ହିମେଶଙ୍କ ଗୀତ ଶୁଣି ଭୂତ ଦିୱାନା

ଏକ ବାର ଆଜା ଆଜା ଶୁଣିବା ମନା

ଗୀତ ଶୁଣି ମନୋରଞନ ହେବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି । ବହୁତ ସମୟରେ ଗୀତ ଶୁଣିବା ଦ୍ୱାରା ସବୁ ଷ୍ଟ୍ରେସ ରିଲିଜ ହେଇଯାଏ । ଦିନସାରା ଆପଣ ଯେତେ କାମ କରନ୍ତୁ ନା କାହିଁକି ଘରେ ଆସି ଟିକେ ଗୀତ ଶୁଣିଲେ ଦିନ ସାରାର ଥକା ମେନ୍ଟିଯାଏ । ନିଜ ଫେବରାଇଟ ସିଙ୍ଗରର ଗୀତ ଶୁଣିବା ପାଇଁ ଲୋକମାନେ ପସନ୍ଦ କରନ୍ତି । କାହାକୁ ଦୁଃଖଭରା ଗୀତ ଭଲଲାଗେ ତ ପୁଣି କାହାକୁ ରୋମାନ୍ଟିକ ଏମିତି ସମସ୍ତଙ୍କର ଭିନ୍ନ ଭିନ୍ନ ପସନ୍ଦ ଥାଏ ।

ଏ ତ ରହିଲା ମଣିଷଙ୍କ ପସନ୍ଦ ହେଲେ ଆପଣ ଜାଣିଛନ୍ତି କି ଭୂତ ମାନଙ୍କର ବି କିଛି ପସନ୍ଦ ରହିଛି । ସେମାନେ ବି ଗୀତ ଶୁଣନ୍ତି , କଣ ଟିକେ ଆଶ୍ଚର୍ଯ୍ୟ ଲାଗିଲା ନା । ମଣିଷ ବଂଚିଥିବା ଅବସ୍ଥାରେ ଗୀତ ଶୁଣିବା ଟା କିଛି ବଡ କଥା ନୁହଁ କିନ୍ତୁ ମଲାପରେ ତାର ଆତ୍ମା ଗୀତ ଶୁଣିବା ନିହାତି ଚମକାଇ ଦେବା ଭଳି କଥା । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଲିଉଡର ଫେମସ ସିଙ୍ଗର ଏବଂ ମ୍ୟୁଜିକ କମ୍ପୋଜରଙ୍କ ଗୀତକୁ ଭୁତମାନେ ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି । ହିମେଶ ରେସମିୟା ଅନେକ ଗୀତ ଗାଇଛନ୍ତି ।

, ହିମେଶଙ୍କ ଗୀତ ଶୁଣି ଭୂତ ଦିୱାନା

କିନ୍ତୁ ସେଥିମଧ୍ୟରୁ ତାଙ୍କର ଗୋଟିଏ ଗୀତ ବହୁତ ଲୋକପ୍ରିୟ ହୋଇଥିଲା । ଯାହା ଆଜି ବି ଲୋକମାନେ ମନେ ରଖିଛନ୍ତି । ଝଲକ ଦିଖ ଲା ଯା ଗୀତ କୁ ଶୁଣି ଅନେକ ଶ୍ରୋତା ହିମେଶଙ୍କର ଫ୍ୟାନ ହୋଇଯାଇଥିଲେ , କିନ୍ତୁ ହିମେଶ କେବେ ବି ଭାବିନଥିବେ କି ଆତ୍ମାମାନେ ବି ତାଙ୍କର ଏହି ଗୀତକୁ ଶୁଣି ଏତେ ମାତ୍ରାରେ ପସନ୍ଦ କରିବେ ବୋଲି । ତେବେ ଏହି ମଜେଦାର କଥା ଏକ ଗାଁ ରେ ହୋଇଛି ଯେଉଁଠି ହିମେଶଙ୍କ ଏକ ବାର ଆଜା ଆଜା ଗୀତ ଶୁଣି ଭୂତ ଆସୁଛନ୍ତି ।

