କବରସ୍ଥାନରେ କଲ୍ ସେଣ୍ଟର

ଆପଣ ସାରା ବିଶ୍ୱରେ ଥିବା ରହସ୍ୟମୟ ସ୍ଥାନଗୁଡିକ ବିଷୟରେ ନିଶ୍ଚୟ ଶୁଣିଥିବେ। ସେଥିମଧ୍ୟରୁ କେତେଗୁଡିଏ ଭୂତ ବା ଆତ୍ମା ମାନଙ୍କ ସହ ଜଡିତ ଥାଏ।  ସେହିପରି ଏକ ଭୟାନକ ସ୍ଥାନ ଅଛି ଯାହା ଏକ କଲ ସେଣ୍ଟରକୁ ନେଇ ଜଡିତ। ଆଉ ସେହି କଲ ସେଣ୍ଟରଟି ଏକ କବରସ୍ଥାନ ଉପରେ ଗଢି ଉଠିଛି। ଏହି କଲସେଣ୍ଟରକୁ ଭୂତମାନେ ପରିଚାଳନା କରିଥାନ୍ତି ବୋଲି ଶୁଣିବାକୁ ମିଳିଛି। କଥାଟା ଆପଣଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ହିଁ ସତ ଅଟେ।

ଗୁଡଗାଓଁ ସ୍ଥିତ ଉଦ୍ୟୋଗ ବିହାରରେ ଏହି ସ୍ଥାନଟି ଅବସ୍ଥିତ। ଯାହା ସବୁଠାରୁ ଭୟଙ୍କର ସ୍ଥାନ ଭାବେ ପରିଚିତ। ଏହି କଲ ସେଣ୍ଟରରେ ପୂର୍ବରୁ ରୋଜ ନାମକ ଜଣେ ଝିଅ ବିପିଓରେ କାମ କରୁଥିଲେ। ଯିଏକି ବହୁତ ପରିଶ୍ରମୀ ଥିବା ସହ ନିଜ କାମ ସଠିକ ଭାବେ ଶେଷ କରୁଥିଲେ। ନିଜ କାମକୁ ନେଇ ସେ ସବୁଠାରେ ପ୍ରଶଂସା ମଧ୍ୟ ପାଉଥିଲେ। କିନ୍ତୁ ଦିନେ କାମ କରୁଥିବା ସମୟରେ କଲ ସେଣ୍ଟରରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଅନେକ ସମୟ ଧରି କଥାବର୍ତ୍ତା କରୁଥିବା ସହ ବିତର୍କ ମଧ୍ୟ କରୁଥିଲା। ତା ପରଦିନ ଠାରୁ ସେ ଲମ୍ବା ସମୟ ଧରି ଛୁଟିରେ ରହିଥିଲେ ଓ ପରେ ଆଉ ନିଜ କାମରେ ଯୋଗ ଦେଇନଥିଲେ। ଯେଉଁଥିପାଇଁ ସେହି କମ୍ପାନୀ ତାଙ୍କୁ ଖୋଜିବା ପାଇଁ ଚେଷ୍ଟା କରିଥିଲା। ମାତ୍ର ସେଥିରେ ବିଫଳ ହୋଇଥିଲା।

କମ୍ପାନୀର ଜୈନିକ କର୍ମଚାରୀ ସମର ଅବ୍ବାସ ରୋଜ୍ କୁ କେବେ ଦେଖି ନଥିଲେ। ରିନ୍ତୁ ରୋଜ୍ ରହୁଥିବା ମାଲିକଙ୍କ ପଚାରିବାରେ ସେ କହିଥିଲେ କି ରୋଜ୍ ଦୀର୍ଘ 8ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲା। ଯାହା ସମରଙ୍କୁ ଚକିତ କରିଥିଲା। କେବଳ ସମର ନୁହେଁ ଏହି ଘଟଣା ଯେ କେହିଙ୍କୁ ଚକିତ କରାଇପାରେ। ଆଶ୍ଚର୍ଯ୍ୟର କଥା ଯେ, ଏକ ଭୂତ କିପରି ଏକ କମ୍ପାନୀରେ କାମ କରିପାରେ। ମାତ୍ର ଏହି ଘଟଣା ପରେ ଆହୁରୀ କେତେ ଗୁଡିଏ ଭୟଙ୍କର ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ସମରଙ୍କ କହିବା ଅନୁଯାୟୀ ପ୍ରାୟ ରାତି 1ଟା ବେଳେ ସେ କମ୍ପାନୀରେ ଶୋଇଥିବା ବେଳେ ହଠାତ୍ ବାଥରୁମ୍ ଯାଇଥିଲେ। ମାତ୍ର ବାଥରୁମ୍  ରେ ଥିବା ସମୟରେ ସେ ଝିଅର ଚିତ୍କାର ଶବ୍ଦ ଶୁଣି ସାହାଯ୍ୟ ପାଇଁ ଯାଇଥିଲେ। ମାତ୍ର ସେଠାରେ ସେ ତାଙ୍କର ଏକ ସହକର୍ମୀଙ୍କୁ ଦେଖିବାକୁ ପାଇଥିଲେ। ଏହା ହେଉଛି ଏପରି ଆଉ ଏକ ଆଶ୍ଚର୍ଯ୍ୟ ଓ ଭୟାନକ ରହସ୍ୟ ଅଟେ।

ଆହୁରୀ ମଧ୍ୟ ସମର ବେସମେଣ୍ଟ୍ ରୁ ଗାଡି ବାହାର କରି ରାତି ପ୍ରାୟ 4ଟା ବେଳେ ବାହରୁଥିବା ବେଳେ ହଠାତ୍ ସିକ୍ୟୁରିଟିକୁ ଦୈାଡୁଥିବାର ଦେଖିଲେ।  ସେଠାରେ ସେ ସିକ୍ୟୁରିଟିକୁ ପଚାରିବାରେ ଜାଣିବାକୁ ପାଇଲେ ଆଉ ଏକ ଭୟାନକ ଘଟଣା। ସିକ୍ୟୁରିଟି ଜଣକ ନିଜ ଡ୍ୟୁଟି ସମୟରେ ଶୋଇବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କ ଗୋଡ ଦୁଇଟାକୁ କେହି ଜଣେ ଟାଣିବାକୁ ଚେଷ୍ଟା କରୁଥିଲା। ମାତ୍ର ତାକୁ ନଜର ଅନ୍ଦାଜ କରି ସେ ପୁଣି ଥରେ ଶୋଇବାକୁ ଚେଷ୍ଟା କଲେ, ମାତ୍ର ଦ୍ୱିତୀୟ ଥର ସେହିପରି ହୋଇଥିଲା। ତୃତୀୟ ଥର ଏପରି କରିବାରୁ ତାଙ୍କୁ କେହି ଜଣେ ତଳେ କଚାଡି ଫୋପାଡି ଦେଲା। ଯାହା କୈାଣସି ଭୂତ କାହାଣୀଠାରୁ କିଛି କମ୍ ନୁହେଁ। କାନରେ ଶୁଣୁଥିବା ଓ ନିଜେ ଦେଖିବା ଭିତରେ ଅନେକ ଫରକ ଥାଏ। ତେବେ ଏହି କାହାଣୀ ଭୂତମାନଙ୍କର ସତ କାହାଣୀ ଠାରୁ କିଛି କମ୍ ନୁହେଁ ।

Post Your View

Leave a Reply

Your email address will not be published. Required fields are marked *

Back to top button