ମଣିଷ ରୂପରେ ରାକ୍ଷସ

କୁକୁରକୁ ମନଇଚ୍ଚା ପିଟିଲେ ଆଉ ଚେନ୍ ରେ ଝୁଲାଇ ମାରିଦେଲେ

ମଣିଷ ବେଳେ ବେଳେ ଏତେ ନୃଶଂସ କାହିଁକି ହେଇଯାଏ । ନିଜ ପାଖରେ ସବୁପ୍ରକାରର ଶକ୍ତି ଥାଇ ତାହାକୁ ଭଲ ସ୍ଥାନରେ ଉପେଯୋଗ ନ କରି ଦୁର୍ବଳଙ୍କ ଉପରେ ଅନ୍ୟାୟ କରି କଣ ଲାଭ ପାଏ । ଥରେ ଚିନ୍ତାକଲେ ମଣିଷର ଆବଶ୍ୟକତା ପାଇଁ ଆମ ପ୍ରକୃତି ଆମ ଜୀବଜନ୍ତୁ ସମସ୍ତେ ନିଜର ଜୀବନକୁ ଉତ୍ସଗ କରିସାରିଲେଣି । ହେଲେ ତଥାପି ଏ ମଣିଷ ଥକୁନି । କରି ଚାଲିଛି ଅମାନୁଷିକ କାଣ୍ଡ । ଏମିତି ଏକ ଘଟଣା ବର୍ତ୍ତମାନ ମଧ୍ୟପ୍ରଦେଶରୁ ଦେଖିବାକୁ ମିଳିଛି । ୩ଜଣ ଯୁବକ ଚେନ୍ ରେ ବନ୍ଧା ହୋଇଥିବା ଗୋଟିଏ ପୋଷା କୁକୁରକୁ ଭୟଙ୍କର ରୂପେ ହତ୍ୟା କରିଛନ୍ତି । ପ୍ରଥମେ ତାକୁ ଖୁବ୍ ଜୋର ରେ ମାଡ ମାରିଛନ୍ତି । ତାପରେ ତାର ବେକରେ ଥିବା ଚେନ୍ କୁ ଝୁଲାଇ ରଖି ତାକୁ ମାରିଛନ୍ତି । ଆଉ ଏହି ସବୁ ଘଟଣା କୁକୁରର ମାଲିକ ସାମ୍ନାରେ ହିଁ ଘଟିଥିଲା । ଯେତେ ଚେଷ୍ଟାକଲେ ବି ସେହି ମାଲିକ ନିଜର ପୋଷା କୁକୁରକୁ ବଂଚାଇପାରିନଥିଲେ । ଭୋପାଲର ବାଲାଜୀ ନଗରରେ ରାତିବାଦ ଅଂଚଳରେ ରହୁଥିବା ଏକ ପରିବାର ସହ ଘଟିଛି ଏହି ଘଟଣା । କୁକୁରଟି ସେହି ଅଂଚଳର ଜଣେ ବ୍ୟକ୍ତିଙ୍କୁ କାମୁଡିଦେଇଥିଲା । ହେଲେ ସେ ପୋଷା କୁକୁର ଥିବାରୁ ତା ଦାନ୍ତରେ କୈାଣସି ବିଷ ନଥିଲା । ଯାହା ଦ୍ୱାରା ସେ ବ୍ୟକ୍ତିଙ୍କର କୈାଣସି କ୍ଷତି ମଧ୍ୟ ହେଲା ନାହିଁ । କିନ୍ତୁ ସେ କଥା ବୁଝିବା ଶକ୍ତି ସେହି ଅବିବେକୀ ମଣିଷ ମାନଙ୍କ ପାଖରେ ନଥିଲା । କାମୁଡା ଖାଇଥିବା ବ୍ୟକ୍ତି ନିଜର ଦୁଇଜଣ ସାଙ୍ଗଙ୍କୁ ନେଇ ସେହି କୁକୁରଟିକୁ ମନଇଚ୍ଛା ପିଟିଥିଲେ । ଆଉ ତା ଚେନ୍ ରେ ଝୁଲାଇ ତାକୁ ମାରିଦେଲେ । ମାଲିକ ଜଣକ ଯେତେ ଗୁହାରୀ ହୋଇ ଗୋଡ ଧରିଲେ ବି ସେହି ମାନେ ଶୁଣିନଥିଲେ । ଆଉ ଶେଷରେ ସେହି କୁକୁରଟି ପ୍ରାଣ ହରାଇଲା । ତାପରେ ସେମାନେ ସେହି କୁକୁରର ମୃତ ଦେହକୁ ନେଇ କୁଆଡେ ଫେରାର ହୋଇଯାଇଛନ୍ତି । କୁକୁରର ମାଲିକ ତାଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କରିଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button
Close