ଲୋବାନନରେ ଜରୁରୀ ପରିସ୍ଥିତି ଜାରି,ଲକ୍ଷାଧିକ ଲୋକ ବାସହୀନ !

ଲୋବନର ରାଜଧାନୀ ବିରୁଟରେ ଗତ ମଙ୍ଗଳବାର ଏକ ଭୟଙ୍କର ବିସ୍ପୋରଣ ଘଟିଛି। ଏହାଦ୍ୱାରା ଛାରଖାର ହୋଇ ଯାଇଛି ବିରୁଟ ନଗରୀ। ପ୍ରାୟ ୨ ରୁ ୨.୫ ଲକ୍ଷ ଲୋକ ବାସ ବିହୀନ ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହାଦ୍ୱାରା ୩ରୁ୫ ବିଲିୟନ ଡଲାର କ୍ଷତି ହୋଇଥିବା ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୦୦ରୁ ଅଧିକ ରହିଛି ଓ ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାରରେ ପହଂଚିଛି କିନ୍ତୁ ଆଘକୁ ଏହା ବହୁତ ବଢିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବଡ ବଡ କୋଠା ଭୁଷୁଡି ପଡିଥିବା ବେଳେ କୋଠା ତଳୁ ଶବ ବାହାରିବାରେ ଲାଗିଛି। ଏବଂ ଅନେକ ସ୍ଥାନରେ ଆହୁରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ନାହିଁ। ଦେଶରେ ଜରୁରୀ କାଲୀନ ପରିସ୍ଥିତି ଜାରି କରାଯାଇଛି।
ଲୋବାନନ୍ କ୍ୟାବିନେଟରେ ଏଜ ଜରୁରୀ କାଳୀନ ବୈଠକ ଡକା ଯାଇ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ରାଷ୍ଟ୍ରପତି ମାଇକେଲ ଏଥିପାଇଁ ଦାୟୀ ଲୋକଙ୍କୁ ଛଡାଯିବ ନାହିଁ ବୋଲି କହିଛନ୍ତି।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକରନ ଆସନ୍ତା ଗୁରୁବାର ଦିନ ଲୋବାନନ ଯାଇ ସେଠାକାର ନେତା ମାନଙ୍କ ସହ ସହାୟତା ପାଇଁ ଆଲୋଚନା କରିବା ସୂଚନା ରହିଛି।

Post Your View

Leave a Reply

Your email address will not be published. Required fields are marked *

Back to top button