`RRR’ରେ ଅଜୟଙ୍କର ଦମ୍‌ଦାର ଲୁକ୍‌

ଆକ୍ସନ ମୋଡରେ ବଲିଉଡ ଅଭିନେତା ଅଜୟ ଦେବଗନ। ପୁଣି ଥରେ ତାଙ୍କୁ ଆକ୍ସନ ଲୁକ୍‌ରେ ଦେଖିବାକୁ ମିଳିଛି। ସାମ୍ନାକୁ ଆସିଛି ବହୁ ପ୍ରତିକ୍ଷିତ ଅପକମିଂ ହାଇ ବଜେଟ୍‌ ଫିଲ୍ମ `ଆର୍‌ ଆର୍‌ ଆର୍‌’ରୁ ତାଙ୍କର ଦମ୍‌ଦାର ଲୁକ୍‌। ଏସ୍‌ଏସ୍‌ ରାଜମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରୁ ତାଙ୍କ ମୋଶନ ପୋଷ୍ଟର ରିଲିଜ ହୋଇଛି, ଯାହା ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ରିଲିଜ ହୋଇଥିବା ଏହି ମୋଶନ ପୋଷ୍ଟରରେ ଅଜୟଙ୍କ ଲୁକ୍‌ ବେଶ୍‌ ଦମଦାର୍‌ ରହିଛି। ଏଥିରେ ସେ ଜଣେ ଯୋଦ୍ଧା ଗେଟ୍‌ଅପ୍‌ରେ ନଜର ଆସିଛନ୍ତି।ଚାରୁଆଡୁ ତାଙ୍କୁ ଇଂରେଜୀ ସୈନିକମାନେ ବନ୍ଧୁକ ଧରି ଘରେ ରହିଥିବା ବେଳେ ମଇଦାନ୍‌ ସେ ଏକା ଠିଆ ହୋଇଥିବା ଭିଡିଓରେ ଏବେ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଅଜୟଙ୍କ ଏହି ମୋଶନ ପୋଷ୍ଟରକୁ ଦେଖି ପ୍ରଶଂସକମାନେ ଭୁରିଭୁରି ପ୍ରଶଂସା କରୁଛନ୍ତି।ଅଭିନେତା ଅଜୟ ଦେବଗନଙ୍କ ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନ୍‌ମାନଙ୍କୁ ଏହି ଭେଟି ଦେଇଛନ୍ତି। , `RRR’ରେ ଅଜୟଙ୍କର ଦମ୍‌ଦାର ଲୁକ୍‌ଅଜୟ ଦେବଗନ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଭିଡିଓଟିକୁ ଶେଆର କରିଛନ୍ତି। ଏହାକୁ ସେଆର କରି ସେ କ୍ୟାପସନରେ ଲେଖିଛନ୍ତି, “ଲୋଡ୍‌ ଏମ୍‌ ସୁଟ୍‌…ମୋତେ ଏଭଳି ଦମଦାର ଏବଂ ଉତ୍ସାହିତ କରୁଥିବା ଚରିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାନ।” ଉକ୍ତ ଭିଡିଓକୁ ବର୍ତ୍ତମାନ ଯାଏଁ ୩ ଲକ୍ଷରୁ ଅଧିକ ଲୋକ ଦେଖିସରିଲେଣି।ଲିଉଡ ଅଭିନେତା ଅଜୟ ଦେବଗନ ପ୍ରସିଦ୍ଧ ଷ୍ଟଣ୍ଟ କୋରିଓଗ୍ରାଫର ତଥା ଆକ୍ସନ ନିର୍ଦ୍ଦେଶକ ଭିରୁ ଦେବଗନଙ୍କ ଘରେ ୧୯୬୯ ମସିହା ଏପ୍ରିଲ୍ ୨ରେ ଜନ୍ମଗ୍ରହଣ କରିଥିଲେ । ଅଜୟ କେବଳ ପରଦାରେ ନୁହେଁ ବରଂ ବାସ୍ତବ ଜୀବନରେ ମଧ୍ୟ ବହୁତ ଶାନ୍ତ ପ୍ରକୃତିର । ତାଙ୍କ ଫିଲ୍ମ କ୍ୟାରିୟରରେ ସେ ରୋମାଣ୍ଟିକ୍ ଠାରୁ ଆକ୍ସନ୍ ପର୍ଯ୍ୟନ୍ତ ଅନେକ ହିଟ୍ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଦେଇଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button