ମାସ୍କ ପାଇଁ ନିର୍ଧୁମ ମାଡ଼

ମାସ୍କ ପାଇଁ ନିର୍ଧୁମ ମାଡ଼

ସୋଶିଆଲ ମେଡିଆରେ ଏକ ଛାତିଥରା ଭିଡିଓ ଭାଇରାଲ୍ ହେବାରେ ଲାଗିଛି ..।। ଭିଡିଓଟିରେ ଦେଖିବାକୁ ମିଳିଛିକି ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ବ୍ୟକ୍ତି ଚୁଟିକୁ ଘୋଷାରି ଲୁହା ରଡରେ ପିଟିଚାଲିଛନ୍ତି ..।। ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ଟୁରିଜିମ୍ ହୋଟେଲରେ ..।। ସୂଚନା ଅନୁଯାୟୀ ମାଡ ମାରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପର୍ଯ୍ୟଟନ ବିଭାଗର ଡେପୁଟି ମେନେଜର ସି ଭାସ୍କର ..।। ଟୁରିଜିମ୍ ହୋଟେଲର କର୍ମଚାରୀ ଉଷା ଡେପୁଟି ମେନେଜରଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେବାରୁ ସେ ରାଗିଯାଇ ଉଷାକୁ ଆକ୍ରମଣ କରିଥିଲେ ..।। ଭିଡିଓଟିରେ ଦେଖିବାକୁ ମିଳୁଛିକି ଉଷା ଏକ ଚେୟ୍ୟାରରେ ବସିଥିଲେ ହିଁ ଡେପୁଟି ମେନେଜର ସି ଭାସ୍କର ତାଙ୍କ ଚୁଟିକୁ ଟାଣି ତଳକୁ ପକାଇ ଦେଇ ପରେପରେ ଲୁହା ରଡରେ ଆକ୍ରମଣ କରିଥିଲେ ..।। ହୋଟେଲର ଅନ୍ୟ କର୍ମଚାରୀ ମାନେ ଭାସ୍କରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହିଁ ତା ଭିତରେ ସେ ଦୀର୍ଘ ସମୟ ଧରି ତାଙ୍କର ଆକ୍ରମଣ ଜାରି ରଖିଥିଲେ ..।। ଏହି ପୂରା ଘଟଣାଟି ଅଫିସ୍‌ର ସିସି ଟିଭି ଫୁଟେଜରୁ କଏଦ ହେଇଛି ..।। ଭିଡିଓଟି ଭାଇରାଲ ହେବାପରେ ପୋଲିସ୍ ମାମତା ରୁଜୁ କରି ଡେପୁଟି ମେନେଜର ସି ଭାସ୍କରଙ୍କୁ ଗିରଫ୍ କରିଛି ..।।

ଦେଖନ୍ତୁ ପୂରା ଭିଡିଓ

Post Your View

Leave a Reply

Your email address will not be published. Required fields are marked *

Back to top button
Close