ସେବା ମାଗେ ନାହିଁ ସମ୍ମାନ,କିନ୍ତୁ ଦେଶ ଦିଏ ଅମୂଲ୍ୟ ଭାରତ ରତ୍ନ

ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ। କଳା,ସାହିତ୍ୟ, ବିଜ୍ଞାନ ଓ ଜନସେବା କ୍ଷେତ୍ରରେ ସଫଳ ବ୍ୟକ୍ତିଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ 1954ରେ ନିଷ୍ପତ୍ତି ହୋଇଥିଲା। ତେବେ 2011ମସିହାରେ ଭାରତ ରତ୍ନ ସମ୍ମାନ ଲାଗି ସ୍ଥିର ହୋଇଥିବା ମାନଦଣ୍ଡରେ ପରିବର୍ତ୍ତନ କରାଗଲା। ଫଳରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ବ୍ୟକ୍ତିମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାକୁସରକାର ଘୋଷଣା କରିଥିଲେ।ସେହି ଧାରାରେ 2019ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ,ସମାଜସେବୀ ନାନାଜୀ ଦେଶମୁଖ ଏବଂ ସଂଗୀତକାର ଭୂପେନ ହଜାରିକାଙ୍କୁ ଭାରତ ରତ୍ନ ସମ୍ମାନ ମିଳିବ।
ସର୍ବାଧିକ 3 ଜଣଙ୍କୁ
ନିୟମ ଅନୁସାରେ ପ୍ରଥମେ ପ୍ରଧାନମନ୍ତ୍ରୀ,ସମ୍ମାନୀୟ ବ୍ୟକ୍ତିଙ୍କ ନାଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଥାଆନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁପାରିଷ ଆଧାରରେ ରାଷ୍ଟ୍ରପତି ସେହି ବ୍ୟକ୍ତିଙ୍କୁ ଭାରତରତ୍ନ ସମ୍ମାନ ମିଳିବ ବୋଲି ଘୋଷଣା କରନ୍ତି। ତେବେ ପ୍ରଧାନମନ୍ତ୍ରୀ ଗୋଟିଏ ବର୍ଷରେ ସର୍ବାଧିକ ତିନି ଜଣଙ୍କ ନାଁଭାରତ ରତ୍ନ ପାଇବା ଲାଗି ସୁପାରିଶ କରିପାରିବେ। କାରଣ ବିଧି ମୁତାବକ ପ୍ରତି ବର୍ଷ ସର୍ବାଧିକ 3ଜଣଙ୍କୁ ହିଁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବ।ଯୋଗ୍ୟ ବ୍ୟକ୍ତିଙ୍କୁ ଏକ ମାନପତ୍ର ଏବଂ ଓସ୍ତ ପତ୍ର ଆକାରର ଏକ ମେଡ଼ାଲ୍ ରାଷ୍ଟ୍ରପତି ପ୍ରଦାନ କରିଥାନ୍ତି । ତେବେ ସର୍ବୋଚ୍ଚ ନାଗରିକ ସମ୍ମାନରେ କୈାଣସି ଆର୍ଥିକ ରାଶି ଦିଆଯାଏ ନାହିଁ।
ମୃତ୍ୟ ପରେ ବି ସମ୍ମାନ
