କରୋନାରୁ ସୁସ୍ଥ ହେଲେ ଅମିତାଭ ବଚ୍ଚନ

କରୋନାରୁ ସୁସ୍ଥ ହେଲେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ । କରୋନା ସଂକ୍ରମିତ ହେବା ପରେ ମେଡିକାଲରେ ଭର୍ତି ହୋଇଥିଲେ । ତେବେ ଆଜି ତାଙ୍କର ରିପୋର୍ଟ ନେଗେଟିଭ ଆସିବାପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଏନେଇ ପୁଅ ଅଭିଷେକ ବଚ୍ଚନ ଟ୍ୱିଟ୍ କରି ଜଣାଇଛନ୍ତି ।

, କରୋନାରୁ ସୁସ୍ଥ ହେଲେ ଅମିତାଭ ବଚ୍ଚନ

 

 

 

 

ସୂଚନା ଥାଉକି ଜୁଲାଇ ୧୧ରେ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ ଅମିତାଭ ବଚ୍ଚନ । ପରେ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାପରେ ପରିବାରରେ ପ୍ରଥମେ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ପରେ ତାଙ୍କ ବୋହୂ ଐଶୋର୍ଯ୍ୟା ବଚ୍ଚନ ଓ ନାତୁଣୀ ଆରାଧ୍ୟା ବଚ୍ଚନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ନାନାବତୀ ହସ୍ପିଟାଲରେ ସମସ୍ତଙ୍କ ଚିକିତ୍ସା ଜାରୀ ରହିଥିବା ବେଳେ ଆଜି ଅମିତାଭ ବଚ୍ଚନ ସୁସ୍ଥ ହୋଇଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button
Close