ଆଡିସନାଲ ସିଭିଲ କୋର୍ଟ ହେବ ଉଦଘାଟନ

ଆସନ୍ତା ୨୩ ତାରିଖରେ ଉଦଘାଟନ କରିବେ ହାଇକୋର୍ଟ ଚିଫ୍ ଜଷ୍ଟିସ

ଏଣିକି ଅନୁଗୁଳ ଜିଲ୍ଲା ତଳଚେର ସିଭିଲ କୋର୍ଟରେ ମାସ ମାସ ପଡିବ ରହିବନି ମାମଲା । କାରଣ ଆସନ୍ତା ୨୩ ତାରିଖରେ ଉଦଘାଟନ ହେବାକୁ ଯାଉଛି ନୂତନ ଆଡ଼ିସନାଲ ସିଭିଲ କୋର୍ଟ । ଏହା ତାଳଚେରରେ ସିଭିଲ ଜଜ କୋର୍ଟ ରହିଛି । ମାତ୍ର ଶିଳ୍ପ ନଗରୀ ତାଳଚେର ଅଞ୍ଚଳରେ ବହୁ ମାମଲା ଏହି କୋର୍ଟରେ ପଡି ରହିଥିବାକୁ ଆଖି ଆଗରେ ରଖି ମାନ୍ୟବର ଓଡିଶା ହାଇକୋର୍ଟ ଏଠାରେ ଏକ ଅତିରିକ୍ତ ସିଭିଲ କୋର୍ଟ ପ୍ରତିଷ୍ଠା କରିବା ପାଇଁ ଯାଉଛନ୍ତି ।, ଆଡିସନାଲ ସିଭିଲ କୋର୍ଟ ହେବ ଉଦଘାଟନମହାମାରୀ କରୋନାକୁ ଦୃଷ୍ଟିରେ ରଖି ଭିଡିଓ କନଫ୍ରେସିଙ୍ଗ ମାଧ୍ୟମରେ ମାନ୍ୟବର ଓଡିଶା ହାଇକୋର୍ଟ ଚିଫ୍ ଜଷ୍ଟିସ ଏହାର ଉଦଘାଟନ କରିବେ । ଏହି କୋର୍ଟ ପ୍ରତିଷ୍ଠା ହେଲେ ଦୀର୍ଘ ଦିନ ବ୍ୟାପି ପଡିରହିଥିବା ମାମଲା ଗୁଡିକ ତୁରନ୍ତ ଫଇସଲା ହେବାସହ ଲୋକେ ନ୍ୟାୟ ପାଇ ପାରିବେ ବୋଲି ସାଧାରଣରେ ଆଲୋଚନା ବିଷୟ ହୋଇଛି । ଅପରାହ୍ନରେ ଶୁଭ ଉଦଘାଟନ କରାଯିବ ବୋଲି ମାନ୍ୟବର ଆଶିଷ ପଟ୍ଟନାୟକ ଅଜେଏସ (ଆଇ) ରେଜିଷ୍ଟାର ସିଭିଲକୋର୍ଟ ଅନୁଗଳ ଏହି ସୂଚନା ପ୍ରଦାନ କରିଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button