ଆସିଲା ଭୟଙ୍କର ପ୍ରଳୟ, ଛୁଇଁପାରିଲାନି ଭଗବାନଙ୍କ ପାଦ

ଲଗାଣ ବର୍ଷା ପାଇଁ ଓଡିଶା ହୋଇଛି ଜଳମଗ୍ନ । କେଉଁଠି ଘରେ ପାଣି ପଶିଯାଇଛି, ତ କେଉଁଠି ଟ୍ରେନ୍ ଲାଇନରେ ପାଣି ଠିଆ ହୋଇଛି । ଆଉ କେଉଁଠି ଭୟଙ୍କର ବନ୍ୟାରେ ଲୋକେ ଭାସିଯାଉଛନ୍ତି । ଓଡିଶାରେ ଏପରି ବହୁ କିଛି ସ୍ଥାନ ଅଛି ଯେଉଁଠି ବର୍ଷା ଦିନେ ବଂଚିବା ବହୁ କଷ୍ଟ ହୋଇପଡୁଛି । ତଥାପି ଲୋକେ ପ୍ରକୃତିର ଏଭଳି କରାଳ ରୂପକୁ ନେଇ ବଂଚିବାକୁ ଚେଷ୍ଟା କରୁଛନ୍ତି ।

ବଲାଙ୍ଗୀରର ଶିବପୀଠ ହରିଶଙ୍କରର ପାପନାଶିନୀ ଝରଣା ଗତକାଲି ଲଗାଣ ବର୍ଷାରେ କରାଳ ରୂପ ନେଇଛି। ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ରହିଥିବା ଝରଣା ନିଜର ଉଗ୍ରରୂପ ଦେଖାଇଛି। ଲଗାଣ ବର୍ଷାରେ ଝରଣା ପାଣିରେ ହଠାତ ପାହାଡ଼ ଉପରୁ ମାଟି ଅତଡ଼ା ଖସିଥିଲା। ପ୍ରବଳ ସ୍ରୋତରେ ମାଟି ମିଶା ଗୋଳିଆ ପାଣି ଆସିବା ସହିତ ମାଟି ଅତଡ଼ାମାନ ଖସିଥିଲା। ଶ୍ରାବଣ ମାସ ସୋମବାର ପାଇଁ ପୀଠ ଚଳଚଞ୍ଚଳ ଥିବା ସମୟରେ କାଉଡ଼ିଆମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରବଳ ସ୍ରୋତ ଯୋଗୁଁ ଝରଣା ପାର୍ଶ୍ବରେ ଥିବା ଲୁହା ରେଲିଂ ଓ ମନ୍ଦିରର କିଛି କାନ୍ଥ ଭୁଶୁଡ଼ି ବହୁ କ୍ଷୟକ୍ଷତି ହୋଇଛି।

, ଆସିଲା ଭୟଙ୍କର ପ୍ରଳୟ, ଛୁଇଁପାରିଲାନି ଭଗବାନଙ୍କ ପାଦ
ସକାଳୁ ସକାଳୁ କାଉଡ଼ିଆମାନେ ସୋମବାର ପାଇଁ ପହଞ୍ଚିଥିଲେ। ହଠାତ ଦିନ ୧୧ଟାରୁ ୧୨ଟା ଭିତରେ ଝରଣାର ବେଗ ବଢ଼ିଥିଲା। ଝରଣାରେ ଗାଧୋଉଥିବା କାଉଡ଼ିଆ ଭକ୍ତମାନେ ଭୟରେ ଝରଣାରୁ ବାହାରକୁ ଚାଲି ଆସିଥିଲେ। ଦେଖୁଦେଖୁ ଝରଣା ପାଣି ଏତେ କ୍ଷିପ୍ର ଗତିରେ ଆସିଥିଲା ଯେ, ଯିଏ ଯେଉଁଠି ଥିଲେ ଦୌଡ଼ି ଜୀବନ ବଂଚାଇବାକୁ ମନ୍ଦିର ବାହାରକୁ ଚାଲି ଆସିଥିଲେ। ଲଗାଣ ବର୍ଷା ଜାରି ରହିବା ପାଇଁ ଝରଣାର ପାଣି ବଢ଼ି ଚାଲିଥିଲା । ଝରଣାରେ ମାଟି ଅତଡ଼ା ସହ ପାଣି ଆସୁଥିବାରୁ ମନ୍ଦିର ପରିସର ଜଳମଗ୍ନ ହୋଇଯାଇଛି। ଦେବଦେବ ମହାଦେବ ଉଚ୍ଚ ସ୍ଥାନରେ ଥିବା ବେଳେ ମନ୍ଦିରକୁ ପ୍ରବେଶ ପଥ ବନ୍ଦ ହୋଇଯାଇଛି।

Post Your View

Leave a Reply

Your email address will not be published. Required fields are marked *

Back to top button