ଭୂଷଣ କୁମାରଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ

ପୁଣି ବଢିଲା ଟି-ସିରିଜ୍ କମ୍ପାନୀର ଏମଡି ଭୂଷଣ କୁମାରଙ୍କ ଅଡୁଆ । ଭୂଷଣଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି । ଏହି ବଳାତ୍କାର ମାମଲା ଭୁଷଣ କୁମାରଙ୍କ ବିରୋଧରେ ମୁମ୍ବାଇର ଡିଏନ୍ ନାଗର ପୋଲିସ ଦ୍ୱାରା ପଞ୍ଜିକୃତ ହୋଇଛି । ଅଭିଯୋଗ ହୋଇଛି ଯେ ଭୂଷଣ କୁମାର ଜଣେ ୩୦ ବର୍ଷୀୟା ଝିଅକୁ ଟି-ସିରିଜ୍ ପ୍ରୋଜେକ୍ଟରେ କାମ କରିବାକୁ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିଲେ । ୨୦୧୭ରୁ ୨୦୨୦ ଅଗଷ୍ଟ ମଧ୍ୟରେ ଭୂଷଣ କୁମାର ତାଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ତିନି ଥର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ଏହା ସହିତ ଘଟଣା ସଂପର୍କରେ କାହାକୁ କିଛି ନ କହିବାକୁ ବି ସେ ଧମକ ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।, ଭୂଷଣ କୁମାରଙ୍କ ଉପରେ ଦୁଷ୍କର୍ମ ଅଭିଯୋଗମୁମ୍ବାଇର ଡିଏନ୍‌ ନଗର ଥାନାରେ ଭୂଷଣ କୁମାରଙ୍କ ବିରୋଧରେ ଆଇପିସିର ଧାରା ୩୭୬, ୪୨୦ ଓ ୫୦୬ ରେ ମାମଲା ରୁଜୁ ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଭୂଷଣ କୁମାର ଏବେ ମୁମ୍ବାଇରେ ନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୧୮ରେ ଯେତେବେଳେ ବଲିଉଡ୍‌ରେ ‘ମି ଠୁ’ ଅଭିଯାନ ଜୋର ଧରିଥିଲା, ସେତେବେଳେ ମଧ୍ୟ ଭୂଷଣ କୁମାରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ଜଣେ ଅଭିନେତ୍ରୀ ତାଙ୍କ ନାଁରେ ଏଭଳି ଅଭିଯୋଗ ଆଣିଥିଲେ। ସେ କହିଥିଲେ ସେ ଭୂଷଣ କୁମାରଙ୍କ ଶଯ୍ୟାସଙ୍ଗିନୀ ହେବାକୁ ମନା କରି ଦେବାରୁ ତାଙ୍କୁ ଏକ ଫିଲ୍ମରୁ ଆଉଟ୍ କରି ଦିଆଯାଇଥିଲା। ଏହା ପୂର୍ବରୁ ତାଙ୍କୁ ତିନିଟି ଫିଲ୍ମର ଅଫର ଦିଆଯାଇଥିଲା ବୋଲି ସେ ଦାବି କରିଥିଲେ। ଅବଶ୍ୟ ପରେ ଭୂଷଣ କୁମାର ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।

Post Your View

Leave a Reply

Your email address will not be published. Required fields are marked *

Back to top button