ବାହୁଡିଲେ ବଡ଼ ଠାକୁର…

ମହାପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର , ଭଉଣୀ ସୁଭଦ୍ରାଙ୍କ ସହିତ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଲୀଳାଖେଳା ଶେଷ କରି ବାହୁଡ଼ୁଛନ୍ତି ବଡ଼ ଦେଉଳ ..।

ବାହୁଡିଲେ ବଡ଼ ଠାକୁର…

ମହାପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର , ଭଉଣୀ ସୁଭଦ୍ରାଙ୍କ ସହିତ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଲୀଳାଖେଳା ଶେଷ କରି ବାହୁଡ଼ୁଛନ୍ତି ବଡ଼ ଦେଉଳ ..।। ରାତିରେ ତିନିରଥରେ ଚାରମାଳ ବନ୍ଧା କାମ ସରିଥିବା ବେଳେ , ବାହୁଡ଼ା ଯାତ୍ରାକୁ ସଫଳ କରିବା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ..।। ପୁରୀ ସହର ସମେତ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି .. ଏହି କର୍ଫ୍ୟୁ ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ ବଳବତର ରହିବ ..।। ପ୍ରଶାସନ ପକ୍ଷରୁ କୁହାଯାଇଛିକି ରଥଯାତ୍ରା ଭଳି ବାହୁଡା ଯାତ୍ରା ମଧ୍ୟ ସେବକ ମାନେହିଁ ରଥ ଟାଣିବେ ..।। ବାହୁଡ଼ା ଯାତ୍ରାରେ ସାମିଲ୍ ଥିବା ସମସ୍ତ ସେବାୟତଙ୍କର କରୋନା ପରୀକ୍ଷା କରାଯାଇଛି ଏବଂ ସେମାନଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା କଥା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି ..।। ଚାରମାସଳ ଫିଟା ଏବଂ ଘୋଡ଼ା ଲାଗିବା ଦିନ ୧୨ଟା ସୁଧା ଶେଷ ହୋଇ ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି ..।।

Post Your View

Leave a Reply

Your email address will not be published. Required fields are marked *

Back to top button
Close