ଭାଇରାଲ୍ ହେଲା ଗୋଟିଏ ମ୍ୟାଗିରୁ ଦୁଇଟି ମସଲା

କେବିସିରେ ୧ କୋଟି ଜିତିଥିବା ଆଇପିଏସ୍‌ଙ୍କ ମ୍ୟାଗିରୁ ବାହାରିଲା ୨ଟି ମସଲା!

ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ କେବିସିର ଭଲ ଟିଆର୍‌ପି ରହିଛି । ଏହି ଶୋ କୁ ଲୋକଙ୍କ ବେଶ୍ ଭଲ ପାଇବା ମିଳିଛି । ଏହାକୁ ହୋଷ୍ଟ କରୁଛନ୍ତି ବଲିଉଡ୍‌ର ଜଣେ ଭର୍ସାଟାଇଲ୍ ଆକ୍ଟର ଅମିତାଭ୍ ବଚ୍ଚନ । ଅମିତାଭ୍ ଯୋଗୁଁ ଏହି ଶୋରେ ଚାର ଚାନ୍ଦ ଲାଗିଯାଇଥାଏ । ଏହି ଶୋ ନିକଟରେ ଦୁଇଟି କରୋଡପତିଙ୍କୁ ପାଇଛି । କୈାନ ବନେଗା କରୋଡ ପତିରେ ଏହି ସିଜନରେ ଦୁଇଟି ମହିଳା କୋଟିଏ ଟଙ୍କା ଜିତିବାର ସୈାଭାଗ୍ୟ ଅର୍ଜନ କରିଛନ୍ତି । ଏହି ଶୋରେ ଲୋକଙ୍କୁ ଟଙ୍କା ଜିତିବାର ସୁଯୋଗ ମିଳିଥାଏ । ତେଣୁ ଲୋକ ଏହାକୁ ବେଶୀ ଦେଖିଥାନ୍ତି । କିନ୍ତୁ ଏହି ଶୋର ବିଚ୍ଚିତ୍ର ଜିନିଷ ବର୍ତ୍ତମାନ ଭାଇରାଲ୍ ହେଉଛି ଆସନ୍ତୁ ଜାଣିବା କଣ ଆଜିର ଏହି ଏପିସୋଡରେ କେବଳ ଝର୍କା ଓଡିଶାରେ ।

, ଭାଇରାଲ୍ ହେଲା ଗୋଟିଏ ମ୍ୟାଗିରୁ ଦୁଇଟି ମସଲାଆଇପିଏସ୍ ମୋହିତା ଶର୍ମା ନଭେମ୍ବର ୧୭ ତାରିଖରେ କେବିସିରେ ଅଂଶ ଗ୍ରହଣ କରିଥିଲେ ଓ ସେ କୋଟିଏ ଟଙ୍କା ଜିତିଥିଲେ । ସେବେଠାରୁ ଆଇପିଏସ୍ ମୋହିତା ଶର୍ମା ଚର୍ଚ୍ଚାରେ ଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କୁ ନେଇ ଆଉ ଏକ ଜିନିଷ ଭାଇରାଲ୍ ହେଉଛି । ଶୋରେ ମୋହୀତା କହିଥିଲେ ଯେ ସେ ଘରକୁ କେତେ ଟଙ୍କା ନେଇ ଯିବେ ସେଟା ତାଙ୍କ ପାଇଁ ଗୁରୁତ୍ୱ ରଖୁନି କିନ୍ତୁ ସେ ଭଲ ଭାବରେ ଖେଳି ଘରକୁ ଯିବାକୁ ଚାହାଁନ୍ତି । ଯେମିତି ସେ ଘରକୁ ଗଲେ ତାଙ୍କୁ ଲାଗିବ ନାହିଁ ଯେ ସେ ଆଜି ଭଲ ଖେଳି ନାହାଁନ୍ତି । ମୋହିତାଙ୍କ ଏହି କଥାକୁ ଖୁବ୍ ପ୍ରଶଂସା କରିଥିଲେ ଦର୍ଶକ ଓ ଲୋକ । ସେହି ଦିନ ହିଁ ମୋହିତା ଯେତେବେଳେ ମ୍ୟାଗି ପକେଟ ଖୋଲିଲେ ସେଥିରେ ଗୋଟିଏ ନୁହେଁ ଦୁଇଟି ମସଲା ଥିଲା । ଯାହାକୁ ସେ ନିଜ ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ଏହା ସେୟାର କରିବା ପରେ ଅନେକ ଲୋକ ତାହାକୁ ଲାଇକ୍ କରିଛନ୍ତି । ଏହିପରି କି ଅନେକ ଏହିପରି କହିଛନ୍ତି ଯେ ମୋହିତାଙ୍କ ସମୟ ଏବେ ଖୁବ୍ ଭଲ ଚାଲିଛି । ତେଣୁ ସେ ଯୋଉଟା କଲେ ବି ପରିଣାମ ଭଲ ହେଉଛି , ଭାଇରାଲ୍ ହେଲା ଗୋଟିଏ ମ୍ୟାଗିରୁ ଦୁଇଟି ମସଲାପ୍ରଥମେ ମୋହିତା ଆଇପିଏସ୍ ହେଲେ ଯାହା କି ନିହାତି ଗର୍ବର କଥା । ତା ପରେ ସେ କେବିସିରେ ୧କୋଟି ଟଙ୍କା ଜିତିଲେ । ୧ କୋଟି ଟଙ୍କା ଜିତିବା ସହଜ ନୁହେଁ କାରଣ ସୋନି ଟିଭିରେ ପ୍ରସାରିତ ହେଉଥିବା ଶୋ ପୂର୍ବରୁ ରେକର୍ଡ କରାଯାଇଥାଏ । ତାହା ଲାଇଭ୍ ସୋ ନୁହେଁ କିନ୍ତୁ ଆପଣ ଯଦି ସ୍କ୍ରିନରେ ଥିବା ପ୍ରଶ୍ନର ଉତ୍ତର ଗୁଗଲରେ ବି ଖୋଜିବାକୁ ଚାହିଁବେ ତେବେ ବି ଭୁଲ ଉତ୍ତର ହିଁ ମିଳିଥାଏ । ତଥାପି ମଧ୍ୟ ଠିକ୍ ଉତ୍ତର କହି ଜିତିଥିଲେ ମୋହିତା । ଏହା ସହ ତାଙ୍କର ଅନେକ ଦିନରୁ ଇଛା ଥିଲା ସେ କେବିସି ଖେଳିବେ କିନ୍ତୁ ତାଙ୍କୁ ସୁଯୋଗ ମିଳୁ ନଥିଲା । ଏହି ବର୍ଷ ତାଙ୍କୁ ସୁଯୋଗ ମିଳିଲା । ଏଣୁ ବିଭିନ୍ନ କଥାକୁ ଆଧାର କରି କୁହାଯାଉଛି ଯେ ତାଙ୍କ ଭାଗ୍ୟ ଭଲ ଚାଲିଛି ଓ ସମୟ ବି ।

Post Your View

Leave a Reply

Your email address will not be published. Required fields are marked *

Back to top button