ଘୋଷଣା ହେଲା ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର

ଶ୍ରେଷ୍ଠ ଓଡିଆ ଫିଲ୍ମ ପୁରସ୍କାର ପାଇଲା ‘କାଲିର ଅତିତ’ ଓ ‘ଶଲା ବୁଢାର ବଦଲା’..

ଆଜି ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି । ‘ଛିଛୋରେ’ ଶ୍ରେଷ୍ଠ ଫିଲ୍ମ , ମଣିକର୍ଣ୍ଣିକା ପାଇଁ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଛି । ତେବେ ଶ୍ରେଷ୍ଠ ଅଭିନେତା ଭାବେ ବିବେଚିତ ହୋଇଛନ୍ତି ମନୋଜ ବାଜପେୟୀ । ଭୋସଁଲେ ପାଇଁ ମନୋଜଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନ ମିଳିଛି ।, ଘୋଷଣା ହେଲା ୬୭ ତମ ଜାତୀୟ ଫିଲ୍ମ ପୁରସ୍କାରସେହିପରି ଧନୁଷଙ୍କୁ ତାମିଲ ଅସୁରନ ପାଇଁ ଶ୍ରେଷ୍ଠ ଅଭିନେତା ଚୟନ କରାଯାଇଛି । ଏହାସହ ଜାତୀୟ ପୁରସ୍କାର ଦୌଡରେ କିଛି କମ ନାହିଁ ଓଡିଆ ସିନେମା । ଜାତୀୟ ସ୍ତରରେ ଓଡିଆ ଫିଲ୍ମ ଶ୍ରେଷ୍ଠ କଳା ଓ ସାଂସ୍କୃତି ଫିଲ୍ମ । ‘କାଲିର ଅତୀତ’ ଓ ‘ଶଲା ବୁଢାର ବଦଲା’ ଶ୍ରେଷ୍ଠ ଓଡିଆ ଫିଲ୍ମ ମନୋନିତ ହୋଇଛି ।, ଘୋଷଣା ହେଲା ୬୭ ତମ ଜାତୀୟ ଫିଲ୍ମ ପୁରସ୍କାରବେଷ୍ଟ୍ ପ୍ଲେବ୍ୟାକ୍ ସିଙ୍ଗର ଆୱାର୍ଡ ଯାଇଛି ଫିଲ୍ମ କେଶରୀ ପାଇଁ ବି ପ୍ରାକଙ୍କ ଖାତାକୁ । ସର୍ବଶ୍ରେଷ୍ଠ ମରାଠି ଫିଲ୍ମ ଭାବେ ‘ବାରଦୋ’ ଚୟନ ହୋଇଛି । ‘ରବ ଦା ରେଡିଓ-୨’କୁ ସର୍ବଶ୍ରେଷ୍ଠ ପଞ୍ଜାବୀ ଫିଲ୍ମ, ‘ଛୋରି ଛୋରୋଁସେ କମ ନେହିଁ’ ହରିଆନି ଭାଷାରେ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଥିବା ବେଳେ ବେଷ୍ଟ ଆନିମେସନ୍ ଫିଲ୍ମ ଭାବେ ‘ରାଧା’ ଓ ବେଷ୍ଟ୍ ଇଣ୍ଟ୍ରେଷ୍ଟିଂ ଫିଲ୍ମ ଭାବେ ‘ଜାକାଲା’ (ମରାଠି) ମନୋନୀତ ହୋଇଛି ।, ଘୋଷଣା ହେଲା ୬୭ ତମ ଜାତୀୟ ଫିଲ୍ମ ପୁରସ୍କାରଫିଚର ଫିଲ୍ମ କ୍ୟାଟେଗରୀ ଆୱାର୍ଡ-

ଶ୍ରେଷ୍ଠ ଫିଚର ଫିଲ୍ମ – ମାରକ୍କର ଅରବିକାଦାଲିନ୍ତେ ସିହ୍ମମ (ମାଲାୟାଲାମ)

ଶ୍ରେଷ୍ଠ ଅଭିନେତ୍ରୀ – କଙ୍ଗନା ରଣାୱତ (ମାଣିକର୍ଣ୍ଣିକା ଓ ପଙ୍ଗା)

ଶ୍ରେଷ୍ଠ ଅଭିନେତା – ମନୋଜ ବାଜପେୟୀ (ଭୋଁସଲେ ୦ ଅସୁରନ)

ଶ୍ରେଷ୍ଠ ଅଭିନେତା – ଧନୁଷ (ଅସୁରନ)

ଶ୍ରେଷ୍ଠ ଫିଲ୍ମ – ଛିଛୋରେ

Post Your View

Leave a Reply

Your email address will not be published. Required fields are marked *

Back to top button