ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନକୁ ପୁରିଲା ଶହେ ବର୍ଷ

ଗାନ୍ଧୀଙ୍କ ଓଡିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ସହ ସଂକଳ୍ପ ଅଣାଯାଇ ହେବ ଗୃହିତ ..

ମୋହନଦାସ କରମଚାନ୍ଦ ଗାନ୍ଧୀ ଯିଏ ମହାତ୍ମା ଗାନ୍ଧୀ ଭାବରେ ମଧ୍ୟ ଜଣାଶୁଣା । ତାଙ୍କର ଜନ୍ମ ୨ ଅକ୍ଟୋବର ୧୮୯୬ ମସିହା ଓ ମୃତ୍ୟୁ ୩୦ ଜାନୁଆରୀ ୧୯୭୯ମସିହା । ସେ ଭାରତୀୟ ସ୍ୱଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ତେବେ ଆଜି ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂରଣ ହୋଇଛି ।, ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନକୁ ପୁରିଲା ଶହେ ବର୍ଷପ୍ରଥମ ଥର ପାଇଁ ୧୯୨୧ ମସିହା ମାର୍ଚ୍ଚା ୨୩ ତାରିଖରେ ଓଡିଶା ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଏହି ଉପଲକ୍ଷେ ଆଜି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା । ଏହାସହ କଟକ ସହରରେ ମଧ୍ୟ ଶତବାର୍ଷିକି ଉତ୍ସବ ପାଳିତ ହୋଇଛି । ଏଥିସହିତ ସହରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା ।, ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନକୁ ପୁରିଲା ଶହେ ବର୍ଷଏହାସହ ସେହି ସମୟରେ ଗାନ୍ଧୀଜି ବ୍ୟବହାର କରିଥିବା ବିଭିନ୍ନ ସାମଗ୍ରୀଗୁଡିକର ଫଟୋ ଚିତ୍ର ଗୁଡିକ ଏକ ପ୍ରଦର୍ଶନୀ ମଧ୍ୟ ଲଗାଯାଇଛି । ୧୯୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖ ଦିନ ଓଡିଶା ଗ୍ରସ୍ତରେ ଆସିଥିବା ଜାତିର ପିତା ମହାତ୍ମା ଗାନ୍ଧୀ କାଠଯୋଡ ନଦୀ ପଠାରେ ଏକ ସଭାର ଆୟୋଜନ କରିଥିଲେ । ସେହି ଐତିହାସିକ ଦିନର ସ୍ମୃତିଚାରଣ କରିବା ପାଇଁ ଏକାଠି ହୋଇଛନ୍ତି ଐତିହାସିକ ସହର କଟକ ବାସୀ ।, ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନକୁ ପୁରିଲା ଶହେ ବର୍ଷଏନେଇ ଆଜି କଟକ ସହରରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଏହାସହ ପ୍ରତିବର୍ଷ ଆକ୍ଟୋବର ୨ ରେ ଗାନ୍ଧୀ ଜୟନ୍ତୀ ତଥା ସାରା ବିଶ୍ୱରେ ଆନ୍ତର୍ଜାତୀୟ ଅହିଂସା ଦିବସ ଭାବରେ ପାଳନ କରାଯାଇଥାଏ । ସବୁ ବେଳେ ଦେଶ ବାସୀଙ୍କ ପାଇଁ ଚିନ୍ତା କରିବା ବା କିପରି ଭାବରେ ଦେଶ ସ୍ୱଧୀନ ହେବ ତାହା ମଧ୍ୟ ଲଢେଇ ଜାରି ରଖିଥିଲେ । ମହାତ୍ମା ଗାନ୍ଧୀଙ୍କୁ ବାପୁ ନାମରେ ମଧ୍ୟ ନାମିତ କରାଯାଇଥିଲେ । ଦେଶବାସୀଙ୍କ ମନରେ ଆଜିବି ଗାନ୍ଧୀଙ୍କ ସେହି ପ୍ରତିଛବିଟି ଅଛି ।

Post Your View

Leave a Reply

Your email address will not be published. Required fields are marked *

Back to top button