ଧୋନି କରିବେ ଫ୍ଲାଗ୍ ହୋସ୍ଟିଙ୍ଗ୍,ସେଥିପାଇଁ ଗଲେ ନାହିଁ ଘରକୁ

ଜାମ୍ମୁକାଶ୍ମୀର ରେ ମୋଦୀ ସରକାରଙ୍କ ଐତିହାସିକ ନିଷ୍ପତିକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗିରହିଛି । ଏହି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଧୋନିଙ୍କର ଗୋଟେ ପରେ ଗୋଟେ ଖବର । ପ୍ରଥମେ ଧାରା ୩୭୦ ହଟିବାରେ ତାଙ୍କର ଅବଦାନ ଓ ପରେ କିଛିଦିନ ତଳେ କାଶ୍ମୀରରେ ଧୋନି ନିଜ ଜୋତା ପଲିସ୍ କରିବାର ଫଟୋ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହୋଇଥିଲା । ହେଲେ ଏବେ ଆଉ ଗୋଟେ ଖବର ନଜର କୁ ଆସିଛି । ଅଗଷ୍ଟ ୧୫ ଆସୁଥିବାରୁ ମହେନ୍ଦ୍ର ସିଂହ ଧୋନି ଲଦାଖରେ ପତାକା ଉଡାଇ ପୁଣି ଫ୍ୟାନ୍ସମାନଙ୍କ ଦୃଦୟରେ ଗଭୀର ସ୍ଥାନ ସୃଷ୍ଟି କରିବେ ।

, ଧୋନି କରିବେ ଫ୍ଲାଗ୍ ହୋସ୍ଟିଙ୍ଗ୍,ସେଥିପାଇଁ ଗଲେ ନାହିଁ ଘରକୁ
ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ତଥା ଲେଫ୍ଟନାଂଟ କର୍ଣ୍ଣଲ ମହେନ୍ଦ୍ର ସିଂହ ଧୋନି ଏବେ କଶ୍ମୀରରେ ସେନା କ୍ୟାମ୍ପରେ ରହି ଟ୍ରେଂନି ରେ ବ୍ୟସ୍ତ ଅଛନ୍ତି । କାଶ୍ମୀରରେ ସେ ଜଣେ ସାଧାରଣ ଯବାନଙ୍କ ଭଳି ରହୁଛନ୍ତି । ତେବେ ବର୍ତମାନ ଧୋନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଅସିଛି । ଧୋନୀ ୧୫ ଅଗଷ୍ଟ ସ୍ୱାଧିନତା ଦିବସ ଅବସରରେ ଲଦାଖ୍ ଯାଇ ସେଠାରେ ଜାତୀୟ ପତାକା ଉତୋଳନ କରିବେ । ଧୋନି ସେନାରେ କାମ କରିବା ପାଇଁ କ୍ରିକେଟରୁ ୨ମାସ ପାଇଁ ଛୁଟି ନେଇଛନ୍ତି । ଜୁଲାଇ ୩୦ ତାରିଖରୁ ସେ ଆର୍ମି ୟୁନିଫର୍ମ ପିନ୍ଧି ସେନାରେ ଯୋଗ ଦେଇଥିଲେ । ଅଗଷ୍ଟ ୧୫ ତାରିଖ ହେଉଛି ସେନାରେ ତାଙ୍କର ଶେଷ ଦିନ ।
ସେନାରେ ଜଣେ ଅଧିକାରୀ କହିଛନ୍ତି ଯେ , ଧୋନୀ ଭାରତୀୟ ସେନାର ବ୍ରାଣ୍ଡ ଆମ୍ବାସଡର । ସେ ଯବାନମାନଙ୍କୁ ସବୁବେଳେ ଉତ୍ସାହିତ କରିଥାନ୍ତି । ଟ୍ରେନିଙ୍ଗ୍ ସମୟରେ ମଧ୍ୟ ସେ ବହୁ ପରିଶ୍ରମ କରୁଛନ୍ତି । ସେନାରେ ତାଙ୍କର ଶେଷ ଦିନ ଅର୍ଥାତ୍ ଅଗଷ୍ଟ ୧୫ରେ ସେ ଲଦାଖରେ ପତାକା ଉଡାଇବେ । ଧୋନିଙ୍କ ୟୁନିଟ ସବୁଠାରୁ ଅଧିକ ଆତଙ୍କୀ ପ୍ରଭାବିତ ସୋପିୟାଁ ଏବଂ ଅନନ୍ତନାଗରେ କାର୍ଯ୍ୟରତ ଅଛନ୍ତି ।

, ଧୋନି କରିବେ ଫ୍ଲାଗ୍ ହୋସ୍ଟିଙ୍ଗ୍,ସେଥିପାଇଁ ଗଲେ ନାହିଁ ଘରକୁ
ସେହିିଭଳି ଆପଣମାନେ ଜାଣିଛନ୍ତି ଧୋନିଙ୍କୁ ତାଙ୍କର ବାଇକ୍ ବହୁତ ପସନ୍ଦ । ସେ ତାଙ୍କ ବାଇକ୍ କୁ ନିଜ ପିଲା ଭଳି ରଖିଥାନ୍ତି । କେବେଳ ସେତିକି ନୁହେଁ । ସେ ମଧ୍ୟ ତାଙ୍କ ବାଇକ୍ର ରିପ୍ୟାରିଙ୍ଗ ନିଜେ କରିଥାନ୍ତି । ଏହା ସହିତ ସୋସିସାଲ ମିଡିଆରେ ମଧ୍ୟ ତାଙ୍କ ବାଇକ ଘୁରିବୁଲେ । ତାଙ୍କ ରାଂଚି ସ୍ଥିତ ଘରେ ସେ ଏକ ଗ୍ୟାରେଜ ମଧ୍ୟ ଖୋଲିଛନ୍ତି । ଯେଉଁଠି ସେ ବାଇକ୍ର ପାଟ୍ସ ସବୁ ରଖିଛନ୍ତି । ଧୋନିଙ୍କୁ ବାଇକ୍ ସହିତ କାର୍ ବି ବହୁତ ପସନ୍ଦ ।
ଧୋନିଙ୍କ ଘରକୁ ଫେରିବା ପୂର୍ବରୁ ତାଙ୍କ ଘରକୁ ଆଉ ଏକ ନୂଆ ମେହମାନ ଆସିଛି ବୋଲି ସୋସିଆଲ ମିଡିଆରେ କୁହାଯାଉଛି । କାରଣ ସାକ୍ଷୀ ନିଜ ଟୁଇଟର ପେଜ୍ରେ ଗୋଟେ ରେଡ୍ କଲର କାରର ଫଟୋ ପୋଷ୍ଟ କରି ଧୋନିଙ୍କୁ ଟ୍ୟାଗ୍ କରିଛନ୍ତି । ସେଥିରେ ସେ ମିସ୍ ୟୁ ଧୋନି ବୋଲି ମଧ୍ୟ ଲେଖିଛନ୍ତି । ପୋଷ୍ଟ ହୋଇଥିବା କାର୍ଟି ଜିପ୍ କମ୍ପାନୀର ହୋଇଥିବାବେଳେ ତାର ଦାମ୍ ହେଉଛି, ୧.୦୭ କୋଟି ଟଙ୍କା ।

Post Your View

Leave a Reply

Your email address will not be published. Required fields are marked *

Back to top button