ମଦ ପିଇବା ପାଇଁ ଲୋକ ପାଗଳ

କରୋନା ମହାମାରୀ ପାଇଁ ଆଜକୁ ୧୧ ମାସରୁ ଉର୍ଦ୍ଧ ଦିନ ହୋଇଗଲାଣି ଲୋକ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଛନ୍ତି । କାହାକୁ ମେଡିକାଲ ଅସୁବିଧା ତ ଆଉ କାହାକୁ ମନି ପରିବା କିଣିବାର ଅସୁବିଧା ଏହି ସମୟରେ ଅନେକ ଲୋକ ମଦ କିଛି ବାକୁ ମଧ୍ୟ ଅନେକ ଅସୁବିଧା ସହିଛନ୍ତି । ତେବେ କିଛି ଦିନ ପୁର୍ବରୁ ସ୍ଥିତି ସୁଧାରକୁ ଆସିବା ପରେ ସରକାର ସବୁ କଟକଣାକୁ କୋହଳ କରିଥିଲେ । ସେହି ପରି ବାହାର ଦେଶରେ ମଧ୍ୟ ସବୁ କଟକଣାକୁ କୋହଳ କରାଯାଇଥିଲା । ସାଧାରଣ ଲୋକଙ୍କ ମୁହଁରେ ଗୋଟେ ଖୁସି ଦେଖିବାକୁ ମିଳିଥିଲା । ତେବେ ଏହି ସମୟରେ ପୁଣି କରୋନା ମହାମାରୀର ବିପଦ ମାଡି ଆସିଲା ଲୋକ ନାହିଁ ନଥିବା ଅସୁବିଧାର ସମୁଖୀନ ମଧ୍ୟ ପୁଣି ଥରେ ହେବାକୁ ଲାଗିଲେଣି ।, ମଦ ପିଇବା ପାଇଁ ଲୋକ ପାଗଳଲେଉଟିଛି ଲକଡାଉନ, ଆଉ ପୁଣି ବଜାର ଘାଟରେ ଭିଡ ଲାଗୁଛି । ଗତବର୍ଷ ମାର୍ଚ୍ଚ ମାସ ଭଳି ଚିତ୍ର ଚଳିତ ମାର୍ଚ୍ଚରେ ବି ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ନାଗପୁର ସହରରେ କରୋନା ସଂକ୍ରମଣ ଏତେ ବଢିଯାଇଛି ଯେ, ସୋମବାରଠାରୁ ଲକଡାଉନ ଲାଗୁ ହେବାକୁ ଯାଉଛି । ଅର୍ଥାତ କେବଳ ଜରୁରୀ ସାମଗ୍ରୀକୁ ଛାଡିଦେଲେ ଲୋକଙ୍କୁ ଆଉ କିଛି ମିଳିବନି । ଘରେ ବନ୍ଦି ହୋଇ ରହିବାକୁ ପଡିବ ।କେବଳ ଔଷଧ, ପନିପରିବା, ଫଳ ଓ କ୍ଷୀର ଦୋକାନ ଖୋଲା ରହିବ । ଲୋକଙ୍କ ବେପରୁଆ ଆଚରଣ ଯୋଗୁଁ ଲକଡାଉନ କଟକଣା ଲାଗୁ କରିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ସରକାର । ହେଲେ ଲକଡାଉନ ଆରମ୍ଭ ହେବା ଆଗରୁ ମଦ ଦୋକାନ ଆଗରେ ଭିଡ ଲାଗୁଛି । ସାମ୍ନାକୁ ଆସିଛି ନାଗପୁର ସହରର ଏକ ବଜାରର ଚିତ୍ର । ଏ ଭିଡକୁ ଦେଖି ଲକଡାଉନ କଟକଣା ଲଗାଇବାକୁ ବାଧ୍ୟ ହେଲେ ରାଜ୍ୟ ସରକାର । ଲୋକ ବଜାରକୁ ଆସିଛନ୍ତି ହେଲେ ସାମାଜିକ ଦୂରତା ଭୁଲି ଯାଇଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button