ଶ୍ରୀଜିଉଙ୍କ ବନକଲାଗି ନୀତି

ନିଳାଦ୍ରୀବିଜେ ପରେ ପ୍ରଥମ ଥର ହେବ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର..

ଆଜି ଶ୍ରାବଣ ମାସ କୃଷ୍ଣ ପକ୍ଷ ପଂଚମୀ ତିଥି । ଶ୍ରୀଜିଉଙ୍କ ରତ୍ନବେଦୀରେ ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ । ହେରାପଂଚମୀ ପୂର୍ବଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନଷ୍ଠିତ ହୋଇଥିଲା । ନିଳାଦ୍ରୀବିଜେ ପରେ ଆଜି ପ୍ରଥମ ଥର ଲାଗି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରାଯିବ । ଦ୍ୱିତୀୟ ଭୋଗମଣ୍ଡପ ସଂପନ୍ନ ପରେ ଦତ ମହାପାତ୍ର ସେବାୟତଙ୍କ ଦ୍ୱାରା ନୀତି ସମ୍ପାଦିତ ହେବ ।ଦତ୍ତମହାପାତ୍ର ସେବାୟତ ଶ୍ରୀବିଗ୍ରହଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ। , ଶ୍ରୀଜିଉଙ୍କ ବନକଲାଗି ନୀତିଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ। କଳା, ଧଳା, ନାଲି, ହରିତାଳ ଓ ହିଙ୍ଗୁଳ ଆଦି ପାରମ୍ପରିକ ରଙ୍ଗରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ମହାପ୍ରଭୁଙ୍କ ନିଳାଦ୍ରୀବିଜେ ପରେ ଆଜି ପ୍ରଥମ ଥର ଲାଗି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।ଭୋର ୬ଟା ୩୦ରେ ଦ୍ୱାର ଫିଟା ନୀତି ସଂପନ୍ନ ହୋଇଥିବା ବେଳେ ୭ଟା ୧୦ରେ ମଙ୍ଗଳଆଳତୀ ନୀତି ହୋଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button