ମହାରାଷ୍ଟ୍ରରେ ଆଜିଠୁ ଖୋଲିଲା ଧାର୍ମିକସ୍ଥଳୀ

ମାସ୍କ ପିନ୍ଧି ମନ୍ଦିରକୁ ଯିବା ବାଧ୍ୟତାମୂଳକ

ଆଜିଠୁ ମହାରାଷ୍ଟ୍ରରେ ସମସ୍ତ ଧାର୍ମିକସ୍ଥଳୀ ଖୋଲିଛି । କରୋନା କଟକଣା ମଧ୍ୟରେ ସମସ୍ତ ଧାର୍ମିକସ୍ଥଳୀ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ସରକାର । ଏହା ସହ ସମସ୍ତ ଧାର୍ମିକସ୍ଥଳୀ ଖୋଲିବା ପାଇଁ ଅନୁମତି ଦେବା ସହ ଏଥିପାଇଁ ସରକାର କିଛି ଗାଇଡଲାଇନ ଜାରି କରିଛନ୍ତି । ଏହା ସହ ଶ୍ରଦ୍ଧାଳୁମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ନିୟମ ପାଳନ କରିବା ସହ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଛି ।

, ମହାରାଷ୍ଟ୍ରରେ ଆଜିଠୁ ଖୋଲିଲା ଧାର୍ମିକସ୍ଥଳୀ ସରକାର ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ଦିରରେ ସମସ୍ତ ପ୍ରକାର କୋଭିଡ-୧୯ ନିୟମ ସବୁ ମାନିବାକୁ ପଡିବ । ଯେମିତି ସାମାଜିକ ଦୂରତାକୁ ବାଦ୍ରତାମୂଳକ ସହ ମନ୍ଦିରରେ ଯେପରି ଅଧ୍ଖଳ ଗହଳି ନହେବ ସେନେଇ ନଜର ରଖାଯିବ । ମହାରାଷ୍ଟ୍ର ସରକାର ଏହି ନିର୍ଦ୍ଦେଶ ଜାରି ରଖିବା ସହ ସିଦ୍ଧି ବିନାୟକ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜ୍ୟସରକାରଙ୍କ ଆଦେଶ ପରେ ମୁମ୍ବାଇ ସ୍ଥିତ ପ୍ରସିଦ୍ଧ ଶ୍ରୀ ସିଦ୍ଧିବିନାୟକ ମନ୍ଦିର ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ପ୍ରସ୍ତୁତ ହୋଇଯାଇଛି ।

, ମହାରାଷ୍ଟ୍ରରେ ଆଜିଠୁ ଖୋଲିଲା ଧାର୍ମିକସ୍ଥଳୀମନ୍ଦିରରେ ଘଂଟାକୁ ୧୦୦ ଜଣ ଭକ୍ତ ଦର୍ଶନ କରିବା ନିମନ୍ତେ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଆଦେଶ ଦେଇଛନ୍ତିି । ଗୋଟିଏ ଘଂଟାରେ ୧୦୦ ଜଣ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଅନୁମତି ଦିଆଯିବା ସହ ଦୈନିକ ହଜାରେ ଭକ୍ତ ମନ୍ଦିରରେ ପ୍ରବେଶ କରିପାରିବେ । ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ କୋଭିଡ ନିୟମ ପାଳନ ସହ ମସ୍କ ପିନ୍ଧିବା, ସାମାଜିକ ଦୂରତା ସମେତ ଅନ୍ୟାନ୍ୟ କୋଭିଡ ନିୟମ ପାଳନ କରାଯିବାକୁ କୁହାଯାଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button