ଘରେ ସହଜ ଉପାୟରେ ମାସ୍କ ତିଆରି କରିବା ଶିଖାଇଲେ ଅର୍ଚ୍ଚିତା

ସାର ଦେଶରେ ବର୍ତ୍ତମାନ ଲକ୍‌ଡାଉନ୍ । ସାଧାରଣ ଲୋକ ଠାରୁ ଆରମ୍ଭ କରି ନେତା, ଅଭିନେତା ପର୍ଯ୍ୟନ୍ତ ସମସ୍ତେ ଘରେ ରହୁଛନ୍ତି । ଅନେକ ଅଭିନେତା ଅଭିନେତ୍ରୀ ବିଭିନ୍ନ ପ୍ରକାର ଭିଡିଓ କରି ନିଜ ସୋଶିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି । ସେହି ସମୟରେ ଏକ ପ୍ରେରଣା ଦାୟକ ଭିଡିଓ ବାନଇ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ଓଲିଉଡ୍ ନାୟିକା ଅର୍ଚ୍ଚିତା । ଘରେ ସହଜ ଉପାୟରେ କିଭଳି ମାସ୍କ ପ୍ରସ୍ତୁତ କରାଯାଇ ପାରିବ ତାକୁ ନେଇ ସେ ଏକ ସୁନ୍ଦର ଭିଡିଓ ପ୍ରସ୍ତୁତ କରିଛନ୍ତି ।

କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବାବେଳେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି | ତେବେ ଲୋକଙ୍କ ତୁଳନାରେ ମାସ୍କ ସଂଖ୍ୟା କାମ ଥିବାରୁ ପର୍ଯ୍ୟାପ୍ତ ମାସ୍କ ଯୋଗାଇଦେବାକୁ ଏବେ ଅନେକ ସ୍ବେଛାସେବୀ ସଂଗଠନ, ସ୍ୱୟଂସହାୟିକା ଗୋଷ୍ଠୀ, ଜେଲରେ ଥିବା କଏଦୀ ଅଣ୍ଟା ଭିଡିଛନ୍ତି | ଆଉ ମାସ୍କ ପ୍ରସ୍ତୁତି ପାଇଁ ଓଲିଉଡ଼ର ନାୟିକା ଅର୍ଚିତା ମଧ୍ୟ ଆଗକୁ ଆସିଛନ୍ତି |

Post Your View

Leave a Reply

Your email address will not be published. Required fields are marked *

Back to top button
Close