କକା ଝିଅକୁ ଗୁଳି କରି ହତ୍ୟା କଲା ଭାଇ

୨୮ ତାରିଖରେ ହୋଇଥାନ୍ତା ବିବାହ

ପଟିୱାଲା ସ୍ଥିତ ବୋଲାଡ କଲାଂରେ ସୋମବାର ଦିନ ଦିପ୍ରହରରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ । ଜଣେ ଯୁବକ ନିଜ କକା ଝିଅ ଭଉଣୀଙ୍କୁ ଦୁଇ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଛନ୍ତି । ତେବେ ଏହି ହତ୍ୟାକାଣ୍ଡ ଘଟାଇ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏନେଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁ ଥିବା ଭାରାପ୍ରାପ୍ତ ଏଏସଆଇ କର୍ମଜିତ ସିଂହ କହିଛନ୍ତି ।

, କକା ଝିଅକୁ ଗୁଳି କରି ହତ୍ୟା କଲା ଭାଇମୃତକ ହେଲେ ବୋଲାଡ କଲାଂ ଅଂଚଳର ବଲବିନ୍ଦର ସିଂହଙ୍କ ଝିଅ ହରିନୀତ ସିଂହ । ବଲବିନ୍ଦରଙ୍କ ୪ଝିଅଙ୍କ ମଧ୍ୟରେ ହରନୀତ ସବୁଠୁ ବଡ ଥିଲେ । ସେ ଅଧିକାଂଶ ସମୟ ତାଙ୍କ ବଡ ବାପା ଜର୍ନେଲ ସିଂହଙ୍କ ଘରେ ରହୁଥିଲେ । ହରନୀତଙ୍କର ଚଳିତ ମାସ ୨୮ ତାରିଖରେ ବିବାହ ହୋଇଥାନ୍ତା । ଘଟଣା ଦିନ ପ୍ରାୟ ୧ଟା ବେଳେ ମଧ୍ୟ ସେ ତାଙ୍କ ବଡ ବାପାଙ୍କ ଘରେ ଥିଲେ । ଏବଂ ଫୋନରେ କୌଣସି ବ୍ୟକ୍ତି ସହ କଥା ହେଉଥିବା ବେଳେ ତାଙ୍କ ବଡ଼ ବାପାଙ୍କ ବଡ଼ ପୁଅ ଗୁରିନ୍ଦର ସିଂହ ତାଙ୍କୁ କଥା ହେବାକୁ ବାରଣ କରିଥିଲେ । ତେବେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷ୍ରୀପ୍ତ ହୋଇ ଉଠିଥିଲେ ଗୁରିନ୍ଦର ଏବଂ ହରନୀତଙ୍କ ମୁଣ୍ଡକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଏବଂ ଘଟଣାସ୍ଥଳରେ ହିଁ ହରନୀତଙ୍କର ମୃତ୍ୟୁ ହୋଇଥିଲା ।

Post Your View

Leave a Reply

Your email address will not be published. Required fields are marked *

Back to top button