ତେଣୁ କରି ଏହି ଗାଁ ରେ ହିମେଶଙ୍କର ଏହି ଗୀତ କୁ ଗାଇବା କିମ୍ବା ଶୁଣିବା ପୁରାପୁରି ମନା ।ଏହି ଗାଁ ର ନାଁ ହେଉଛି ଭାଲେଜ ଯାହାକି ଆନନ୍ଦ ଜିଲ୍ଲାରୁ ୮୦ କିମି ଦୂରରେ ଅବସ୍ଥିତ । ତେବେ ଏହି କାହାଣୀ ପଛର ରହସ୍ୟ ହେଲା ଏହି ଗାଁ ର ଜଣେ ବ୍ୟକ୍ତି ଫିରୋଜ ଠାକୁର ଯାହାଙ୍କ ବୟସ ମାତ୍ର ୨୫ । ସେ କିଛିଦିନ ତଳେ ଝଲକ ଦିଖ ଲାଜା , ଏକ ବାର ଆଜା ଆଜା ଗୀତ ଗାଇଥିଲେ । ଏବଂ ସେଠାକାର ଲୋକଙ୍କ କହିବା ଅନୁଯାଇ ଏହି ଗୀତ ଯିଏ ଗାଏ କିମ୍ବା ଶୁଣେ ତାକୁ ଭୂତ ସବାର ହୋଇଯାଆନ୍ତ ି । ଏହି ଗୀତ ଗାଇବା ପରେ ଫିରୋଜଙ୍କ ବ୍ୟବହାରରେ ପରିବର୍ତନ ଦେଖାଦେଲା । ସେ ବହୁତ ଅଧିକ ଅଧିକ ଖାଇବାକୁ ଲାଗିଲେ , ସେ ଜଣେ ହୋଇ ମଧ୍ୟ ୪ ଜଣଙ୍କ ଖାଇବା ଖାଇଲେ ।

କାହା ସହ ଭଲ ରୂପେ କଥା ହେଲେନାହିଁ । ନିଜ ସହ କିଛି ଗୁଣ ଗୁଣ ହୋଇ ବହୁତ ସମୟ ଏକା କଥା ହେବାକୁ ଲାଗିଲେ । ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ତାନକୁ ଉଠାଇନେବାକୁ ପଡୁଥିଲା । ତାଙ୍କ ଦେହର ଓଜନ ବଢିଗଲା । ଏମିତି ଅନେକ କିଛି ପରିବର୍ତନ ଦେଖାଦେଲା ଫିରୋଜଙ୍କ ଭିତରେ । ତେବେ ଏସବୁ ଭୂତ କରୁଛି ବୋଲି ଗାଁ ଲୋକ କହିଲେ । ସଙ୍ଗେ ସଙ୍ଗେ ମୈାଲାନାଙ୍କୁ ଡକାହେଲା ସେ ଦେଖି କହିଲେ ସେହି ଗୀତ ଗାଇବା ଯୋଗୁଁ ଆତ୍ମା ଆସିଛି । ମୈାଲାନା ଅର୍ଥାତ ଗୁଣିଆ ଯେଉଁମାନେ କି ଦୁଷ୍ଟ ଆତ୍ମା ମାନଙ୍କୁ ଲୋକଙ୍କ ଦେହରୁ ଛଡାଇଥାନ୍ତି । ସେହି ମୈାଲାନା ଫିରୋଜଙ୍କ ଦେହରୁ ଭୂତ ଛଡାଇଦେଇଥିଲେ । ଏବଂ ତାପରେ ଫିରୋଜ ପୂର୍ବ ପରି ବ୍ୟବହାର କଲେ । ତେଣୁକରି ସେଠାରେ ଏହି ଆଜା ଆଜା ଗୀତ ବାଜିଲେ ଭୂତ ଆସନ୍ତି ବୋଲି ମାନାଯାଏ ।