1954 ମସିହାରେ ପ୍ରଥମେ ଏହି ସମ୍ମାନ ରାଷ୍ଟ୍ରନେତାସି.ରାଜଗୋପାଳଚାରୀ, ଦାର୍ଶନିକ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍, ଏବଂ ବୈଜ୍ଞାନିକ ସି.ଭି.ରମଣଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ଯଦିଓ ମୃତ୍ୟବରଣ କରିଥିବା ବ୍ୟକ୍ତିଙ୍କୁ ଭାରତ ରତ୍ନ ପ୍ରଦାନ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ 1955ରେ ଏହାକୁ ପରିବର୍ତ୍ତନ କରାଯାଇ ମରଣୋତ୍ତର ସମ୍ମାନ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଗଲା।1966ରେ ପ୍ରଥମ ମରଣୋତ୍ତର ସମ୍ମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଆଉ ବର୍ତ୍ତମାନ ସୁଦ୍ଧା 12ଜଣଙ୍କୁ ମରଣତ୍ତୋର ଭାରତ ରତ୍ନ ପ୍ରଦାନ ହୋଇଛି।
ଭାରତ ବାହର ବ୍ୟକ୍ତି ସମ୍ମାନିତ
ବର୍ତ୍ତମାନ ସୁଦ୍ଧା 45ଜଣଙ୍କୁ ଭାରତ ରତ୍ନରେ ସମ୍ମାନରେ ସମ୍ମାନିତ କରାଯାଇଛି। ଯଦିଓ ଭାରତରେ ଜନ୍ମିତ ଅଧିକାଂଶ ବ୍ୟକ୍ତିଙ୍କୁ ଭାରତରତ୍ନ ପ୍ରଦାନ ହୁଏ, କିନ୍ତୁ ମଦର ଟେରେସା, ପାକିସ୍ତାନ ନାଗରିକ ତଥା ସୀମାନ୍ତ ଗାନ୍ଧୀ ଖାନ୍ ଅବଦୁଲ ଗଫର ଖାନ୍,ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ୍ ମାଣ୍ଡେଲାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଛି।ବିବାଦ
ଭାରତ ସମ୍ମାନକୁ ନେଇ ଅନେକ ବିବାଦ ମଧ୍ୟ ଉଠିଛି। ତାମିଲନାଡୁ ଭୋଟରଙ୍କୁ ଖୁସି କରିବା ଲାଗି କେ.କାମରାଜ ଓ ଏମ୍.ଜି.ରାମଚନ୍ଦ୍ରନଙ୍କୁ ଭାରତ ରତ୍ନ ପ୍ରଦାନ କରାଗଲା ବୋଲି ଚର୍ଚ୍ଚା ହୋଇଥିଲା। ସେହିଭଳି ଦଳିତଙ୍କୁ ଖୁସି କରିବା ଲାଗି ବାବା ସାହେବ ଆମ୍ବେଦକରଙ୍କୁ ଭାରତ ରତ୍ନ ପ୍ରଦାନ କରାଗଲା ବୋଲି ଅଭିଯୋଗ ହେଲା। ଏପରିକି ଦୁଇଟି ପର୍ଯାୟରେ ଭାରତରତ୍ନ ପ୍ରଦନ କରାଯାଇନଥିଲା। ପ୍ରଥମେ 1977-80ଯାଏଁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 1992-95 ଯାଏଁ ଭାରତ ରତ୍ନ ସମ୍ମାନ ପ୍ରଦାନ ସ୍ଥଗିତ ରହିଥିଲା।
ଓଡ଼ିଶାର ଗର୍ବ ଗିରି
ତେବେ ଓଡ଼ିଶା ପାଇଁ ଗର୍ବ ହେଉଛନ୍ତି ଭି.ଭି.ଗିରି। ଏକମାତ୍ର ଓଡ଼ିଆ ଭି.ଭି.ଗିରି ଭାରତ ରତ୍ନ ସମ୍ମାନରେ 1975ରେ ସମ୍ମାନିତ ହୋଇଥିଲେ। ଦେଶର ଚତୁର୍ଥ ରାଷ୍ଟ୍ରପତି ଭି.ଭି ଗିରିଙ୍କୁ ଇନ୍ଦିରା ଗାନ୍ଧିଙ୍କ ସରକାର ସମୟରେ ଭାରତରତ୍ନ ପ୍ରଦାନ କରାଯାଇଥିଲା।

Post Your View

Leave a Reply

Your email address will not be published. Required fields are marked *

Back to top button