ପ୍ରକୃତି କୋଳରେ ଦୀପା

KBC ହେଉ ଅବା ଶାହିନବାଗ ସବୁଥିରେ ଚର୍ଚ୍ଚାରେ ଥିଲେ ଦୀପା..

ମୃତ୍ୟୁ କେତେବେଳେ ଆଉ କେମିତି ଆସିଥାଏ, ତାହା କାହାକୁ ଜଣାନଥାଏ। ପ୍ରତିଦିନ କାହା ସହିତ ଏମିତି ଘଟଣା ଘଟୁଥିବ, ଯାହା ସେ ବ୍ଯକ୍ତି ଜାଣିନଥିବ। ସୋସିଆଲ ମିଡିଆରେ ବୁଲିବା ବେଳର ଫଟୋ ଟ୍ଵିଟ୍ କରିବାର କିଛି ସମୟ ପରେ ଚାଲିଗଲା ମହିଳାଙ୍କ ଜୀବନ। ଜୟପୁରର ଆୟୁର୍ବେଦ ଡାକ୍ତର ଦୀପା ଶର୍ମା ହିମାଚଳ ପ୍ରଦେଶରେ ବୁଲିବା ବେଳେ କିନୌର ଜିଲ୍ଲାରେ ଭୂସ୍ଖଳନ ହୋଇ ମୃତ୍ୟୁ ହୋଇଛି। ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି ଦୀପା। ସବୁଠାରୁ ଦୁଃଖର ବିଷୟ ଯେ, ମୃତ୍ୟୁର କିଛି ସମୟ ପୂର୍ବରୁ ଦୀପା ସୋସିଆଲ ମିଡିଆରେ ତାଙ୍କର ବୁଲିବା ବେଳର ଫଟୋ ପୋଷ୍ଟ କରିଥିଲେ।, ପ୍ରକୃତି କୋଳରେ ଦୀପାହିମାଚଳ ପ୍ରଦେଶର କିନ୍ନରଠାରେ କିନ୍ନର ଭୂସ୍ଖଳନରେ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜୟପୁରର ୩୪ ବର୍ଷିୟା ମହିଳା ଆୟୁର୍ବେଦ ଡ ଦୀପା ଶର୍ମା। ଦୀପା ପ୍ରଥମ ଥର ପାଇଁ ଏକାକୀ ଯାତ୍ରା କରିବାକୁ ଯାଇଥିଲେ। ଦୀପା ଶର୍ମା ମାତ୍ର ୨୫ ମିନିଟ୍ ପୂର୍ବରୁ ନିଜ ଫଟୋ ଟୁଇଟ୍ କରିଥିଲେ । ସେଥିରେ ଲେଖିଥିଲେ, ସାଧାରଣ ନାଗରିକମାନଙ୍କୁ ଛଡ଼ା ଯାଉଥିବା ଭାରତର ଶେଷ ପ୍ରାନ୍ତରେ ଠିଆ ହୋଇଛି।ଏହି ଜାଗା ସେପଟକୁ ପ୍ରାୟ ୮୦ କିଲୋମିଟର୍ ଆଗରେ ଅଛି ତିବ୍ବତ, ଯାହାକୁ ଚୀନ୍ ବେଆଇନ ଭାବେ ଦଖଲ କରିଛି।’ ସୂଚନା ଯେ, ରାଜସ୍ଥାନର ରାଜଧାନୀ ଜୟପୁରର ଆୟୁର୍ବେଦୀୟ ଡାକ୍ତରାଣୀ ଦୀପା ୩୮ତମ ଜନ୍ମଦିନ ପାଳିବା ଲାଗି ପାର୍ବତ୍ୟ ରାଜ୍ୟକୁ ଯାଇଥିଲେ।

ଦୀପାଙ୍କର ଏହି ଶେଷ ଟ୍ଵିଟ୍ ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି। ବହୁ ଲୋକ ଏହି ଟ୍ଵିଟ୍‌କୁ ସେୟାର କରିଛନ୍ତି। ଯେଉଁ ଭୂସ୍ଖଳନରେ ଦୀପାଙ୍କର ମୃତ୍ୟୁ ହୋଇଥିଲା ତାହାର ଏକ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ସୂଚନାଯୋଗ୍ଯ, ଦୀପା ଟିଭିର ଲୋକପ୍ରିୟ ଶୋ କେବିସିରେ ଭାଗ ନେଇସାରିଛନ୍ତି। ସେ ଏଥିରେ ୬ ଲକ୍ଷ ଟଙ୍କା ମଧ୍ୟ ପୁରସ୍କାର ଜିତିଥିଲେ। କେବଳ ଏତିକି ନୁହେଁ, ଗତବର୍ଷ ନାଗରିକତା ଆଇନ ବିରୋଧରେ ସାହୀନବାଗରେ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ଦୀପା ବହୁତ ଚର୍ଚ୍ଚାରେ ରହିଥିଲେ।

Post Your View

Leave a Reply

Your email address will not be published. Required fields are marked *

Back to top button