ପୁଣି ଖୋର୍ଦ୍ଧାରୁ ଜବତ ହେଲା ୧୩୦ଗ୍ରାମ ବ୍ରାଉନସୁଗାର, ଜଣେ ଗିରଫ

ପୁଣି କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗକୁ ସଫଳତା । ଖୋର୍ଦ୍ଧା ଗୁରଜଙ୍ଗରେ ଚଢାଓ କରି ୧୩୦ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୁନ୍ଦରରାୟ । କପିଳେନ୍ଦ୍ର ଦୀର୍ଘ ଦିନ ହେବ ଗୁରଜଙ୍ଗରେ ଧଳା ଜହର ବେପାରର ସାମ୍ରାଜ୍ୟ ଚଳାଇଥିଲା । କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ରାଞ୍ଚଳ ଗୁଉନ୍ଦା ବିଭାଗ କଟକ-୨ ଜୋନର ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଘଟଣା ସ୍ଥଳରେ ଚଢାଉ କରିଥିଲା । ଚଢାଉ ପରେ କପିଳନ୍ଦ୍ରେ ନିକଟରୁ ୧୩ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା ଗୁଇନ୍ଦା ବିଭାଗ । ଯାହାର ଆନ୍ତର୍ଜାତୀୟ ମାର୍କେଟରେ ଦର ୨୦ଲକ୍ଷରୁ ଅଧରକ ହେବ । ତେବେ ଗିରଫ ପରେ ଅଧିକ ତଦନ୍ତ  ଚଳାଇଛି କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ।

Post Your View

Leave a Reply

Your email address will not be published. Required fields are marked *

Back to top button