ଏହି ଅନ୍ୟାୟ କରାଣରୁ ସନ୍ୟାସ ଗ୍ରହଣ କଲେ ଅମ୍ୱାତି ରାଇଡ଼ୁ

ମୁମ୍ବାଇ ଠାରେ 15 ଏପ୍ରିଲ  2019ରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଏକ କନଫରେନସ୍ ଅନୁଷ୍ଠିତ କରାଯାଇଥିଲା। ଭାରତୀୟ କ୍ରିକେଟ୍ ଟିମରୁ ସଦସ୍ୟ ଚୟନ କରିବାର ଯୋଜନା ରହିଥିଲା। ଏସଏମକେ ପ୍ରସାଦଙ୍କର ଅଧକ୍ଷତାରେ ଗଠିତ ଏହି କମିଟିରେ ବସିସିଆଇ ପକ୍ଷରୁ ନାମ ପଢିବା ଆରମ୍ଭ ହୋଇଥିଲା। ମାତ୍ର ସମସ୍ତେ କେବଳ ଗୋଟିଏ ଅପେକ୍ଷାରେ ରହିଥିଲେ। ସେ ଥିଲା ଚତୁର୍ଥ ନମ୍ବରର ସଦସ୍ୟ କିଏ ରହିବେ। ବିଜୟ ଶଙ୍କରଙ୍କ ସମେତ ଏସଏମକେ ପ୍ରସାଦଙ୍କର ତାଲିକାରେ ଥିବା 15ଜଣିଆ ସଦସ୍ୟରେ 4ନମ୍ବରର ସଦସ୍ୟ କିଏ ଥିଲେ। ତାହାକୁ ନେଇ ଚର୍ଚ୍ଚା ରହିଥିଲା।  ତେବେ ପ୍ରଶ୍ନ ଉଠେ ଯେ, ଅଂବାତୀ ରାଇଡ଼ୁଙ୍କ ସ୍ଥାନରେ ବିଜୟ ଶଙ୍କରଙ୍କୁ ଚୟନ କରିବାର କାରଣ କଣ ଅଟେ।

, ଏହି ଅନ୍ୟାୟ କରାଣରୁ ସନ୍ୟାସ ଗ୍ରହଣ କଲେ ଅମ୍ୱାତି ରାଇଡ଼ୁ

“ବିଜୟ ଶଙ୍କର ଜଣେ ଥ୍ରୀ-ଡ଼ି ଖେଳାଳୀ ଅଟନ୍ତି। ଏକ ଉତ୍ତମ ବ୍ୟାଟସ୍ ମ୍ୟାନ୍, ବୋଲର୍  ଓ ଫିଲ୍ଡର୍ ମଧ୍ୟ ଅଟନ୍ତି ବୋଲି ନିଜର ଉତ୍ତରରେ ଏମଏସକେ ପ୍ରସାଦ କହିଥିଲେ”। ଏପ୍ରିଲ 16ତାରିଖରେ ହୋଇଥିବା ଏକ ବିବାଦ ସାମ୍ନାକୁ ଆସିଥିଲା। ନିଜ ଟ୍ୱିଟ୍ ରେ ମତ ପ୍ରକାଶ କରିଥିଲେ ଅଂବାତୀ ରାଇଡ଼ୁ। ଓ୍ୱାର୍ଲ୍ଡ କପ୍ ଦେଖିବାକୁ ଏକ ଥ୍ରୀ-ଡ଼ି ଚଷମା କିଣିବା ପାଇଁ ସେ ଟ୍ୱିଟ୍ କରିଥିଲେ। ଯେଉଁଥିରୁ ତାଙ୍କର ନିରାଶ ଜଣାପଡେ।

