ଦ୍ୱିତୀୟ ଈଶ୍ୱର…ବର୍ତ୍ତମାନର ହିରୋ

ଆଜି ବିଶ୍ୱ ଡାକ୍ତର ଦିବସ

ଦ୍ୱିତୀୟ ଈଶ୍ୱର…ବର୍ତ୍ତମାନର ହିରୋ

ସାରା ବିଶ୍ୱରେ ଜୁଲାଇ ୧କୁ ବିଶ୍ୱ ଡାକ୍ତର ଦିବସ ଭାବରେ ପାଳନ କରାଯାଉଅଛି ..।। ଭାରତର କିମ୍ବଦନ୍ତୀ ଡାକ୍ତର ତଥା ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କୁ ସମ୍ମାନ ଜଣାଇବା ପାଇଁ ୧୯୯୧ ଜୁଲାଇ୧ ରୁ ଭାରତରେ ଡାକ୍ତର ଦିବସ ପାଳନ କରାଯାଉଅଛି ..।। ଡାକ୍ତର ବିଧାନ ଚନ୍ଦ୍ର ରାୟ ୧୮୮୨ ଜୁଲାଇ ୧ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଭାରତୀୟ ଚିକିତ୍ସା କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ରହିଛି .. ୧୯୬୨ ମସିହାରେ ୮୦ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଥିଲେ ..।। ତାଙ୍କର ସ୍ୱେଛାକୃତ ରୋଗୀସେବା ପାଇଁ ୧୯୬୧ ମସିହା ଫେବୃଆରୀ ୪ ତାରିଖରେ ଭାରତର ସର୍ବଶ୍ରେଷ୍ଠ ନାଗରିକତ୍ୱ ପୁରସ୍କାର ଭାରତ ରତ୍ନରେ ମଣ୍ଡିତ କରାଯାଇଥିଲା ..।। ଅନେକ ସମୟରେ ଚିକିତ୍ସାର ଅବହେଳାକୁ ନେଇ ସାଧାରଣ ଜନତା ଡାକ୍ତରଙ୍କୁ ଆଙ୍ଗୁଳି ନିର୍ଦେଶ କରୁଥିବା ବେଳେ ଭୁଲିଯାଏ ଯେ ସମାଜ ପ୍ରତି ଡାକ୍ତରଙ୍କ ଅବଦାନ ଅତୁଳନୀୟ ବୋଲି .. ଖାସ୍ ସେଇଥିପାଇଁତ ଡାକ୍ତରଙ୍କୁ ଦ୍ୱିତୀୟ ଈଶ୍ୱର ବୋଲି କୁହାଯାଏ ..।। ସେଇ ଦ୍ୱିତୀୟ ଈଶ୍ୱର ହିଁ ବର୍ତମାନ କରୋନା ମହାମାରୀ ସମୟରେ ନିଷ୍ଠାପର ସେବା ଯୋଗାଇ ଅନେକଙ୍କୁ ମୃତ୍ୟୁମୂଖରୁ ବଂଚାଇଛନ୍ତି… ବର୍ତମାନ ସମୟରେ ଦ୍ୱିତୀୟ ଈଶ୍ୱର ହିଁ ଅସଲି ହିରୋ ..।।

Post Your View

Leave a Reply

Your email address will not be published. Required fields are marked *

Back to top button
Close