କରେ।ନାକୁ ହରାଇଲେ ୯୫ ବର୍ଷୀୟ ମହିଳା

୯୫ ବର୍ଷର ଜଣେ ମହିଳା କରୋନା ଦ୍ୱାରା ଆକ୍ରାନ୍ତ ଥିଲେ। ୧୧ ଦିନ ହସ୍ପିଟାଲରେ ଚିକିତ୍ସାଧିନ ରହିବା ପରେ ମହିଳା ଜଣଙ୍କ କରୋନାକୁ ମାତ ଦେଇଛନ୍ତି। କରୋନାକୁ ହରାଇ ଘରକୁ ଫେରିଛନ୍ତି ବୃଦ୍ଧା। ସେ ଏକ ରେକର୍ଡ ସୃଷ୍ଟି କରିଛନ୍ତି କାରଣ ଏତେ ବର୍ଷ ବୟସରେ ଆଜି ପର୍ଯ୍ୟନ୍ତ କେବେ କିଏ କରୋନା କବଳରୁ ନିଜକୁ ରକ୍ଷା କରି ପାରି ନଥିଲେ।

ମହିଳା ଜଣକ କରୋନାରେ ସଂକ୍ରମିତ ହେବା ପରେ ମେ’ ୧୦ରେ ଇନ୍ଦୋରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଡାକ୍ତର, ନର୍ସମାନେ ନିରନ୍ତର ତାଙ୍କର ସେବା କରିଥିଲେ। ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।ରିପୋର୍ଟ ଅନୁସାରେ ଏହି ନିକଟରେ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଛି। ତଥାପି ମହିଳାଙ୍କ ପରିବାର ତାଙ୍କର ଚିକିତ୍ସା କରାଇବାରେ କୌଣସି ହେଳା କରିନଥିଲେ। ତୁରନ୍ତ ମହିଳାଙ୍କୁ ହସ୍ପିଟାଲରେ ଆଡମିଟ କରାଇଥିଲେ।

Post Your View

Leave a Reply

Your email address will not be published. Required fields are marked *

Back to top button
Close