ବୁଷୁବ ସଂକ୍ରାନ୍ତି-ଭୁବନେଶ୍ୱର ପ୍ରତିଷ୍ଠା ଦିବସ

ଭୁବନେଶ୍ୱରର ୭୧ତମ ପ୍ରତିଷ୍ଠା ଦିବସ। ୧୯୪୮ ଏପ୍ରିଲ୍ ୧୩ରେ ପଣ୍ତିତ ଜବାହରଲାଲ ନେହରୁ ଏହାର ଶିଳାନ୍ୟାସ କରିଥିଲେ। ସେ ଦିନଟି ଥିଲା ପବିତ୍ର ବିଷୁବ ସ˚କ୍ରାନ୍ତି। ପ୍ରସିଦ୍ଧ ଜର୍ମାନ୍ ସ୍ଥପତି ଓଟୋ କୋନିଗ୍ସବର୍ଗ ରାଜଧାନୀ ଭୁବନେଶ୍ୱରର ନକ୍ସା ପ୍ରସ୍ତୁତ କରିଥିଲେ। ପ୍ରାଥମିକ ସ୍ତରରେ ୧୬.୪୮ ବର୍ଗ କିଲୋମିଟର ଅଞ୍ଚଳରେ ମାତ୍ର ଚାଳିଶ ହଜାର ଲୋକଙ୍କ ବସବାସ ଲାଗି ନୂଆ ରାଜଧାନୀର ନକ୍ସା ତିଆରି ହୋଇଥିଲା। ମୋଟ ବସତି ଅଞ୍ଚଳକୁ ଛଅଟି ୟୁନିଟ୍ ଏବ˚ ପନ୍ଦର ଶହ କୋଠାବାଡ଼ି ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ଥିଲା ରାଜଭବନ, ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ବାସଭବନ, ବିଧାନସଭା ଗୃହ, ରାଜ୍ୟ ସଚିବାଳୟ, ବିଭାଗୀୟ ମୁଖ୍ୟ ଦପ୍ତର, ଡାକଘର, ଡାକ୍ତରଖାନା, ଏନ୍ଏସି କାର୍ଯ୍ୟାଳୟ, ପୁଲିସ୍ ଥାନା, ସରକାରୀ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍ସ ଇତ୍ୟାଦି। ଏ ସମସ୍ତ ଖର୍ଚ୍ଚ ପାଇଁ ପ୍ରାରମ୍ଭିକ ବ୍ୟୟ ଅଟକଳ ଥିଲା ୨ କୋଟି ୮୯ ଲକ୍ଷ ଟଙ୍କା। ୧୯୫୧ ଜନଗଣନା ଅନୁସାରେ ଭୁବନେଶ୍ୱରର ଲୋକସ˚ଖ୍ୟା ଥିଲା ୧୬,୫୧୨; ଏବେ ଦଶ ଲକ୍ଷ ଟପିଲାଣି। , ବୁଷୁବ ସଂକ୍ରାନ୍ତି-ଭୁବନେଶ୍ୱର ପ୍ରତିଷ୍ଠା ଦିବସନୂଆ ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରଥମେ ୧୯୩୩ ମସିହାରେ ଉଦ୍ୟମ ଆରମ୍ଭ ହୋଇଥିଲା। ଓଡ଼ିଶା ପ୍ରଶାସନିକ କମିଟି ପକ୍ଷରୁ ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରଥମେ କଟକର ଚାଉଳିଆଗଞ୍ଜ ଅଞ୍ଚଳକୁ ବାଛି ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା। କିନ୍ତୁ, କଟକର ଉଭୟ ପାର୍ଶ୍ୱରେ ମହାନଦୀ ଓ କାଠଯୋଡ଼ି ପ୍ରବାହିତ ହେଉଥିବାରୁ ବ୍ରିଟିସ୍ ସରକାର ରାଜି ହୋଇ ନଥିଲେ। ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ପୁଣି ରାଜ୍ୟରେ ନୂଆ ରାଜଧାନୀ ପ୍ରତିଷ୍ଠା ନେଇ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ବ୍ରିଟିସ୍ ସରକାରଙ୍କ ଦ୍ୱାରା ଗଠିତ ହୋଇଥିଲା ଜୋନ୍ସ କମିଟି। ଏହି କମିଟି ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟବର୍ତ୍ତୀ ରଙ୍ଗେଇଲୁଣ୍ତାକୁ ରାଜଧାନୀ ପାଇଁ ପ୍ରସ୍ତାବ ରଖିଥିଲେ।

ପରବର୍ତ୍ତୀ ସମୟରେ କଟକ, ଚୌଦ୍ୱାର, ଅନୁଗୁଳ, ଖୋର୍ଦ୍ଧା ଠାରେ ରାଜଧାନୀ ନିର୍ମାଣର ପ୍ରସ୍ତାବ ଉଠିଥିଲା। ଶେଷରେ ଓଡ଼ିଶାର ପ୍ରଧାନମନ୍ତ୍ରୀ (ସେତେବେଳେ ପ୍ରଦେଶର ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ପଦବୀ ଥିଲା) ଡକ୍ଟର ହରେକୃଷ୍ଣ ମହତାବ ଭୁବନେଶ୍ୱରରେ ରାଜଧାନୀ ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବଟି ତାଙ୍କ ମନ୍ତ୍ରୀମଣ୍ତଳରେ ପ୍ରଥମେ ଏବ˚ ପରେ ପରେ ରାଜ୍ୟ ବିଧାସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ବହୁ ବାଧାବିଘ୍ନ ଓ ପ୍ରତିବନ୍ଧକ ପରେ ସ୍ୱାଧୀନତା ପ୍ରାପ୍ତିର ମାତ୍ର ସାତ ମାସ ପରେ ଭୁବନେଶ୍ୱର ହୋଇଥିଲା ଓଡ଼ିଶାର ନୂଆ ରାଜଧାନୀ।

Post Your View

Leave a Reply

Your email address will not be published. Required fields are marked *

Back to top button