ପିଲା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲେ…

ଗୃହ ସହାୟିକା ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି...

ମଙ୍ଗଳବାର ଦିନ ବିରୁଟ୍‌ରେ ଘଟିଥିଲା ବିଶାଳ ବିସ୍ପୋରଣ , ବିସ୍ପୋରଣର ଭିଡିଓ ସୋଶିଆଲ ମେଡିଆରେ ଘୁରି ବୁଲୁଛି ..।। ଭିଡିଓଟିରୁ ବିସ୍ପୋରଣର ଭୟ୍ୟାବହତା ବିଷୟରେ ଅନୁମାନ କରି ହେଉଛି , ଏକ ରିପୋର୍ଟରେ ପ୍ରକାଶ ପାଇଛିକି ୨ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇଛନ୍ତି ..।। ଏହି ବିସ୍ପୋରଣରେ ୧୦୦ ଜଣ ମୃତ୍ୟୁ ବରଣ କରିଥିବା ବେଳେ , ୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ..।।

ତେବେ ସେହି ବିସ୍ପୋରଣ ସମୟର ଆଉ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି , ଭିଡିଓଟିରେ ଦେଖିବାକୁ ମିଳୁଛି ଜଣେ ପିଲାଟିର ଜୀବନ ବଂଚାଇବା ପାଇଁ ଜଣେ ମହିଳା ତାଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି ..।। ମହମଦ୍ ଇଲା ନାମକ ଜଣେ ଟୁଇଟର ବ୍ୟବହାର କାରୀ , ନିଜ ଟୁଇଟରରେ ଏହି ଭିଡିଓଟିକୁ ସେୟ୍ୟାର କରି କହିଛନ୍ତିକି ହିରୋ ମାନେ ଯେ.. କୌଣସୀ ସ୍ଥାନରେ ରହିପାରନ୍ତି ତାହା ଏହି ଭିଡିଓରୁ ପ୍ରମାଣ ମିଳୁଛି ..।। ଏ ଭିଡିଓକୁ ନେଇ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛିକି, ନିଜ ଜୀବନକୁ ବାଜି ଲଗାଇ ପିଲାଟିକୁ ଯେଉଁ ମହିଳା ଜଣଙ୍କ ବଂଚାଇଛନ୍ତି … ସେ ମହିଳା ଜଣଙ୍କ ତାଙ୍କ ମା କି ନିକଟ ସମ୍ପର୍କୀୟ କେହି ନୁହନ୍ତି ବରଂ ସେ ତାଙ୍କ ଘରର ଗୃହ ସହାୟିକା ..।। ଗୃହ ସହାୟିକାଙ୍କର ଏମିତି କାମକୁ ଅନେକ ପ୍ରଶଂସା କରିଛନ୍ତି ..।।

Post Your View

Leave a Reply

Your email address will not be published. Required fields are marked *

Back to top button