ଓଡିଶାରେ ବ୍ୟାପିଛି ୫ ପ୍ରକାରର ଭୂତାଣୁ

ଓଡିଶା ପାଇଁ କାଳ ସାଜିଛି ୟୁରୋପ ଓ ଦକ୍ଷିଣ ଏସିଆରୁ ଆସିଥିବା କୋଭିଡ୍ ଭୂତାଣୁ । ଓଡିଶାରେ ବର୍ତମାନ କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୁପ ନେଉଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢୁଥିବା ନେଇ ଅନୁସନ୍ଧାନବେଳେ ଏହି ତଥ୍ୟ ମିଳିଛି । ଓଡିଶାରେ ରହିଥିବା କରୋନା ଭୂତାଣୁରୁ ପରୀକ୍ଷା କରି ୫ଟି ଯାକ କ୍ଲେଡ ଦେଖିବାକୁ ମିଳିଛି । ଜୀବ ବିଜ୍ଞାନ ପ୍ରତିଷ୍ଠିତ ଓ ଆଂଚଳିକ ଭେଶଜ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଭୂତାଣୁରୁ ଆସିଥିବା ୫ଟି କ୍ଲେଡ ଭିତରୁ କେଉଁଟା ବେଶି ଘାତକ ତାହା ଏବେ ଯାଏଁ ଷ୍ପଟ ହୋଇନାହିଁ । ରାଜ୍ୟର ୧୮ଟି ଜିଲା୍ଲରୁ ସଂଗୃହିତ ୨୨୫ ଟି ନମୁନା ଉପରେ ଅନୁଶୀଳନ କରାଯାଇଥିଲା । ପରୀକ୍ଷା ସମୟରେ ୧୯-ଏ , ୧୯-ବି , ୨୦-ଏ , ୨୦-ବି ଓ ୨୦-ସି ଭଳି କ୍ଲେଡ୍ ଚିହ୍ନଟ ହୋଇଥିଲା । ଏହାସହ ୧୯-ଏ , ୧୯-ବି , ୨୦-ଏ , ୨୦-ବି ଓ ୨୦-ସି ଭଳି କ୍ଲେଡ୍ ଚିହ୍ନଟ ହୋଇଥିଲା । ଓଡିଶାପରେ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଏହି କ୍ଲେଡ୍ ଦେଖିବାକୁ ମିଳିଛି ଯଥା ; ଆନ୍ଧ୍ର , ଗୁଜୁରାଟ , ତେଲେଙ୍ଗାନା , ଛତିଶଗଡ , ପଶ୍ଚିମବଙ୍ଗ , କର୍ଣ୍ଣାଟକ , ଉତରପ୍ରଦେଶ , କେରଳ ଓ ଗୋଆ ଆଦି ରାଜ୍ୟରୁ ଆସିଥିବା ପ୍ରବାଶୀଙ୍କ ସ୍ୱାବରୁ ଏହି ନମୁନା ଚିହ୍ନଟ ହୋଇଛି । ତେବେ ୧୯-ଏ କ୍ଲେଡ ଅଧିକ ଦେଖିବାକୁ ମିଳିଛି । ଗୁଜୁରାଟରୁ ଓଡିଶାକୁ ଆସିଛି ଏହି ୫ଟି କ୍ଲେଡ ।

Post Your View

Leave a Reply

Your email address will not be published. Required fields are marked *

Back to top button
Close