶୋର୍ଯ୍ୟା ବଚ୍ଚନ ଓ ନାତୁଣୀ ଆରାଧ୍ୟା ବଚ୍ଚନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ନାନାବତୀ ହସ୍ପିଟାଲରେ ସମସ୍ତଙ୍କ ଚିକିତ୍ସା ଜାରୀ ରହିଥିବା ବେଳେ ଆଜି ଅମିତାଭ ବଚ୍ଚନ ସୁସ୍ଥ ହୋଇଛନ୍ତି ।ା
……

Post Your View

Leave a Reply

Your email address will not be published. Required fields are marked *

Back to top button
Close