ଛୋଟୁ କଲେ ବଡ କାମ…

ମହାମାରୀ ସମୟରେ ମହତ କାମ...

 

ଜୀବନ ଆଉ ମୃତ୍ୟୁ ମୁଦ୍ରାର ଦୁଇପାଶ୍ୱର୍ ଭଳି , ଜୀବନର ସବୁଠାରୁ ନିଷ୍ଠୁରତମ ସତ୍ୟ ହେଲା ମୃତ୍ୟୁ … ତେଣୁ ଜୀବନ କାଳରେ ଜନ୍ମକୁ ଆମେ ଯେମିତି ସେଲିବ୍ରେସନ କରୁଛୁ ମୃତ୍ୟୁକୁ ମଧ୍ୟ ଅନୁରୂପ ଭାବରେ ସେମିତି ସେଲିବ୍ରେସନ କରାଯିବା ଦରକାର ..।। ପୃଥିବୀ ପୃଷ୍ଠରେ ବସବାସ କରୁଥିବା ସମସ୍ତ ପ୍ରାଣୀ , ଉଦ୍ଭିଦ ଏବଂ ଜୀବଜନ୍ତୁମାନଙ୍କୁ ଦିନେନା ଦିନେ ମରିବାକୁ ହେବ … ଦୁଖଃ ସେତେବେଳେ ଲାଗେ ଯେତେବେଳେକି ଆୟୁଷ ପୂରିନଥାଏ…ଅବେଳରେ ଦୂର୍ଘଟଣାରେ ପ୍ରାଣ ଚାଲିଯାଏ ..।।

ହଁ ଆଜ୍ଞା ସେମିତି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଅଂଚଳରେ ..।। ମହାମାରୀ କରୋନା ପାଇଁ ସଂକ୍ରମଣ ଭୟରେ ମଣିଷ ନିଜ ରକ୍ତର ଲୋକବି ମରିଗଲେ ତା ଶବରେ କାନ୍ଧ ଦେଉନଥିବା ଭଳି ବେସ୍ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି ..।। ହେଲେ ଆନନ୍ଦପୁର ଅଂଚଳରେ ଘଟିଥିବା ଏ ଘଟଣାଟି କିନ୍ତୁ ବ୍ୟତିକ୍ରମ, ଗତକାଲି ଗୋଟେ ଆମ୍ବୁଲାନ୍ସ ବୁଲା କୁକୁରକୁ ଆକ୍ସିଡେଂଟ୍ କରିବା ପରେ ବୁଲା କୁକୁରଟିର ଶବ ସେମିତି ରାସ୍ତାରେ ପଡିରହିଥିଲା ..।। ଆନନ୍ଦପୁର ଅଂଚଳର ଛୋଟୁ କୁକୁରଟିର ଶବକୁ ଏକ କପଡାରେ ଗୋଡାଇ ଶ୍ମସାନ ଯାଏଁ ନେଇଯାଇଥିଲେ , ବର୍ତମାନ ମହାମାରୀ କରୋନା ସମୟରେ ଛୋଟୁଙ୍କର ଏମିତି ବଡ କାମ ପଶୁପ୍ରେମର ଅନନ୍ୟ ଉଦାହରଣ ସାଜିଛି ..।।

Post Your View

Leave a Reply

Your email address will not be published. Required fields are marked *

Back to top button