ବିମାନ ଦୁର୍ଘଟଣାରେ ଚାଲିଗଲେ ହଲିଉଡ ‘ଟାରଜନ୍’

ପତ୍ନୀଙ୍କ ସମେତ ଅନ୍ୟ ୭ଜଣଙ୍କ ମୃତ୍ୟୁ..

ହଲିଉଡ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଫିଲ୍ମ ‘ଟାର୍ଜନ ଇନ୍ ମ୍ୟାନହଟନ୍’ରେ ଟାର୍ଜନ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜୋ ଲାରାଙ୍କର ୫୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ଲେନରେ ଅଭିନେତା ଏବଂ ତାଙ୍କ ପତ୍ନୀଙ୍କ ସମେତ ୭ ଜଣ ଥିଲେ।ଟିନେସି ଅନ୍ତର୍ଗତ ସ୍ମାଇର୍ଣ୍ଣାରୁ ଉଡ଼ାଣ ଆରମ୍ଭ କରି ଫ୍ଲୋରିଡାର ପାମ୍‌ ବେଳଭୂମି ଅଭିମୁଖେ ଯାତ୍ରା କରୁଥିବା କ୍ଷୁଦ୍ର ବିମାନ ‘ସେସ୍‌ନା ସି୫୦୧’ ‘ପିର୍ସି ପ୍ରିଷ୍ଟ୍‌ ହ୍ରଦ’ ଉପର ଦେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

, ବିମାନ ଦୁର୍ଘଟଣାରେ ଚାଲିଗଲେ ହଲିଉଡ  ‘ଟାରଜନ୍’ରବିବାର ଦିନ ବିବୃତି ଦେଇ ‘ରଥର୍‌ଫୋର୍ଡ କାଉଣ୍ଟି ଫାୟାର୍‌ ରେସ୍କ୍ୟୁ’ କ୍ୟାପ୍‌ଟେନ୍‌ ଜୋସୁଆ ସାଣ୍ଡର୍ସ କହିଛନ୍ତି ଯେ, ବିମାନର ଭଗ୍ନାଂଶ ପଡ଼ିଥିବା ହ୍ରଦର ଅଧମାଇଲ୍‌ ପରିବ୍ୟାପ୍ତ ଅଞ୍ଚଳରେ ଉଦ୍ଧାର ଅଭିଯାନ ନିବଦ୍ଧ କରାଯାଇଥିଲା। କିନ୍ତୁ, ଏବେ ଆଉ କୌଣସି ବିମାନଯାତ୍ରୀ ଜୀବନ୍ତ ଥିବା ମନେ ହେଉ ନ ଥିବାରୁ ଉଦ୍ଧାର ଅଭିଯାନ ତଲାସ ଅଭିଯାନ ପାଲଟି ଗଲାଣି। ଆଜି ସକାଳୁ ମଧ୍ୟ ତଲାସ ଅଭିଯାନ ଆରମ୍ଭ ହୋଇଛି।, ବିମାନ ଦୁର୍ଘଟଣାରେ ଚାଲିଗଲେ ହଲିଉଡ  ‘ଟାରଜନ୍’ଜୋଲାରା ୧୯୮୯ ରେ ଫିଲ୍ମ ‘ଟାର୍ଜନ ଇନ୍ ମ୍ୟାନହଟନ୍’ରେ ଟାର୍ଜନ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ ଟିଭି ସିରିଜ୍ ‘ଟାର୍ଜନ: ଦି ଏପିକ୍ ଆଡଭେଞ୍ଚର୍ସ’ରେ ମଧ୍ୟ କାମ କରିଥିଲେ । ଏହି ସିରିଜରେ ଜୋ ଲାରାଙ୍କ ଅଭିନୟକୁ ଲୋକମାନେ ଭଲ ପାଉଥିଲେ । ଲାରା ସଙ୍ଗୀତରେ କ୍ୟାରିୟର କରିବାକୁ ଚାହୁଁଥିବାରୁ ୨୦୦୨ ମସିହାରେ ଅଭିନୟ ଦୁନିଆରୁ ବିଦାୟ ନେଇଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button