ଆଜିଠୁ ଖୋଲିଲା ଭିତରକନିକା

ପର୍ଯ୍ୟଟକଙ୍କୁ ଭିତରକନିକା ବୁଲିବାକୁ ଦିଆଯିବ ସୁଯୋଗ

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । ଏଥର ପର୍ଯ୍ୟଟକଙ୍କୁ ଭିତରକନିକା ବୁଲିବାକୁ ସୁଯୋଗ ଦିଆଯିବ । କେବଳ ରାତ୍ରୀଯାପନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ଏହି ସୁଯୋଗ ମିଳିବ । ଏନେଇ ପ୍ରଶାସନ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି । ଆଜି ପ୍ରଥମ ଦିନରେ କେବଳ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ ପାଇଁ ଅନୁମତି ମିଳିଛି ।

, ଆଜିଠୁ ଖୋଲିଲା ଭିତରକନିକାପର୍ଯ୍ୟଟକମାନେ ଓଡ଼ିଶା ଇକୋ ଟୁରିଜିମରେ ଅନ୍‌ଲାଇନ୍ ବୁକ୍ କରିପାରିବେ । ଏହା ସହ ସାମାଜିକ ଦୂରତା ଏବଂ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯିବ । କଟେଜ ଓ ବୋଟ୍‌ଗୁଡ଼ିକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି ।

, ଆଜିଠୁ ଖୋଲିଲା ଭିତରକନିକାଅନ୍ୟପଟେ କେବଳ ରାତ୍ରୀଯାପନ ପାଇଁ ବୁକ୍ କରିଥିବା ପର୍ଯ୍ୟଟକଙ୍କୁ ଛାଡ଼ିବା ନିଷ୍ପତ୍ତିକୁ ସ୍ଥାନୀୟ ଅଂଚଳର ବିଭିନ୍ନ ସଂଗଠନ ବିରୋଧ କରିଛନ୍ତି । ଏଥିରେ କେବଳ ସ୍ଥାନୀୟ ଅଂଚଳର ପର୍ଯ୍ୟଟକ ଭିତରକନିକା ବୁଲିପାରିବେ ନାହିଁ ବୋଲି କୁହାଯାଇଛି । ଏନେଇ ଅଭିଯୋଗ ହେବା ସହ ଆନ୍ଦୋଳନ କରିବାକୁ ବିଭିନ୍ନ ସଂଗଠନ ଚେତାବନୀ ଦେଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button