୨୦କୋଟି ଟଙ୍କାର ଦୁର୍ଗା ମା

ମାଙ୍କ ସ୍ୱର୍ଣମୟୀ ରୂପ

ଆଉ ମାତ୍ର କେତଟା ଦିନ ପରେ ସମସ୍ତ ପୂଜା ମଣ୍ଡପରେ ଶୋଭା ପାଇବେ ଜଗତ୍ଜନନୀ ମା ଦୁର୍ଗା । ବିଭିନ୍ନ ଅଳଙ୍କାରରେ ସଜ୍ଜିତ ମାଙ୍କୁ ଦେଖିବା ପାଇଁ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ ଲାଗିବ । ଆଉ ଏଥିପାଇଁ ଆରମ୍ବ ହୋଇଗଲାଣି ପ୍ରସ୍ତୁତି । ଏହି ପ୍ରସ୍ତୁତିର ପ୍ରଣାଳି ସବୁ ରାଜ୍ୟ ରେ ଟିକେ ଭିନ୍ନ ରକମର ହୋଇଥାଏ କିନ୍ତୁ ମାଙ୍କୁ ପୂଜା କରିବାର ବିଧି ସବୁଠି ସମାନ । ଆମ ଭାରତରେ କୋଲକତା ଦୁର୍ଗା ପୂଜା ପାଇଁ ଅଧିକ ପ୍ରସିଦ୍ଦ , ଖାଲି ସେତିକି ନୁହେଁ ଓଡିଶାର କଟକ ସହରର ଦୁର୍ଗାପୂଜା ମଧ୍ୟ ବିଶ୍ୱ ପ୍ରସିଦ୍ଧ । ଏଠାରେ ମାଙ୍କ ପୂଜା ବହୁତ ନିଆରା ଢଙ୍ଗରେ ପାଳନ କରାଯାଏ । ସେଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆଖି ଝଲସିଲା ଭଳି ତୋରଣ ସଜା ମଧ୍ୟ ହୋଇଛି ।

, ୨୦କୋଟି ଟଙ୍କାର ଦୁର୍ଗା ମା
ସବୁବେଳେ ଦୁଷ୍ଟର ବିନାଶ କରିବା ପାଈଁ ଯୁଗ ଯୁଗରୁ ମା ଧରା ପୃଷ୍ଠରେ ଅବତାର ନେଇଥାନ୍ତି । ଏଥର ଭକ୍ତମାନେ ମା ଙ୍କର ସ୍ୱର୍ଣ ପ୍ରତିମା ଦର୍ଶନ କରିବେ । କୋଲକତା ରେ ୫୦ କିଲୋ ସୁନାରେ ମା ଦୁର୍ଗାଙ୍କର ମୂର୍ତି ପ୍ରସ୍ତୁତି କାର୍ଯ୍ୟ ସଂପୂର୍ଣ ହୋଇଗଲାଣି । ଯାହାର ଆନୁମାନିକ ମୂଲ୍ୟ ୨୦ କୋଟି ଟଙ୍କା ବୋଲି କୁହାଯାଉଛି । କୋଲକତାରେ ପ୍ରତିବର୍ଷ ଦୁର୍ଗାମୂର୍ତୀକୁ ନୂଆ ନୂଆ ଉପାୟରେ ତିଆରି କରାଯାଏ । ସେଠାରେ ଥିବା ସନ୍ତୋଷ ମିତ୍ର ଦୁର୍ଗାଉତ୍ସବ ସମିତି ପକ୍ଷରୁ ଏବର୍ଷ ଦୁର୍ଗାଙ୍କର ମୂର୍ତୀ ସୁନାରେ ତିଆରି ହେଉଛି । ଏହି ମୂର୍ତିର ଉଚ୍ଚତା ୧୩ଫୁଟ ହେବ ।

, ୨୦କୋଟି ଟଙ୍କାର ଦୁର୍ଗା ମା

ଏହି ସମିତିର ଆୟୋଜକ ମାନଙ୍କ କହିବା କଥା ଏଥର ମାଙ୍କ ଦର୍ଶନ କରିବାକୁ କେବଳ କୋଲକାତାର ଭକ୍ତମାନେ ନୁହେଁ ଅନ୍ୟ ଦେଶ ବିଦେଶରୁ ବି ଭକ୍ତ ମାନେ ଆସିବେ । ଏହି ମୂର୍ତୀକୁ ପେଣ୍ଡାଲ ରେ ୪ଅକ୍ଟୋବରରୁ ସ୍ଥାପନା କରାଯିବ । ଏଠାରେ ଦଶହରାର ସମସ୍ତ ବିଧି ପାଳନ କରାଯିବ । ଏହି ସମିତିର ଅଧକ୍ଷ ପ୍ରଦୀପ ଘୋଷ କହିଛନ୍ତି – ଏହା ପୂର୍ବରୁ ନା କେବେ କେହି ସୁନାର ଦେବୀଙ୍କ ମୂର୍ତୀ କୁ ତିଆରି କରିଥିଲେ ନା କେବେ କେହିଏହାକୁ କଳ୍ପନା କରିଥିଲେ ।
ହେଲେ ଏଥର ସାରା ଦେଶବାସୀଙ୍କ ପାଇଁ ଏହା ସ୍ମରଣୀୟ ହୋଇ ରହିବ । ଆପଣ ମାନେ ଭାବୁଥୁବେ ଏତେ ଟଙ୍କା କଣ ସେମାନେ ନିଜ ପ କେଟରୁ ଖର୍ଚ୍ଚ କରିଛନ୍ତି । ନା ଆଜ୍ଞା ଏହି ମୂର୍ତିକୁ ସଂପୂର୍ଣ ସୁନାରେ ତିଆରି କରିବା ପାଇଁ ସବୁ ସୁନା ଦୋକାନୀ ଓ ନାମିଦାମି ବ୍ରାଣ୍ଡ ସହାୟତା କରିଛନ୍ତି । ପୂଜା ସରିବା ପରେ ମୂର୍ତି ବିସର୍ଜନ ସମୟରେ ତାଙ୍କୁ ତାଙ୍କ ସୁନା ଫେରସ୍ତ ମିଳିଯିବ । ସତରେ ମାଙ୍କର ସେହି ସ୍ୱର୍ଣ ପ୍ରତିମା ବହୁତ ସୁନ୍ଦର ଏବଂ ଚିତାକର୍ଷକ ଦେଖାଯିବ । ତେବେ ଆଉ ଡେରି କାହିଁକି ମାଙ୍କ ର ଏହି ସ୍ୱର୍ଣମୟୀ ରୂପ ଦେଖିବା ପାଇଁ କୋଲକତା ପହଂଚିଯାଆନ୍ତୁ ।

Post Your View

Leave a Reply

Your email address will not be published. Required fields are marked *

Back to top button