ଘଟିଲା ବଡ ଦୁର୍ଘଟଣା : ପାକିସ୍ଥାନର ଆବାସିକ ଅଂଚଳରେ ଖସି ପଡିଲା ଉଡାଜାହାଜ

ପାକିସ୍ଥାନର କରାଚୀର ପିଆଇଏ ର ବିମାନ ଦୁର୍ଘଟଣା । ଆବାସିକ ଅଂଚଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୦୦ ଜଣ ଯାତ୍ରୀ ଏହି ବିମାନରେ ଯାତ୍ରା କରୁଥିବାର ସୂଚନା ମିଳୁଛି । ପାକିସ୍‌ଥାନ ଇନ୍ଟରନେସନା;ଲ ଏୟାରଲାଇନସ୍ ପ୍ଲେନ ଲାହୋରରୁ କରାଚି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ବିମାନ ଲ୍ୟାଣ୍ଡଙ୍ଗ କରିବାର ୧ ମିନିଟ୍ ପୂର୍ବରୁ ହିଁ ଏହା ଆବାସିକ ଅଂଚଳରେ କ୍ରାସ ହୋଇଛି । କିନ୍ତୁ ଘଟଣା ସ୍ଥଳରେ କେତେ ଜଣ ଆହାତ ହୋଇଛନ୍ତି ତାର ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପାକିସ୍ଥାନର କରାଚୀ ଏୟାର ପୋର୍ଟରେ ପହଂଚିବା ପୂର୍ବରୁ ଏହିଭଳି ଘଟଣା ଘଟିଛି । ସେଠାକାର ଲୋକଙ୍କର ଅବସ୍ଥା ବର୍ତମାନ ଖୁବ୍ ଶୋଚନୀୟ ।

, ଘଟିଲା ବଡ ଦୁର୍ଘଟଣା : ପାକିସ୍ଥାନର ଆବାସିକ ଅଂଚଳରେ ଖସି ପଡିଲା ଉଡାଜାହାଜ

Post Your View

Leave a Reply

Your email address will not be published. Required fields are marked *

Back to top button
Close