ମୁସଲମାନ ଦେଶରେ ବିଷ୍ଣୁଙ୍କ ମନ୍ଦିର ।

ଭାରତର କୋଣ ଅନୂକୋଣରେ ବିଷ୍ଣୁୂ ମନ୍ଦିର ସ୍ଥାପନ କରାଯାଇଛି । ପୁରାଣରେ ଭଗବାନ ବିଷ୍ଣୁଙ୍କୁ ପାଳନକର୍ତା ଭାବେ ବର୍ଣ୍ଣନା କରାଯାଇଛି । ତେବେ କେବଳ ହିନ୍ଦୁ ନୁହନ୍ତି,ମୁସଲିମ ବହୁଳ ଦେଶରେ ଭଗବାନ ବିଷ୍ଣୁଙ୍କ ପୂଜର୍ଚ୍ଚନା କଥା, ଆପଣ କେବେ ସୁଣିଛନ୍ତି କି . ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତିକ ଖୁବ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରୁଛନ୍ତି ମୁସଲିମ ଶ୍ରଦ୍ଧାଳୁ ।
ଇଣ୍ଡୋନେସିଆରେ ଭଗବାନ ବିଷ୍ଣୁଙ୍କର ଉଚ୍ଚତମ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଏହି ବିଷ୍ଣୁଙ୍କ ପ୍ରତିମୂର୍ତୀ ଅବର୍ଣ୍ଣନୀୟ । ଏହା ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତି । କଥାରେ ଅଛି ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ସେ ସ୍ଥାନରେ ଏହା ଦେଖିବାକୁ ଯେତିକି ସୁନ୍ଦର ଲାଗେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ଲାଗେ । ସେଠାରେ ଅବସ୍ଥିତ ଭଗବାନ ବିଷ୍ଣୁଙ୍କ ପ୍ରତିମୁର୍ତି ପ୍ରାୟ ୧୨୨ଫୁଟ ଉଚ୍ଚ ଏବଂ ୬୪ ଫୁଟ ଚଉଡା । ଏହା ତମ୍ବା ଏବଂ ପିତଳରେ ନର୍ମାଣ କରାଯାଇଛି । ଏହାକୁ ତିଆରି କରିବା ପାଇଁ ପ୍ରାୟ ୨୬ ବର୍ଷ ଲାଗିଥିଲା । ୧୯୭୯ରେ ଇଣ୍ଡୋନେସିଆରେ ରହୁଥିବା ଶିଳ୍ପୀ ବପ୍ପା ନ୍ୟୁମନ ନୂଆର୍ତା ଏକ ବିଶାଳକାୟ ମୂର୍ତି ତିଆରି କରିବାର ସ୍ୱପ୍ନ ଦେଖିଥିଲେ । ଯେଉଁ ପ୍ରତିମୂର୍ତିକୁ ଆଜି ପର୍ଯ୍ୟନ୍ତ ବିଶ୍ୱର କେଉଁ ସ୍ଥାନରେ ତିଆରି ହୋଇନାହିଁ । ୧୯୯୪ ରେ ମୂର୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ଟଙ୍କା ଅଭାବରୁ କାମ ବନ୍ଦ ହୋଇଯାଇଥିଲା । କିନ୍ତୁ ଏହାପରେ କାର୍ଯ୍ୟ ପୁଣି ଆରମ୍ଭ ହୋଇ ୨୦୧୮ରେ ଶେଷ ହୋଇଥିଲା । ଏହି ମୂର୍ତି ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ଭଗବାନ ବିଷ୍ଣୁଙ୍କ ଏହି ବିଶାଳ ପ୍ରତିମୂର୍ତି ନିର୍ମାଣ କରିଥିବା ଶିଳ୍ପୀ ବପ୍ପା ନ୍ୟୁମନ ନୂଆର୍ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତର ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button
Close