, ହିମେଶଙ୍କ ଗୀତ ଶୁଣି ଭୂତ ଦିୱାନା

ଯେତେବେଳେ ଏହି କଥା ସବୁଆଡେ ପ୍ରଚାର ହେଲା ସେତେବେଳେ ଜଣେ ରିଟାର୍ଡ ସ୍କୁଲ ଟିଚର ଇସମିଆ ମଧ୍ୟ ଏହି କଥାକୁ ପରୀକ୍ଷା କରିବା ପାଇଁ ସେହି ଗୀତ ଗାଇଥିଲେ । ତାପରେ ଆଉ କଣ , ପୂଣି ଭୂତଙ୍କ ଆତଙ୍କ ବଢିଲା ଏବଂ ସେହି ଗାଁରେ ଏହି କଥା ନିଆଁ ଭଳି ଖେଳିଗଲା । ଏହି ଭୁତ ସେହି ଗୀତର ପଦ ଶୁଣି ଆସିଯାଏ । ଏହି ଗୀତରେ ଆଜା ଆଜା ଲାଇନ ଶୁଣିବା ମାତ୍ରେ ଭୂତ ଆସେ ଯାହାକି ସେଠାକାର ମୈାଲାନା କୁହନ୍ତି । ତେଣୁ କରି ଏଠାରେ ଏହି ଗୀତ ବଜାଇବା କିମ୍ବା ଶୁଣିବା ଏକ ରକମର ଅପରାଧ ବୋଲି କହିହେବ । ତେବେ ଆମେ ଶୁଣିଛୁ ଯେ ଭୁତ ବା ଖରାପ ଆତ୍ମା କିଛି ଅଧୁରା ଇଚ୍ଚା ପୁରା କରିବା ପାଇଁ ଜଣକ ଜିଅନ୍ତା ଶରୀରର ଆଶ୍ରୟ ନେଇଥାଏ । ହେଲେ ଏଠାରେ ହିମେଶଙ୍କ ଗୀତ ଶୁଣି ଭୂତ ଆସୁଛନ୍ତି । ଯିଏ ବି ଏକଥା ଶୁଣିବ ଏହାକୁ ମନୋଗଢା କାହାଣି କହିବ ।
କିନ୍ତୁ ସେଠାକାର ଗାଁ ଲୋକଙ୍କ ପାଇଁ ଆହା ଆଦୈା ମଜା କି ଥଟ୍ଟା କରିବା ଜିନିଷ ନୁହେଁ । ପୁଣି ଆଉ ଏକ ମଜେଦାର କଥା ହେଉଛି ବର୍ତମାନ ସୁଦ୍ଧା ଯେତିକି ଲୋକଙ୍କ ଉପରେ ଏହି ଭୂତ ସବାର ହେଇଛି ସେ ସମସ୍ତେ ମୁସଲିମ ସଂପ୍ରଦାୟ ର । ଏହାର ଅର୍ଥ ନୁହେଁ ଯେ ହିନ୍ଦୁଙ୍କ ଉପରେ ବିପଦ ନାହିଁ । ସେମାନେ ବି ନିଜର ଏକ କାହାଣି କୁହନ୍ତି । ସେହି ଗାଁରେ ପାଖା ପାଖି ୮୦୦୦ ଲୋକ ହିନ୍ଦୁ ôଥିବେ । ଏବଂ ସେମାନେ କୁହନ୍ତି ଗୋଟିଏ ଗୁଜୁରାତି ହିଟ୍ ଗୀତ ରହିଛି ଯାହା ଶୁଣି ମଧ୍ୟ ଭୂତ ଆସେ ।, ସେହି ଗୀତ ର ନାଁ ହେଉଛି ସନେଡ ସନେଡ । ସେହି ଗାଁ ର କିଛି ବୃଦ୍ଧା ବା ବୟସ୍କ ଲୋକ କୁହନ୍ତି ଯେ ସୁଷମା ବୋଲି ଜଣେ ସ୍ତ୍ରୀଲୋକ କ୍ୟାନସର କାରଣରୁ ମୃତ୍ୟୁ ବରଣ କରିଥିଲା ,ଏବଂ ସେ ମଲା ପରେ ତା ସ୍ୱାମୀ ତାର ଅନ୍ତିମ ସତ୍କାର ର ସମସ୍ତ କର୍ମ ଠିକ୍ ସେ କରିନଥିଲା । ତେଣୁ କରି ତାର ଆତ୍ମା ସବୁବେଳେ ଅଶାନ୍ତ ହୋଇ ଘୁରି ବୁଲେ । ସେ ଏହି ଗୁଜୁରାତି ଗୀତ ଶୁଣିଲେ ଚାଲିଆସେ ।

ସତରେ ଏସବୁ କଥା ଶୁଣି ଆପଣମାନେ ତ ଜାଣିସାରିଥିବେ ଏସବୁ ମନୋଗଢା କାହାଣି ଛଡା ଅ୍ଧମ କିଛି ନୁହେଁ । କେହି ଜଣେ ମିଛ କାହାଣୀ ବନାଇସାରିବା ପରେ ସାରା ଗାଁ ଲୋକ ଏହାକୁ ପ୍ରଚାର କରି ଏହି ଭୂତମାନେ ଗୀତ ଶୁଣି ଆସିବାର ପ୍ରଥାକୁ ଆଗେଇ ନେଇ ଚାଲିଛନ୍ତି । ତେବେ ଏ କାହାଣିି ଆପଣଙ୍କୁ କେତେ ସତ କି ମିଛ ଲାଗୁଛି ଆମ କମେନ୍ଟ ବକ୍ସ ରେ ନିଶ୍ଚୟ ଜଣାନ୍ତୁ । 

Post Your View

Leave a Reply

Your email address will not be published. Required fields are marked *

Back to top button