ବାୟୁ ସେନାର ପ୍ରଥମ ଫ୍ଲାଇଟ ଇଂଜିନିୟର ହୀନା

ଇତିହାସ ରଚିଲେ ଭାରତର ଝିଅ ହୀନା ଜୈଶୱାଲ। ହୀନା ଭାରତୀୟ ବାୟୁ ସେନାର ପ୍ରଥମ  ମହିଳା ଲେଫ୍ଟନେଣ୍ଟା ହୀନା ବେଙ୍ଗାଲୁରର ଉତ୍ତର ଉପନଗର ସ୍ଥିତ ୟେଲାହଂକା ଏୟାର ଦେଶର ୧୧୨ ତମ ହେଲିକେପ୍ଟର ୟୁନିଟର ଫ୍ଲାଇଟ ଲେଫ୍ଲେନେଣ୍ଟ ଥିଲେ। ଏ ନେଇ ସୁରକ୍ଷା ମନ୍ତ୍ରାଳୟ  ସୂଚନା ଦେଇଛନ୍ତି।

, ବାୟୁ ସେନାର ପ୍ରଥମ ଫ୍ଲାଇଟ ଇଂଜିନିୟର ହୀନା

ହୀନା ଭାରତୀୟ ବାୟୁ ସେନାର ଇଂଜିନିୟରିଂ ଶାଖାରେ ୨୦୧୫ ମସିହା ଜାନୁଆରୀ ୫ ତାରିଖରେ ସୈନିକ ଭାବେ ଭର୍ତ୍ତି ହୋଇଥିଲେ। ସେ ଫ୍ଲାଇଟ ଇଂଜିନିୟରିଂ ପାଠ୍ୟକ୍ରମରେ ସାମିଲ ହେବା ପୂର୍ବରୁ ମିସାଇଲ ଫାଇରିଂ ଟିମର ପ୍ରମୁଖ ଥିଲେ  ଓ ବ୍ୟ।ଟେରୀ କମାଣ୍ଡର ଭାବେ କାର୍ଯ୍ୟରତ ଥିଲେ।

୬ ମାସର  ପାଠ୍ୟକ୍ରମ ଅନୁସାରେ, ହୀନା ନିଜର ପୁରୁଷ ପ୍ରତିଦ୍ୱନ୍ଦୀଙ୍କ ସହ ପ୍ରଶିକ୍ଷଣ ନେଉଥିବା ସମୟରେ ପ୍ରତିଦ୍ୱନ୍ଦିତା, ସମର୍ପଣ ଓ ଦୃଢତା ଭାବ ପ୍ରଦର୍ଶନ କରିଥିଲେ। ହିନାଙ୍କ ଘର ଚଣ୍ଡିଗଡରେ। ସେ ପଞ୍ଜାବ ୟୁନିଭର୍ସିଟିରୁ ଇଂଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ଡିଗ୍ରୀ ହାସଲ ପରେ ସେ ବାୟୁ ସେନାରେ ଯୋଗ ଦେବା ପାଇଁ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ପିଲାଦିନୁ ପାଇଲଟ ହେବାର ସ୍ୱପ୍ନ ଦେଖିଥିଲେ ହୀନା ଯାହା ଆଜି ସତ ହୋଇଛି। ବର୍ତ୍ତମାନ ସେ ଜଣେ ଦକ୍ଷା ପାଇଲଟ।

Post Your View

Leave a Reply

Your email address will not be published. Required fields are marked *

Back to top button