ଅଣ୍ଡର୍-19 ଫ୍ଲାସବ୍ୟାକ୍– ପୂର୍ବ ଦଶକରେ ଭାରତୀୟ କ୍ରିକେଟ୍ ନୂତନ ଶୀର୍ଷକୁ ଛୁଇଁବାର ସ୍ୱପ୍ନ ଦେଖୁଥିଲା। ଏହି ଦୈାଡ଼ରେ ଯୁବରାଜ, ହରଭଜନ, ଜାହିର, ସେହ୍ୱାଗ ରହିଥିଲେ। ଏହି ସମୟରେ ଘରୋଇ କ୍ରିକେଟର ଏକ ନୂଆ ନାଁ ଆଗକୁ ଆସିଥିଲା। ଯେଉଁଥିରେ ଅମ୍ୱାତି ରାଇଡ଼ୁଙ୍କ ନାମ ରହିଥିଲା।  2002-03 ସମୟରେ ହାଇଦ୍ରାବାଦ ସପକ୍ଷରେ ଖେଳୁଥିବା ସମୟରେ ଅଂବାତୀ 698 ରନ୍ କରିଥିଲେ। ଏହି ପ୍ରଦର୍ଶନକୁ ଆଖି ଆଗରେ ନଜର ରଖି ତାଙ୍କୁ ଅଣ୍ଡର-19 ବିଶ୍ୱକପରେ କ୍ୟାପଟେନ କରାଗଲା। ନିଜ କ୍ୟାପଟେନ ଶୈଳୀକୁ ବଜାୟ ରଖି ସେ ନିଜ ଟିମ୍ କୁ ସେମିଫାଇନାଲ ଯାଏଁ ପହଞ୍ଚାଇ ପାରିଥିଲେ। ଏହି ଟିମ୍ ରେ ରାଇଡ଼ୁଙ୍କ ବ୍ୟତୀତ  ଶିଖର ଧାଓ୍ୱନ, ସୁରେଶ ରାଇନା, ରାଂବିନ୍ ଉତ୍ଥପା, ଦିନେଶ କାର୍ତ୍ତିକଙ୍କ ପରି ଖେଳାଳୀ ଥିଲେ।

ଅଣ୍ଡର-19 ବିଶ୍ୱକପ ପରେ ରାଇଡୁଙ୍କର କ୍ୟାରିଅର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଲା। ଏପରିକି ହାଇଦ୍ରାବାଦ ଟିମ୍ ର କୋଚଙ୍କ ସହ ବିବାଦ ପରେ ସେ ଅନେକ ବିବାଦ ଘେରକୁ ଆସିଥିଲେ। ଯେଉଁଥିପାଇଁ ସେ  ହାଇଦ୍ରାବାଦ୍ ଟିମ ଛାଡ଼ି ଆନ୍ଧ୍ରପ୍ରଦେଶ ସପକ୍ଷରେ ଖେଳିଥିଲେ। 2007ମସିହା ଆରମ୍ଭରେ ଏସ୍ସେଲ ଗ୍ରୁପ୍ ଟି-20 ଘୋଷଣା କରିଥିଲା। ଯେଉଁଥିରେ ଅନ୍ତରାଷ୍ଟ୍ରୀୟ ଖେଳାଳୀ ଓ ଘରୋଇ ଖେଳାଳୀ ଭାଗ ନେଇଥିଲେ। ଏଥିରେ ଅମ୍ୱାତି ରାଇଡୁଙ୍କ ନାମ ବି ସାମିଲ ଥିଲା। ଏହା ରାଇଡୁଙ୍କର ସ୍ୱପ୍ନ ଥିଲା। କିନ୍ତୁ ବିସିସିଆଇ ଦ୍ୱାରା ଏହି ମ୍ୟାଚ୍ କୁ ବ୍ୟାନ୍ କରାଗଲା। ଏଥିସହିତ କେତେ ଜଣ ଘରୋଇ ଖେଳାଳୀ ଓ ଅନ୍ତରାଷ୍ଟ୍ରୀୟ ଖେଳାଳୀଙ୍କୁ ମନା କରାଗଲା। 2009 ମସିହାରେ ଆଇସିଏଲ ବନ୍ଦ ହେବା କାରଣରୁ ବିସିସିଆଇ ପକ୍ଷରୁ କେତେ ଜଣ ପ୍ରତିବନ୍ଧିତ ଖେଳାଳୀଙ୍କୁ କ୍ଷମା ବି କରିଦିଆଗଲା।

