କୌନ୍‌ ବନେଗା କରୋଡପତି ସିଜିନ-୧୧

ଛୋଟ ପରଦାର ସବୁଠାରୁ ଚର୍ଚ୍ଚିତ ରିୟାଲିଟି ସୋ’ କୌନ୍‌ ବନେଗା କରୋଡପତିର ସିଜିନ୍‌ ୧୧ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ମାସରୁ ଏହା ଛୋଟ ପରଦାକୁ ଆସିବ ବୋଲି ଜଣା ପଡ଼ିଛି। କେବିସି ଅନ୍‌ ଏୟାର ହେବା ସହ ସୋନି ଚ୍ୟାନେଲର ଏକ ଖାସ୍‌ ସୋ’ ଅଫ୍‌ ଏୟାର ହେବ ବୋଲି ସାମ୍ନାକୁ ଆସିଛି। ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିବା ସୋ’ ଲେଡିଜ୍‌ ସ୍ପେଶାଲ ଅଫ୍‌ ଏୟାର ହେବ। , କୌନ୍‌ ବନେଗା କରୋଡପତି ସିଜିନ-୧୧୩ଜଣ ସାଙ୍ଗକୁ ନେଇ ଆଗକୁ ବଢ଼ୁଥିବା ଧାରାବାହିକ ଲେଡିଜ୍‌ ସ୍ପେଶାଲ ଅଫ୍‌ ଏୟାର ହେବା ପରେ ରାତି ୯ଟାରେ ଅନ୍‌ ଏୟାର ହେବ କେବିସି ସିଜିନ୍‌ ୧୧। ସବୁଥର ଭଳି ଏଥର ମଧ୍ୟ ହୋଷ୍ଟିଂ ଦାୟିତ୍ୱ ତୁଲାଇବେ ବିଗ୍‌ ବି ଅମିତାଭ ବଚ୍ଚନ। କେବିସି ସିଜିନ୍‌ ୧୧ର ରେଜିଷ୍ଟ୍ରେସନ ମେ୧ରୁ ଆରମ୍ଭ ହେବ। ସୋନି ଟିଭିରେ ଏହାର ପ୍ରମୋ ଆସି ସାରିଥିବା ବେଳେ ପୂର୍ବ ଭଳି ସୋ’ର ସମୟ ୯ରୁ ୧୦ ରଖା ଯାଇଛି।

Post Your View

Leave a Reply

Your email address will not be published. Required fields are marked *

Back to top button