ସୁପ୍ରିମ କୋର୍ଟ ଆଶ୍ୱସ୍ତି ଦେଲା ପ୍ରବାସୀ ଓଡିଆଙ୍କୁ …

 

ଗତକାଲି ଓଡିଶା ହାଇକୋର୍ଟ ନିର୍ଦେଶ ଦେଇଥିଲେକି କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବାପରେ ଯାଇଁ ପ୍ରବାସୀ ଓଡିଆଙ୍କୁ ଓଡିଶା ଆସିବାକୁ ଅନୁମତି ମିଳିବ । କିନ୍ତୁ ଏହା ଉପରେ ଆଜି ସ୍ଥଗିତାଦେଶ ଲଗାଇଛନ୍ତି ସର୍ବୋଚ ନ୍ୟାୟାଳୟ । ସୁପ୍ରିମ କୋର୍ଟର ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ଓକିଲ କାନୁ ଅଗ୍ରଓାଲ କହିଥିଲେ ଯେଉଁ ପ୍ରବାସୀ ମାନଙ୍କ କ୍ଷେତ୍ରରେ କରୋନାର ଲକ୍ଷଣ ନଥିବ ସେମାନେ ନିଜ ନିଜ ରାଜ୍ୟକୁ ଫେରିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଳାଳୟ ପକ୍ଷରୁ କୁହାଯାଇଛି । ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସ୍‌କେ କାଉଲଙ୍କୁ ଗଠିତ ଖଣ୍ଡପୀଠ ଓଡିଶା ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଜାରିକରିଛନ୍ତି । ଗରୁବାର ଓଡିଶା ହାଇକୋର୍ଟ ପ୍ରବାସୀ ଓଡିଆଙ୍କୁ ନେଇ କହିଥିଲେକି ସେମାନଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିବାପରେ ଯାଇଁ ସେମାନଙ୍କୁ ଓଡିଶାକୁ ଆସିବାକୁ ଅନୁମତି ମିଳିବ .| ଏହା ଫଳରେ ରାଜ୍ୟ ସରକାର ସୁରତରୁ ଆସିବାକୁ ଥିବା ୩ଟି ଟ୍ରେନକୁ ବାତିଲ୍ କରିଥିଲେ .| ମେ ୩ରୁ ଏପର୍ଯ୍ୟନ୍ତ ପାଖାପାଖି ୪୯,୭୫୬ ଏବଂ ଆଗକୁ ପ୍ରାୟ ୫ ଲକ୍ଷ ଲୋକ ଆସିବା ନେଇ ଆକଳନ କରାଯାଉଛି ।

Post Your View

Leave a Reply

Your email address will not be published. Required fields are marked *

Back to top button
Close