ହାପି ବର୍ଥ ଡେ’ ବଲିଉଡ କୁଇନ୍

ବଲିଉଡ କ୍ୱିନ୍ କଙ୍ଗନା ରାନୌତ୍ ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଗତ କିଛି ବର୍ଷ ଧରି ସୋସିଆଲ ମିଡିଆରେ କଙ୍ଗନା ବେଶ ସକ୍ରିୟ ଅଛନ୍ତି । କଙ୍ଗନା ତାଙ୍କ ନିଜ ଦମ୍ ରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନ ହାସଲ କରିପାରିଛନ୍ତି । ସେ ଜଣେ ଏପରି ଅଭିନେତ୍ରୀ ଯାହାଙ୍କୁ ମାତ୍ର ୨୨ ବର୍ଷ ବୟସରେ ନେସନାଲ୍ ଆୱାର୍ଡରେ ସମ୍ମାନୀତ କରାଯାଇଥିଲା ।, ହାପି ବର୍ଥ ଡେ’ ବଲିଉଡ କୁଇନ୍୨୦୧୦ ରେ ଫିଲ୍ମ ଫ୍ୟାଶନ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ କଙ୍ଗନାଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା । ବଲିଉଡରେ କଙ୍ଗନା ଏକମାତ୍ର ଅଭିନେତ୍ରୀ ଯିଏକି ବିନା ହିରୋରେ ୧୦୦ କୋଟିର ଫିଲ୍ମ ଦେଇଥାନ୍ତି ।କଙ୍ଗନା ୨୩ ମାର୍ଚ୍ଚ ୧୯୮୭ ରେ ହିମାଚଳର ମାଣ୍ଡି ଜିଲ୍ଲାର ସୁରଜପୁରରେ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।, ହାପି ବର୍ଥ ଡେ’ ବଲିଉଡ କୁଇନ୍ପରିବାରରେ ତାଙ୍କ ବ୍ୟତୀତ ବଡ ଭଉଣୀ ରଙ୍ଗୋଲି ଏବଂ ସାନଭାଇ ଅକ୍ଷତ ମଧ୍ୟ ଅଛନ୍ତି । କଙ୍ଗନାଙ୍କ ମା ଆଶା ରନୌତ ଜଣେ ସ୍କୁଲ ଶିକ୍ଷୟତ୍ରୀ ଏବଂ ବାପା ଜଣେ ବ୍ୟବସାୟୀ । କଙ୍ଗନାଙ୍କ ବାପା ତାଙ୍କୁ ଡାକ୍ତର କରିବାକୁ ଚାହୁଁଥିଲେ କିନ୍ତୁ ସେ ୧୨ କ୍ଲାସ୍ ରେ ଫେଲ୍ ହୋଇଯାଇଥିଲେ । ଏହା ପରେ କଙ୍ଗନା ତାଙ୍କ ବାପା-ମାଙ୍କ ସହ ଝଗଡା କରି ଦିଲ୍ଲୀ ଚାଲିଆସିଥିଲେ । ଦିଲ୍ଲୀ ଆସିବା ପରେ ସେ ଜଣେ ଅଭିନେତ୍ରୀ ହେବାକୁ ସ୍ଥିର କରିଥିଲେ ଏବଂ ଅନେକ ସଂଘର୍ଷ ପରେ ସେ ମଧ୍ୟ ସଫଳ ହୋଇଥିଲେ ।, ହାପି ବର୍ଥ ଡେ’ ବଲିଉଡ କୁଇନ୍କଙ୍ଗନା ଜନ୍ମଦିନ ଅବସରରେ ପୁରୀର ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ ଖାସ ଅନ୍ଦାଜରେ କଙ୍ଗନାଙ୍କୁ ଜନ୍ମଦିନ ଅଭିନନ୍ଦନ ଜଣାଇଛନ୍ତି। ସେ ପୁରୀ ସମୁଦ୍ରକୂଳରେ ଏକ ସୁନ୍ଦର ବାଲୁକା କଳା ବା ସ୍ୟାଣ୍ଡ ଆର୍ଟ ତିଆରି କରିଛନ୍ତି। କଙ୍ଗନା ସୁଦର୍ଶନ ପଟନାୟକଙ୍କ ପୋସ୍ତକୁ ରିଟ୍ୱିଟ୍ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।, ହାପି ବର୍ଥ ଡେ’ ବଲିଉଡ କୁଇନ୍ସୁଦର୍ଶନ ପଟନାୟକ ନିଜ ଟ୍ୱିଟର ଆକାଉଣ୍ଟରେ ଫଟୋ ପୋଷ୍ଟ କରି ବଲିଉଡ କ୍ୱିନ କଙ୍ଗନାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଭଗବାନ ଜଗନ୍ନାଥଙ୍କ କୃପା ସର୍ବଦା ତାଙ୍କ ଉପରେ ରହୁ। ଶ୍ରେଷ୍ଠ ଅଭିନେତ୍ରୀର ରାଷ୍ଟ୍ରୀୟ ପୁରସ୍କାର ଜିତିଥିବା ଯୋଗୁଁ ମଧ୍ୟ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

Post Your View

Leave a Reply

Your email address will not be published. Required fields are marked *

Back to top button