ଖୁସି ରହିବାର ଜୀବନ୍ତ ଉଦାହରଣ…

ଜୀବନ ଆମକୁ କନ୍ଦେଇବା ପାଇଁ ୧୦୦ଟି କାରଣ ଦେଖେଇଲେ ଆମେ ଜୀବନକୁ ହସେଇବା ପାଇଁ ୧୦୧ଟି କାରଣ ଦେଖାଇବା ଆବଶ୍ୟକ

ଖୁସି ରହିବାର ଜୀବନ୍ତ ଉଦାହରଣ…

ଆକାଶରେ ମେଘ ଥାଏ ଅଥଚ ଆକାଶ ଭାଙ୍ଗିପଡେନି, ମନରେ ମେଘ ଘୋଟିଲେ ମନ ଭାଙ୍ଗିପଡେ, ଆଖିରେ ଜକେଇ ଆସେ ଲୁହ ..।। ଆଶା କିମ୍ବା ସ୍ୱପ୍ନର ହାତ କି ଗୋଡ ନଥାଏ ସେ ଭାସିପାରେ ପବନରେ , ସେ ଲୋଟିପାରେ ଆୟୁଷରେ, ସେ ନିଜକୁ ପାରିଦେଇପାରେ ଇଥରରେ… ହେଲେ ମଣିଷର ହାତ ଗୋଡ ଥାଇ ମଧ୍ୟ ସେ ଅନେକ ସମୟରେ ନିଜ ଭିତରେ ନିଜକୁ ମାରିଦିଏ .. ମନରେ ସଂଚିପାରେନି ସାହସ ଜୀବନକୁ ସୁରୁଖୁରୁରେ ଜିଇଁବା ପାଇଁ ..।। ମଣିଷ ଆଶା ରଖେ ଗିରି ଲଙ୍ଘିବା ପାଇଁ ଅଥଚ ଲଙ୍ଘିପାରେନି ବାଧା ବିଘ୍ନକୁ , ଅନେକ ସମୟରେ ଦେଖିବାକୁ ମିଳେ ଯେ ଲୋକଟା ଧନୀ ହୋଇଥାଏ ତାର ଜୀବନ ବେସ୍ ସୁଖଃ ସ୍ୱଛନ୍ଦରେ ଚାଲି ଥାଏ ଅଥଚ ସେ ଶାନ୍ତିରେ ନଥାଏ ..।।
ଆମେ ଏବେ ଆସିବା ମୁଖ୍ୟ ବିଷୟବସ୍ତୁକୁ , ଆମର କହିବା କଥା ହେଲା ମଣିଷ ଜୀବନକୁ ସୁରୁଖୁରୁରେ ବାହିନେବା ପାଇଁ ଧନ ସମ୍ପତିଠାରୁ ବେଶୀ ଶାନ୍ତି ଆବଶ୍ୟକ … ନିଜ ଭିତର ଲୋକକୁ ନିଜେ ପ୍ରେରଣା ଦେବା ଆବଶ୍ୟକ ..।। ମଣିଷ ବୁଝିବା ଦରକାର ଯେ ଜୀବନରେ ଝଡ ଭାଙ୍ଗିଦେବା ପାଇଁ ଆସେନାହିଁ ବରଂ ମଣିଷକୁ ଜୀବନର ଉଠାଣି ଗଡାଣିରେ କେମିତି ସହଜରେ ପାରି ହେଇହେବ ସିଖାଇ ଦିଏ ..।। ତେଣୁ ସୁ ସମୟ ହେଉକି ଦୁଃ ସମୟ , ସବୁ ସମୟକୁ ଫୁଲର ଗାଲିଚା କରିବାର କ୍ଷମତା ମଣିଷ ପାଖରେ ହିଁ ଅଛି … ଏଇ ଭିଡିଓଟି ଦେଖନ୍ତୁ ଆପଣମାନେ ସବୁ କିଛି ବୁଝିଯିବେ ଯେ ।ମେ ଆପଣଙ୍କୁ କଣ କହିବାକୁ ଚାହୁଁଛୁ ..।। ଏ ଭିଡିଓଟିରେ ଯେଉଁ ଦିବ୍ୟାଙ୍ଗ ଯୁବକ ଜଣଙ୍କ ଗୋଡରେ ଚିତ୍ର ଆଙ୍କୁଛନ୍ତି ତାଙ୍କର ନା ହେଲା ଗୋକର୍ଣ ପାଟିଲ୍ , ତାଙ୍କ ଘର ଛତିଶଗଡରେ ..।। ସୂଚନା ଥାଉକି ଗୋକର୍ଣ ପାଟିଲ୍ କିଛି ଶୁଣିପାରନ୍ତି ନାହିଁ ତାଙ୍କର ହାତ ମଧ୍ୟ ନାହିଁ… ଦେଖନ୍ତୁ ଆଜ୍ଞା ତଥାପି ସେ ଭାଙ୍ଗି ନପଡି ଗୋଡରେ କେମିତି କେତେ ସୁନ୍ଦର ମନଲୋଭା ଚିତ୍ର ଆଙ୍କୁଛନ୍ତି ..।। ଗୋକର୍ଣ ପାଟିଲ୍‌ଙ୍କ ଠାରୁ ଆଜିର ମଣିଷ ନିହାତି କିଛି ଶିଖିବା ଦରକାର , ଶିଖିବା ଦରକାର ଯେ ଜୀବନ ଆମକୁ କନ୍ଦେଇବା ପାଇଁ ୧୦୦ଟି କାରଣ ଦେଖେଇଲେ ଆମେ ଜୀବନକୁ ହସେଇବା ପାଇଁ ୧୦୧ଟି କାରଣ ଦେଖାଇବା ଆବଶ୍ୟକ ..।।

Post Your View

Leave a Reply

Your email address will not be published. Required fields are marked *

Back to top button
Close