2004 ଅଣ୍ଡର-19ର ଠିକ୍ 9ବର୍ଷ ପରେ ରାଇଡୁ ପୁଣିଥରେ ଟିମ୍ ଇଣ୍ଡିଆ ପାଇଁ ଖେଳିବାକୁ ସୁଯୋଗ ପାଇଲେ। ଜିମ୍ବାଓ୍ୱେ ବିପକ୍ଷରେ ଖେଳୁଥିବା ଭାରତ ମ୍ୟାଚ୍ ରେ ସେ 63ରନ୍ ବନାଇଥିଲେ। ଏହିପରି କ୍ରମାଗତ ଭାବେ 2015ଯାଏଁ ତାଙ୍କୁ ଏପରି ସୁଯୋଗ ମିଳୁଥିଲା। 2015 ବିଶ୍ୱକପରେ ତାଙ୍କୁ ସ୍ଥାନ ମିଲିଥିଲା, ମାତ୍ର ସେ ଖେଳିପାରି ନଥିଲେ। ଆଇପିଏଲ୍ ସିଜନ 11ରେ ଚେନ୍ନାଇ ପକ୍ଷରୁ ତାଙ୍କୁ ଚୟନ କରାଗଲା। ରାଇଡୁ 150ଷ୍ଟ୍ରାଇକରେ 602ରନ କରିପାରିଥିଲେ, ଯେଉଁଥିରେ ତାଙ୍କର ଏକଶତକ ଥିଲା। ଆଇପିଏଲରେ ଉତ୍ତମ ପ୍ରଦର୍ଶନ ପରେ ତାଙ୍କୁ ଦୁବାଇ ଠାରେ ଏସିଆ କପ ଖେଳିବାକୁ ସୁଯୋଗ ମିଳିଥିଲା। ଏସିଆ କପରେ ବି ସେ ଭଲ ପ୍ରଦର୍ଶନ କରିପାରିଥିଲେ।, ଏହି ଅନ୍ୟାୟ କରାଣରୁ ସନ୍ୟାସ ଗ୍ରହଣ କଲେ ଅମ୍ୱାତି ରାଇଡ଼ୁ

ଅକ୍ଟୋବରର ଶେଷ ତାରିଖରେ ଓ୍ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ରାଇଡୁଙ୍କୁ ଖେଲିବାକୁ ସୁଯୋଗ ମିଳିବା ଦରକାର ବୋଲି ପ୍ରକାଶ କରିଥିଲେ। ଏପରିକି ସେ ସୁଯୋଗର ଉଚିତ୍ ଫାଇଦା ଉଠାନ୍ତି ବୋଲି କହିଥିଲେ। ତେଣୁ 2019 ବିଶ୍ୱକପ ପାଖେଇ ଆସିବା ସମୟରେ ତାଙ୍କୁ ହଟେଇବାର ଯୋଜନା ରହିଲା। 2019 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ରେ ସେ 639ରନ୍ କରିଥିଲେ। ବିଶ୍ୱକପର ଠିକ୍ ପୂର୍ବରୁ ଭାରତ ଦୁଇଟି ଓ୍ୱାନ୍-ଡ଼େ ମ୍ୟାଚ୍ ଖେଳିଥିଲା। ଏହାପରେ ଘରୋଇ ଓ୍ୱାନ୍-ଡ଼େ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ରେ ରାଇଡୁ 4ନମ୍ବରରେ ପହଞ୍ଚି ପାରିଥିଲେ। କିନ୍ତୁ ଦୁଃଖର ବିଷୟ ଯେ, ତୃତୀୟ ମ୍ୟାଚ୍ ବେଳକୁ ତାଙ୍କୁ ଖେଳିବାରୁ ବାଦ୍ ଦିଆଗଲା। ଏହାଦ୍ୱାରା ରାଇଡୁ କେବଳ 33ରନ୍ ବନାଇ ପାରିଲେ।

ଏହି ସମୟରେ ବିଜୟ ଶଙ୍କରଙ୍କୁ ଖେଳିବାର ସୁଯୋଗ ଦିଆଗଲା। ଏବଂ ରାଇଡୁଙ୍କୁ ବିଶ୍ୱକପରୁ  ବାଦ୍ ଦିଆଗଲା। ଏହା କେତେ ଦୂର ଠିକ ଏବଂ ଭୁଲ ତାହା ଦ୍ୱନ୍ଦର ବିଷୟ ଅଟେ। ଯେଉଁ ସମୟରେ ରାଇଡୁଙ୍କୁ ଦ୍ୱିତୀୟ ସଚ୍ଚିନ କୁହାଯାଉଥିଲା, ତେବେ ବିଶ୍ୱକପରୁ ବାଦ୍ ଦିଆଗଲା କାହିଁକି ? ଏପରି କେତେଗୁଡିଏ ତଥ୍ୟ ରାଇଡୁଙ୍କ ସପକ୍ଷରେ ଯାଉଥିବା ବେଳେ ବିଶ୍ୱକପରେ ହେଇଥିବା ଘୋଟାଲା ତାଙ୍କୁ ସନ୍ନ୍ୟାସ ନେବାରେ ବାଧ୍ୟ ହୋଇଥିଲା।

Post Your View

Leave a Reply

Your email address will not be published. Required fields are marked *

Back to top button