ଚା ପତି ବଦଳରେ କୀଟନାସକ ଆଉ ତା’ ପରେ

ଆଜି ସକାଳେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅଂଚଳରେ କାନ୍ଥଭଉଁରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଣସିଂହପୁର ଗାଁରେ ୧୫ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଚା ପିଇ ଅସୁସ୍ଥ ହୋଇପଡିଛନ୍ତି ।
ଏହି ବ୍ୟକ୍ତିମାନେ ରଣସିଂହପୁର ଠାରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ସକାଳେ ସେମାନଙ୍କୁ ଚା ପିଇବାକୁ ଦିଆଯାଇଥିଲା । ଚା ପିଇବା ପରେ ସେମାନେ ଅସୁସ୍ଥ ଅନୁଭବ କରିବା ସହ ଅନେକ ବାନ୍ତି କରିଥିଲେ । ଏହି ଘଟଣା ପରେ ସେମାନଙ୍କୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ ସେଠାରେ ବନ୍ଧୁବାନ୍ଧବଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଚାରେ ଚା ପତି ବଦଳରେ କୀଟନାସକ ଔଷଧ ପଡିଯାଇଥିଲା । ଅସୁସ୍ଥ ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button