ରଜନୀକାନ୍ତ ପାଇବେ ଦାଦା ସାହେବ ଫାଲକେ ଆଓ୍ବାର୍ଡ

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର । ଚଳିତ ବର୍ଷ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ ମିଳିବ । ଦୀର୍ଘ ୫୦ ବର୍ଷ ଧରି ଚଳଚ୍ଚିତ୍ର ଜଗତରେ ନିଜର ଅବଦାନ ଦେଇଛନ୍ତି । ତାମିଲ, ତେଲୁଗୁ, ମାଲାୟଲମ, କନ୍ନଡ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ବେଶ ପ୍ରସିଦ୍ଧ ଲାଭ କରିଛନ୍ତି । ଏହି ଅଭିନେତା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ସେ ଜଣେ ଆକ୍ସନ ହିରୋ ଭାବେ ପରିଚିତ ।, ରଜନୀକାନ୍ତ ପାଇବେ ଦାଦା ସାହେବ ଫାଲକେ ଆଓ୍ବାର୍ଡଏକ ସାମ୍ବାଦିକ ସମ୍ମିଳନୀରେ ଜାବଡେକର କହିଛନ୍ତି, ଦେଶର ସବୁ ପ୍ରାନ୍ତର ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ଗାୟକ, ସଙ୍ଗୀତକାରଙ୍କୁ ଦାଦା ସାହେବ ଫାଲକେ ଆଓ୍ବାର୍ଡ ମିଳୁଥିବାରୁ ଆମେ ବହୁତ ଖୁସି ଅଛୁ ।  ଚଳିତ ବର୍ଷର ଦାଦା ସାହେବ ଫାଲକେ ଆଓ୍ବାର୍ଡ ପାଇଁ ମହାନ୍ ଅଭିନେତା ରଜନୀକାନ୍ତଙ୍କ ନାଁ ଘୋଷଣା କରି ଆମେ ବହୁତ ଖୁସି ହୋଇଛୁ । ରଜନୀକାନ୍ତ ଗତ ୫ ଦଶନ୍ଧି ଧରି ସିନେମା ଜଗତରେ ରାଜ୍ କରିବା ସହ ଲୋକଙ୍କୁ ମନୋରଞ୍ଜନ କରୁଛନ୍ତି । ଏଥି ଯୋଗୁଁ ଚଳିତ ବର୍ଷ ଦାଦା ସାହେବ ଫାଲକେର ୫ ଜଣ ଜୁରୀ ରଜନୀକାନ୍ତଙ୍କୁ ଏହି ଆଓ୍ବାର୍ଡ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button