କାଲିଠୁ ଖୋଲିବ ବିୟୁଟି ପାର୍ଲର, ସ୍ପା ଓ ଜିମ୍

ରାଜ୍ୟରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଘୋଷଣା ହୋଇଛି । ଏହାରି ଭିତରେ ରାଜ୍ୟରେ କିଛି ନିୟମ କୋହଳ ହୋଇଥିବା ବେଳେ କିଛି କଡାକଡି କରାଯାଇଛି । ନୂଆ ଗାଇଡଲାଇନ ଅନୁସାରେ ରାଜ୍ୟରେ କାଲିଠୁ ଜିମ୍, ବିୟୁଟି ପାର୍ଲର, ସ୍ପା ଖୋଲା ରହିବ । ଛୋଟ ସେଲୁନକୁ ପୂର୍ବରୁ ଅନୁମତି ମିଳିଥିବା ବେଳେ ଏବେ ବଡ ସେଲୁନକୁ ମଧ୍ୟ ଅନୁମତି ମିଳିଛି ।ସେହିପରି ରାଜ୍ୟରେ ପାର୍କ, ମଲ୍, ସିନେମା ହଲ୍ ଓ ବାର ବନ୍ଦ ରହିବ । ସ୍କୁଲ, କୋଚିଂ ସେଣ୍ଟର ମଧ୍ୟ ରାଜ୍ୟରେ ବନ୍ଦ ରହିବ । ଏହାସହ ରେଷ୍ଟୁରାଣ୍ଟ ଉଠା ଦୋକାନୀ କେବଳ ପାର୍ସଲ ଦେବେ । ଯାତ୍ରା ଓ ରଙ୍ଗମଞ୍ଚ ଉପରେ ମଧ୍ୟ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।, କାଲିଠୁ ଖୋଲିବ ବିୟୁଟି ପାର୍ଲର, ସ୍ପା ଓ ଜିମ୍ପୂର୍ବରୁ ୩୦ଟି ଜିଲ୍ଲାକୁ ୨ଟି କାରାଗୋରୀରେ ବିଭକ୍ତ କରାଯାଇଛି । ସେହି ଅନୁସାରେ କାଟାଗୋରୀ ‘ଏ’ ରେ ୨୦ଟି ଜିଲ୍ଲା  ଏବଂ କାଟାଗୋରୀ ବି ରେ ୧୦ଟି ଜିଲ୍ଲା ରହିଛି । କାଟାଗୋରୀ ଏ ରେ ସକାଳ ୬ରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ । କାଟାଗୋରୀ ବି ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ ।ତେବେ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ଆସନ୍ତାକାଲିଠୁ ସାରା ରାଜ୍ୟରେ ବିୟୁଟି ପାର୍ଲର, ସ୍ପା ଓ ଜିମ୍‌ ଖୋଲାଯିବ । ରାଜ୍ୟରେ କରୋନା ମହାମାରୀର ଦ୍ବିତୀୟ ଲହର ଯୋଗୁଁ ଦୀର୍ଘ ୩ ମାସ ଧରି ସମସ୍ତ ବିୟୁଟି ପାର୍ଲର, ସ୍ପା, ଜିମ୍ ବନ୍ଦ ରହିଥିଲା । ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ବିୟୁଟି ପାର୍ଲର, ସ୍ପା, ଜିମ୍‌କୁ ଅନୁମତି ମିଳିଛି ।, କାଲିଠୁ ଖୋଲିବ ବିୟୁଟି ପାର୍ଲର, ସ୍ପା ଓ ଜିମ୍ତେବେ ରାଜ୍ୟ ସରକାରଙ୍କ ଜୁଲାଇ ଗାଇଡ୍ ଲାଇନ୍‌ରେ ଏସବୁ ଖୋଲିବାକୁ ଅନୁମତି ମିଳିନଥିବା ଯୋଗୁଁ ଏହି ଗାଇଡ୍‌ଲାଇନ୍ସକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବିୟୁଟି ପାର୍ଲର, ସ୍ପା, ଜିମ୍ ସଂଘ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିୟୁଟି ପାର୍ଲର, ସ୍ପା, ଜିମ୍ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖାଯାଇଥିଲା । ତେବେ ରାଜ୍ୟରେ ଅନେକ ଦୋକାନ ଖୋଲିଥିବା ବେଳେ କାହିଁକି ବିୟୁଟି ପାର୍ଲର, ସ୍ପା ଏବଂ ଜିମ୍ ଖୋଲିବନି ବୋଲି ବିଭିନ୍ନ ସଂଘ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା ।, କାଲିଠୁ ଖୋଲିବ ବିୟୁଟି ପାର୍ଲର, ସ୍ପା ଓ ଜିମ୍ଦୀର୍ଘ ଦିନ ଧରି ବିୟୁଟି ପାର୍ଲର, ସ୍ପା ଏବଂ ଜିମ୍ ବନ୍ଦ ଥିବାରୁ ମାଲିକମାନେ ଅନେକ କ୍ଷତି ସହିଛନ୍ତି । ସେହିପରି ସେଗୁଡିକରେ କାମ କରୁଥିବା ଅନେକ କର୍ମଚାରୀ ରୋଜଗାର ହରାଇଛନ୍ତି । ତେବେ କେମିତି ସେମାନେ ତାଙ୍କ ଗୁଜୁରାଣ ମେଣ୍ଟାଇବେ ସେ ନେଇ ମଧ୍ୟ ସେମାନେ ଚିନ୍ତାରେ ଥିଲେ । ଆନ୍ଦୋଳନ ପରେ ରାଜ୍ୟ ସରକାର ସେମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଏଗୁଡିକ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ କିଛି କଟକଣା ଜାରି କରାଯାଇଛି । ସାମାଜିକ ଦୂରତା, ମାସ୍କ ପରିଧାନ ଆଦି ଉପରେ ଧ୍ୟାନ ଦେବାପାଇଁ କୁହାଯାଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button