କୁକୁର କରୁଛି ସେଲ୍ସ ମ୍ୟାନ ଚାକିରୀ

ମିଳିଛି ଶ୍ରେଷ୍ଠ କର୍ମଚାରୀ ମାନ୍ୟତା

ମଣିଷ ନିଜର ପେଟ ପୋଷିବା ପାଇଁ ଚାକିରୀ କରେ, ବିଭିନ୍ନ ପନ୍ଥା ମାଧ୍ୟମରେ ରୋଜଗାର କରିବାକୁ ଚେଷ୍ଟା କରେ । କିନ୍ତୁ ମଣିଷ ତୁଳନାରେ ପଶୁ ମାନେ ସବୁବେଳେ ସ୍ୱାଧୀନ ,ତାଙ୍କ ପାଇଁ ନା ଥାଏ କୈାଣସି ଦାୟିତ୍ୱ, ନା ଥାଏ କୈାଣସି ପ୍ରତିବନ୍ଧକ । ସେମାନେ ସବୁବେଳେ ଚିନ୍ତାହୀନ ହେଇ ବଂଚନ୍ତି । କିନ୍ତୁ ଆପଣ କଣ କେବେ ଶୁଣିଛନ୍ତି ମଣିଷ ଅଫିସ୍ ରେ କାମ କଲା ଭଳି କୈାଣସି ପଶୁ ମଧ୍ୟ ଅଫିସ୍ ରେ ୮ଘଣ୍ଟିଆ ଚାକିରୀ କରୁଛି । କିନ୍ତୁ ହଁ ଆଜ୍ଞା ଏମିତି ଘଟଣା ସମ୍ଭବ ହୋଇଛି । ଟ୍ରାକସନ ପ୍ରାଇମ୍ ହେଉଛି ଏକ ବୁଲା କୁକୁର ,ଆଉ ଏହି କୁକୁର ବର୍ତ୍ତମାନ ହୁଣ୍ଡାଇ କାର୍ ଶୋ ରୁମ୍ ର ସେଲ୍ସ ମ୍ୟାନ ।

, କୁକୁର କରୁଛି ସେଲ୍ସ ମ୍ୟାନ ଚାକିରୀ
କଥାଟି ଆଶ୍ଚର୍ଯ୍ୟଜନକ ହେଲେ ବି ସତ । ଏହି କୁକୁରଟି କିଛିଦିନ ହେବ ହୁଣ୍ଡାଇ ଶୋ ରୁମ୍ ନିକଟରେ ଜଗି ରହିଥିଲା ଓ ଧିରେ ଧିରେ ସେଠାକାର ଜଣେ କର୍ମଚାରୀଙ୍କ ସହ ତାର ନିବିଡ ବନ୍ଦୁତ୍ୱ ସ୍ଥାପନ ହୋଇଗଲା । ଏବଂ ହୁଣ୍ଡାଇ ଶୋ ରୁମ୍ ର ମାଲିକ ତାଙ୍କୁ ଚାକିରୀ ଦେବା ପାଇଁ ଚିନ୍ତା କଲେ । ଆଉ ଏବେ ଟ୍ରାକସନ୍ ପ୍ରାଇମ୍ ହୁଣ୍ଡାଇ ଶୋ ରୁମ୍ ରେ ଚାକିରୀ କରୁଛି । ଗତ ମେ ମାସରେ ତାଙ୍କୁ ପଦନ୍ନୋତି ମଧ୍ୟ ମିଳିଛି । ତେବେ ବ୍ରାଜିଲରେ ଥିବା ଏହି ଶୋ ରୁମ୍ ରେ ବିଶେଷ ଆକର୍ଷଣ ହେଉଛି ଏଠାରେ ଚାକିରୀ କରିଥିବା କୁକୁର ।

Post Your View

Leave a Reply

Your email address will not be published. Required fields are marked *

Back to top button