ରୁଦ୍ରଙ୍କ ପାଇଁ ଅଣ୍ଟାଭିଡିଛି ଦଳ

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ୬ ଜଣ ଦଳୀୟ ନେତାଙ୍କୁ ଦାୟିତ୍ବ....

ପିପିଲି ଉପରେ ସମସ୍ତଙ୍କ ନଜର କିଏ ହେବ ପିପିଲିର ରାଜା । କିଏ ପିନ୍ଦିବ ପିପିଲିର ରାଜ ମୁକୁଟ । ମହାରଥୀଙ୍କ ପରେ ସମସ୍ତଙ୍କ ନଜର ଗୋଟିଏ ଜାଗାରେ ବାଜି କାହା ହାତରେ ରହିବ । ନିର୍ବାଚନ ତ ସମସ୍ତ ସ୍ଥାନରେ ହୁଏ କିନ୍ତୁ ଯେତେବେଳେ ପିପିଲି କଥା ଆସିଯାଏ ସବୁ ନିର୍ବାଚନକୁ ଏହା ପଛରେ ପକାଇ ଦିଏ । ଅନେକ ଥର ମହାରଥୀ ବିଜେଡି ପ୍ରାର୍ଥୀ ଭାବରେ ନିଜର ବିଜୟ ହାସଲ କରିଛନ୍ତି ।, ରୁଦ୍ରଙ୍କ ପାଇଁ ଅଣ୍ଟାଭିଡିଛି ଦଳତେବେ ତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ତାଙ୍କ ପୁତ୍ରଙ୍କ ଉପରେ ସମସ୍ତଙ୍କ ନଜର । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କର ମଧ୍ୟ ଭରସା ଆଛି ପୁଣି ଥିରେ ପିପିଲି ପାଟିରେ ଶଙ୍ଖ ବାଜିବ । ଏହାକୁ ନେଇ ରାଜନୀତିକ ମାହଲ ମଧ୍ୟ ଗରମ ରହିଛି । ସବୁ ଦଳର ନେତା ପୁରା ତାଙ୍କ ବିଜୟ ହାସଲ ପାଇଁ ପ୍ରୟାସ ଜାରି ରଖିଛନ୍ତି । ସବୁ ଦଳର ନେତା ମାନେ ନିଜ ଖାତାରେ ଅଧିକ ଭୋଟ୍ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ପ୍ରଚାର ପ୍ରସାର ଯୋର ସୋପ ଚାଲିଛି ।, ରୁଦ୍ରଙ୍କ ପାଇଁ ଅଣ୍ଟାଭିଡିଛି ଦଳପିପିଲି ଉପନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ବ ପ୍ରଦାନ କରିଛନ୍ତି । ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଡେଲାଙ୍ଗ ବ୍ଲକ ପାଇଁ ନବକିଶୋର ଦାଶ, ସୁଶାନ୍ତ ସିଂ, ଉମାକାନ୍ତ ସାମନ୍ତରାୟ ଓ ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳ ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ବ ଦିଆଯାଇଥିବା ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button