ଟିକ୍‌ଟକ୍‌କୁ ଟକ୍କର ଦେବ ଚିଙ୍ଗାରୀ

ଟିକ୍‌ଟକ୍‌କୁ ଟକ୍କର ଦେବ ଚିଙ୍ଗାରୀ

ଗତକାଲି ରାତିରେ ଭାରତ ସରକାର ଟିକ୍‌ଟକ୍ ସମେତ ୫୯ଟି ଚାଇନିଜ୍ ଆପକୁ ଭାରତରେ ବ୍ୟାନ୍ କରିଛନ୍ତି ..।। ଟିକ୍‌ଟିକ୍ ମୋହରେ ପିଲାଠୁ ବୁଢା ଯାଏଁ ସଭିଏଁ ମାତିଥିଲେ, ଏମିତି ବ୍ୟାନ୍ ହେବାଦ୍ୱାରା ନିହାତି ସେମାନଙ୍କର କୋଉଠି ନା କୋଉଠି ମନଦୁଃଖ ହେଇଥିବ ..।। ତେବେ ଆମେ ଆପଣମାନଙ୍କୁ କହିରଖୁଛୁକି ମନ ଦୁଃଖ କରିବାର କିଛିବି କାରଣ ନାହିଁ , କାରଣ ଟିକ୍‌ଟିକ୍ କୁ ମାତ୍ ଦେବ ଭାରତୀୟ ଆପ୍ ଚିଙ୍ଗାରୀ ..।। ହଁ ଆଜ୍ଞା ଏହି ଭାରତୀୟ ସ୍ୱଦେଶୀ ଆପ୍‌ଟି ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି, ଖୁବ୍ ଅଳ୍ପ ସମୟ ଭିତରେ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ..।। ଟିକ୍‌ଟକ୍ ଭଳି ଅନୂରୂପ ଭାବରେ ଏହି ଚିଙ୍ଗାରୀ ଆପ ମାଧ୍ୟମରେ ନିଜର କଳା କୌଶଳ ଏବଂ ଅଭିନୟରେ ଦକ୍ଷତା ସର୍ଟ ଭିଡିଓ ମାଧ୍ୟମରେ ଦେଖାଇ ପାରିବେ ..।। ଗତ ଦୁଇମାସ ଭିତରେ ଚିଙ୍ଗାରୀ ଆପରେ ୧ଲକ୍ଷ ପଂଜିକୃତ ହୋଇଥିବା ବେଳେ, ଏଇ ସପ୍ତାହେ ଭିତରେ ପାଖାପାଖି ନୂଆ ୨ଲକ୍ଷ ପଂଜିକୃତ ହୋଇଛନ୍ତି ..।। ଓଡିଶା ପାଇଁ ଗର୍ବର ବିଷୟ ଯେ ଏହି ଆପକୁ ଡେଭଲପ୍ କରିଛନ୍ତି ବାଙ୍ଗାଲୋରରେ ରହୁଥିବା ଜଣେ ଓଡିଆ ପୁଅ , ଯାହାଙ୍କର ନାମ ବିଶ୍ୱାତ୍ମା ନାୟକ ..।।

, ଟିକ୍‌ଟକ୍‌କୁ ଟକ୍କର ଦେବ ଚିଙ୍ଗାରୀ , ଟିକ୍‌ଟକ୍‌କୁ ଟକ୍କର ଦେବ ଚିଙ୍ଗାରୀ

ଟିକ୍‌ଟକ୍ ବ୍ୟାନ ହେବାପରେ ଏହାର ଲୋକପ୍ରିୟତା ବଢିବା ନେଇ ଆଶା କରାଯାଉଛି ..।। ସୂଚନା ଥାଉକି ଗତକାଲି ରାତିରେ ଭାରତ ଟିକ୍‌ଟକ୍ ସମେତ, ସେୟ୍ୟାର ଚାଟ୍‌, ହେଲୋ, ଲାଇକ୍‌, ୱି ଚାଟ୍ , ଭିଗୋ ଭିଡିଓ, କାମ ସ୍କାନର୍ , ୟୁସି ବ୍ରାଉଜର୍ , ୱିଣ୍ଡର କ୍ୟାମେରା ଏବଂ ବିୟୁଟି ପ୍ଲସ୍ ଭଳି ୫୯ଟି ଆପ୍‌କୁ ଭାରତରେ ବ୍ୟାନ୍ କରିଛନ୍ତି ..।।

Post Your View

Leave a Reply

Your email address will not be published. Required fields are marked *

Back to top button
Close