ଦେଶର ତତଲା ସହର ଭୁବନେଶ୍ୱର:ରବିବାର ବର୍ଷାର ସମ୍ଭାବନା

ଫେବ୍ରୁଆରୀରୁ ଅସମ୍ଭାଳ ହେଲାଣି ଖରା। ରାଜଧାନୀର ପାରଦ 40 ଡିଗ୍ରୀକୁ ଛୁଇଁଲାଣି। କେବେଳ ଭୁବନେଶ୍ୱର ନୁହେଁ, ରାଜ୍ୟର 15ଟି ସହରର ତାପମାତ୍ର 35କୁ ଡେଇଁଛି। ଶୁକ୍ରବାର ରାଜଧାନୀରେ ମୁଣ୍ଡଫଟା ଖରା ସାଙ୍ଗକୁ   ଲୁ ବହିବା ଭଳି ପରିସ୍ଥିତି ଦେଖା ଦେଇଛି। ଶୁକ୍ରବାର ଭୁବନେଶ୍ୱରରେ ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସ୍ ଥିଲା, ଯାହାକି ଦେଶର ସର୍ବାଧିକ ବୋଲି ରେକର୍ଡ କରାଯାଇଛି। କେବଳ ରାଜଧାନୀ ନୁହେଁ ମାଲକାନାଗିରିରେ ମଧ୍ୟ ତାପମାତ୍ରା ୩୯.୨ ଡିଗ୍ରୀ ଛୁଇଁଛି।

, ଦେଶର ତତଲା ସହର ଭୁବନେଶ୍ୱର:ରବିବାର ବର୍ଷାର ସମ୍ଭାବନା

ଶୀତ ଋତୁ ଶେଷ ନହେଉଣୁ ପାଣିପାଗର ଏପରି ବ୍ୟତିକ୍ରମ। ଉପକୂଳରୁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହଠାତ୍ ଶୀତ ଗାଏବ ହୋଇଗଲା ପରି ଲାଗୁଛି। କଟକ ଓ ଭବାନୀ ପାଟଣାର ତାପମାତ୍ରା ୩୭ଡିଗ୍ରୀ ଟପି ଯାଇଛି। ତାପ ବଢୁଥିବା ବେଳେ କିଛି ସ୍ଥାନରେ ଆସନ୍ତାକାଲି(ରବିବାର)ଠାରୁ ବର୍ଷା ହେବାର ସମ୍ଭାବନା ରହିଛି। ବାଙ୍ଗାଲାଦେଶରେ ଉପକୂଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି,ଏହାର ପ୍ରଭାବରେ ରବିବାର ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ। ଫଳରେ ସୁନ୍ଦରଗଡ, ଝାରସୁଗୁଡ଼, ସମ୍ବଲପୁର, ଦେବଗଡ଼, ବରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୨୭ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଫଳରେ ତାପମାତ୍ରା କମିବାରେ ସମ୍ଭାବନା ରହିଛି।

Post Your View

Leave a Reply

Your email address will not be published. Required fields are marked *

Back to top button