ଏଇ ବୟସରେ ପୁଣି ବାହାଘର

୧୯୫୫ରେ ବାଲ୍ୟ ବିବାହ ୨୦୨୦ରେ ପୁଣି ବାହାହେଲେ ଏହି ବୃଦ୍ଧ ଦମ୍ପତି

ଏ କାହାଣୀ ବାଲ୍ୟ ବିବାହ ସମୟର , ଏ କାହାଣୀ ୧୯୫୫ ମସିହାର , ଏ କାହାଣୀ ଜୀବନ କଣ ନ ଜାଣି ଆଉ ଗୋଟେ ଜୀବନକୁ ଆପଣାଇବାର ସମୟର ..।। ଏ କାହାଣୀରେ ଲୁଚିଛି ବରଷ ବରଷର ସାଂସାରିକ ସ୍ମୃତି , ଲୁଚିଛି ତେଲ ଲୁଣର ଜଂଜାଳରେ ଆଞ୍ଜୁଳାଏ ପ୍ରୀତି ..।। ମହାରାଷ୍ଟ୍ରର ଆର୍ନି ତହସିଲ୍ ଅଂଚଳରେ କାହାଣୀ ଇଏ ..।। ୮୧ ବର୍ଷର ବୃଦ୍ଧ ବାହାହୋଇଛନ୍ତି ୭୨ ବର୍ଷର ବୃଦ୍ଧାଙ୍କୁ ,  ..।।

, ଏଇ ବୟସରେ ପୁଣି ବାହାଘର
ଜୀବନର ଉଠାଣି ଗଡାଣିରେ ଜୀବନ ଲୁହ ଦିଏ , ହସ ଦିଏ , ପ୍ରେମ ଦିଏ , ଧୋକା ଦିଏ … ବାସ୍ ଏସବୁକୁ ନେଇ ଜୀବନରେ ଜିଇଁବାକୁ ହୁଏ ..।। ଜୀବନର ଉଠାଣି ଗଡାଣିକୁ ଆଦରି ଜିଇଁ ଆସିଛନ୍ତି ଜୀବନ ସୀତାରାମ ..।। ୧୯୫୫ ମସିହାରେ ସୀତାରାମଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ସେ ନିର୍ମଳାଙ୍କୁ ବିବାହ କରିଥିଲେ , ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ନିର୍ମଳାଙ୍କୁ ସେତେବେଳେ ମାତ୍ର ୬ ବର୍ଷ ହୋଇଥିଲା ..।। ଏତେ କମ୍ ବର୍ଷ ବୟସରେ ବିବାହକୁ ନେଇ ଉଭୟଙ୍କର ବିଶେଷକିଛି ମନେ ନାହିଁ , କାହାରବା ମନେ ରହିବ କୁହନ୍ତୁ ..।। ତେବେ ଏଇ ବୃଦ୍ଧ ଦମ୍ପତି ଏବେ ଚର୍ଚାରେ ରହିବାର କାରଣ ଏହିକିଯେ ସେମାନେ ତାଙ୍କର ୬୫ତମ ବିବାହ ବାର୍ଷିକୀରେ ଏବେ ପୁଣିଥରେ ଉଭୟଙ୍କୁ ବିବାହ କରିଛନ୍ତି ..।।

, ଏଇ ବୟସରେ ପୁଣି ବାହାଘର

ଏ ବିଷୟରେ ପରିବାର ପକ୍ଷରୁ କହିବା କଥାକି ସେମାନେ ଯେହେତୁ ବାଲ୍ୟ ବିବାହ କରିଥିଲେ ତେଣୁ ବିବାହକୁ ନେଇ ସେମାନଙ୍କର ବିଶେଷ କିଛି ସେ ସମୟରେ ଅନୁଭୂତି ନଥିଲା ..।। ତେଣୁ ପରିବାର ପକ୍ଷରୁ ବୃଦ୍ଧ ଦମ୍ପତିଙ୍କର ୬୫ତମ ବିବାହ ବାର୍ଷିକୀରେ ଉଭୟଙ୍କୁ ପୁଣିଥରେ ବିବାହ କରିବାର ଅନୁଭୁତି ଭେଟିଦେଇଛନ୍ତି ..।। ତେବେ ବୃଦ୍ଧ ଦମ୍ପତି ଦୁଇଜଣ ଏନେଇ ରାଜି ହେଉନଥିଲେ କିନ୍ତୁ ନାତି ନାତୁଣୀ ମନେଇ ବିବାହକୁ ସଫଳ କରିଦେଲେ ..।। ବେସ୍ ଜାକଜକମରେ ମଧ୍ୟ ବିବାହ ହୋଇଛି ଏହି ଯୋଡିଙ୍କର , ବିବାହକୁ ନେଇ ସେମାନେ ପାଇଲେ ଏକ ନୂଆ ଅନୁଭୂତି ..।। ସତରେ ଜୀବନରେ ମଝିରେ ମଝିରେ ଏମିତି ଅଚାନକ୍ ଅତର୍କିତ ଖୁସି ଆସିବା ଦରକାର ବାକି ଜୀବନକୁ ହାତ ଧରି ଟାଣିନେବା ପାଇଁ ..।।

Post Your View

Leave a Reply

Your email address will not be published. Required fields are marked *

Back to top button