kkk9 ରେ ରୋହିତଙ୍କ ସହ ଏପରି କଲେ ଭାରତୀ,ଏବେ ସବୁଆଡେ ଚର୍ଚ୍ଚା

ଖତରୋ କେ ଖିଲାଡି ସିଜନ 9 ଦର୍ଶକଙ୍କୁ ଖୁବ ମାତ୍ରାରେ ପସନ୍ଦ ଆସୁଛି। କେବଳ କମେଡିଆନ ଭାରତୀଙ୍କ ଏଣ୍ଟ୍ରି ଦର୍ଶକଙ୍କୁ ବେଶି ମାତ୍ରାରେ ଆକୃଷ୍ଟ କରିଛି ତାହା ନୁହେଁ, ଭାରତୀ ତାଙ୍କର କମେଡିକୁ ମଧ୍ୟ ଏଥିରେ ସାମିଲ କରିଥିବାରୁ ଦର୍ଶକ ଅଧିକ ମାତ୍ରାରେ ଏହାକୁ ପସନ୍ଦ କରୁଛନ୍ତି। ରୋହିତ ସେଟ୍ଟୀଙ୍କ ସୋ ର ତଡକା ଭାରତୀ ବୋଲି ଦର୍ଶକ କହୁଛନ୍ତି। କିନ୍ତୁ ଏଥର କମେଡି କୁଇନ ଏମିତି କିଛି କରିଦେଲେ ଯାହାକୁ ଦେଖି ଲୋକେ ହସି ହସି ବେଦମ ହୋଇପଡିଛନ୍ତି। ଏପରିକି ଭାରତୀ ସିଂହ ରୋହିତ ସେଟ୍ଟୀଙ୍କ ଆକ୍ସନ କପି କରିବା ମଧ୍ୟ ଆରମ୍ଭ କରିସାରିଲେଣି। ଡିରେକ୍ଟର ରୋହିତଙ୍କ ଆକ୍ସନ ଓ ହୋଷ୍ଟ କରିବାର ଷ୍ଟାଇଲକୁ କପି କରି ମନୋରଞ୍ଜନ କରିଛନ୍ତି। ଆଉ ଏଥିରେ ପତି ହର୍ଷ ମଧ୍ୟ ସହଯୋଗ କରିଛନ୍ତି। ରୋହିତ ଏହି ସୋ ରେ ଡର୍ କି ଆଗେ ଜିତ୍ ହେ କନସେପ୍ଟ ବ୍ୟବହାର କରୁଥିବା ବେଳେ ଭୟାନକ ଟାସ୍କ ମଧ୍ୟ ଦେଉଛନ୍ତି। ଏହାକୁ ନେଇ ଭାରତୀ ନିଜର କମେଡି ମାଧ୍ୟମରେ ସୋ ରେ ଦେଖାଇଛନ୍ତି ଓ ଫ୍ୟାନଙ୍କୁ ଅନେକ ପସନ୍ଦ ଆସିଛି।  

ଆହୁରୀ ମଧ୍ୟ ସୋ ରେ ଟାସ୍କ ସମୟରେ ନିଜ କଥା ଦ୍ୱାରା ବାକି ପ୍ରତିଯୋଗୀଙ୍କୁ ହସାଇ ପାରୁଛନ୍ତି ଭାରତୀ। ଯେଉଁଥିରେ ଦର୍ଶକଙ୍କ ଭିୟୁ ବଢିବାରେ ଲାଗିଛି।

Post Your View

Leave a Reply

Your email address will not be published. Required fields are marked *

Back to top button
Close